୨୫ ଏପ୍ରିଲ ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | April 25, 2019 IST

ମେଷ – ନୃତ୍ୟ-ସଙ୍ଗୀତ ପ୍ରିୟ ହୋଇପାରନ୍ତି । ସତ୍କର୍ମରେ ନିଜକୁ ନିୟୋଜିତ କରିବେ । ଧର୍ମ ମାର୍ଗରେ ମନୋନିବେଶ କରିପାରନ୍ତି । ସାଧୁସଙ୍ଗ ପାଇ ଉତ୍ଫୁଲ୍ଲିତ ହେବେ ।

ବୃଷ – ଶୁଭ ବାର୍ତ୍ତା ପାଇ ଅତ୍ୟନ୍ତ ଖୁସି ହେବେ । ସାଙ୍ଗଠନିକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । କର୍ମକ୍ଷେତ୍ର ନିଜର ପାରଦର୍ଶୀତା ପ୍ରତିପାଦନ କରିପାରନ୍ତି ।

ମିଥୁନ - ଦୂରଯାତ୍ରା ଯୋଗ ଅଛି । ଆଳସ୍ୟ ପରିତ୍ୟାଗ କଲେ ସଫଳତା ମିଳିବ । ପାରିବାରିକ ଜୀବନ ସୁଖପ୍ରଦ ହେବ । ଦୃଢ ସଂକଳ୍ପ ନେଇ କାର୍ଯ୍ୟ କରିବେ ।

କର୍କଟ – ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଧନବାନ୍ ହେବେ । ଅପାର ଗୁଣର ଅଧିକାରୀ ହୋଇପାରନ୍ତି । ତୃପ୍ତିକର ଭୋଜନରେ ଆପ୍ୟାୟିତ ହେବେ ।

ସିଂହ – ଅନିଶ୍ଚିତତା ଅନୁଭବ କରିପାରନ୍ତି । ମନରେ ଉଦ୍ବେଗ ଜାତ ହେବ । ଅପାର ଗୁଣର ଅଧିକାରୀ ହୋଇପାରନ୍ତି । ତୃପ୍ତିକର ଭୋଜନରେ ଆପ୍ୟାୟିତ ହେବେ । ରୋଜଗାରକ୍ଷମ ହେବେ ।

କନ୍ୟା – ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ । ଦ୍ରବ୍ୟ ଲାଭର ସୂଚନା ମିଳୁଛି । ଭ୍ରମଣ ସୁଖ ମିଳିବ । ଚଞ୍ଚଳ ପ୍ରକୃତିର ହେବେ । ରୋଜଗାର ଆଶାନୁରୂପ ହେବ ।

ତୁଳା – ସୁଖ,ସନ୍ତୋଷ ଲାଭ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ପ୍ରୀତି ଲାଭ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ପ୍ରୀତି ଲାଭ କରିପାରନ୍ତି ।

ବିଛା – ମା’ଙ୍କ ସ୍ୱାସ୍ଥ୍ୟ ନେଇ ବ୍ୟସ୍ତ ରହିପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ସ୍ନେହ, ପ୍ରୀତିରେ ଛନ୍ଦି ହୋଇ ପଡିବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି ।

ଧନୁ – ଚୋରି ଦ୍ରବ୍ୟର ସନ୍ଧାନ ପାଇବେ । ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ଦିନଟି ସମସ୍ୟା ବହୁଳ ହୋଇପାରେ । ସ୍ୱାଭିମାନୀ ହୋଇପାରନ୍ତି ।

ମକର – କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ସହାୟତା ପାଇ ଖୁସି ହେବେ । ଶାନ୍ତି ଓ ସନ୍ତୋଷ ମିଳିବ । ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ ।

କୁମ୍ଭ  - ଯାତ୍ରାଦିରେ ଖର୍ଚ୍ଚ ବୃଦ୍ଧି ହୋଇପାରେ । ନିଜର ଅସାଧାରଣ କାର୍ଯ୍ୟ ପାଇଁ ମନରେ ଅହଂଭାବ ଆସି ପାରେ । ସୁସମ୍ବାଦ ପାଇ ଖୁସି ହେବେ ।

ମୀନ - ଯାତ୍ରାଦିରେ ଖର୍ଚ୍ଚ ବୃଦ୍ଧି ହୋଇପାରେ । ନିଜର ଅସଧାରଣ କାର୍ଯ୍ୟ ପାଇଁ ମନରେ ଅହଂଭାବ ଆସି ପାରେ । ସୁସମ୍ବାଦ ପାଇ ଖୁସି ହେବେ । ପ୍ରିୟଭାଷୀ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.