MS DHONIଙ୍କର ବହୁତ ବଡ ଫ୍ୟାନ୍ WWE ସୁପରଷ୍ଟାର, ଇନଷ୍ଟାରେ ସେୟାର କଲେ ଫଟୋ

Published By : Prameya-News7 Bureau | November 14, 2021 IST

ନୂଆଦିଲ୍ଲୀ ୧୪/୧୧: ଏମ ଏସ ଧୋନୀ । କେବଳ ନାଁଟି କାଫି । ଧୋନୀ କେବଳ ଭାରତରେ ପ୍ରସିଦ୍ଧ ନାହିଁନ୍ତି । ଅର୍ଥାତ୍ ଭାରତ ବାହାରେ ବି ତାଙ୍କର ପ୍ରଶଂସକ ଅଛନ୍ତି । WWE ସୁପରଷ୍ଟାର ଜନ୍ ସିନାଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି । ଶନିବାର ଇନଷ୍ଟାଗ୍ରାମରୁ ଧୋନିଙ୍କ ଏକ ପିକ୍ଚର ସେୟାର କରିଛନ୍ତି ଜନ୍ । ଏହି ଚିତ୍ରରେ ଧୋନି କାହା ସହ ହାତ ମିଳାଇବା ପାଇଁ ହାତ ବଢାଇଥିବାର ନଜର ଆସିଛନ୍ତି ।

୨ ଘଣ୍ଟା ମଧ୍ୟରେ ୯ ଲକ୍ଷରୁ ଅଧିକ ଲୋକ ଏହି ଫଟୋକୁ ପସନ୍ଦ କରିଛନ୍ତି । ଜନ ସିନା ପ୍ରାୟତଃ ଭାରତୀୟ ସେଲିବ୍ରିଟିଙ୍କ ଚିତ୍ର ସେୟାର କରନ୍ତି, କିନ୍ତୁ ଏହା ପ୍ରଥମ ଥର ଯେ, ସେ ଧୋନିଙ୍କୁ ତାଙ୍କ ପୋଷ୍ଟରେ ସ୍ଥାନ ଦେଇଛନ୍ତି । ଏହାପୂର୍ବରୁ ଜନ୍ ସିନା ବିରାଟ କୋହଲି, ଅମିତାଭ ବଚ୍ଚନ, ଶାହାରୁଖ ଖାନ, ଐଶର୍ଯ୍ୟା ରାୟଙ୍କ ଭଳି ତାରକାଙ୍କ ଚିତ୍ର ସେୟାର କରିଛନ୍ତି ।

ନିକଟରେ ଟି -20 ବିଶ୍ୱକପ ପାଇଁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଏମଏସ ଧୋନିଙ୍କୁ ଭାରତୀୟ ଦଳର ପରାମର୍ଶଦାତା (ଗାଇଡ୍) ଭାବରେ ନିଯୁକ୍ତ କରିଥିଲା । ତେବେ ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା ଏବଂ ସେମିଫାଇନାଲରେ ପ୍ରବେଶ କରିପାରି ନଥିଲା । ୪୦ ବର୍ଷୀୟ ଧୋନି, ୧୫ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ସେ ୩୫୦ ଟି ODI, ୯୮ ଟି -20 ଅନ୍ତର୍ଜାତୀୟ ଏବଂ ୯୦ ଟେଷ୍ଟ ମ୍ୟାଚରେ ଭାରତ ପାଇଁ ୧୭୨୬୬ ରନ୍ ସ୍କୋର କରିଥିଲେ। ଏହି ସମୟ ମଧ୍ୟରେ ସେ ୧୦୮ ଅର୍ଦ୍ଧ ଶତକ ଏବଂ ୧୬ଟି ଶତକ ହାସଲ କରିଥିଲେ ।

ଧୋନିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ତିନୋଟି ଆଇସିସି ଟାଇଟଲ୍ ଜିତିବାରେ ସଫଳ ହୋଇଥିଲା । ଏହା ସହ ଧୋନି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)କୁ ତାଙ୍କ ଅଧିନାୟକତ୍ୱରେ ଚାରିଥର ଆଇପିଏଲ ଟାଇଟଲ ଜିତାଇଛନ୍ତି। ୧୬ ଥର ଚାମ୍ପିଅନ୍ ଜନ୍ ସିନାଙ୍କର ଇନଷ୍ଟାଗ୍ରାମରେ ୧୬.୭ ମିଲିୟନ ଫଲୋଅର୍ସ ଅଛନ୍ତି । WWE ରେ ବହୁତ ସଫଳତା ହାସଲ କରିବା ପରେ ସେ ଭାରତରେ ମଧ୍ୟ ବହୁତ ଲୋକପ୍ରିୟ । ହେଲେ ଏବେ ସେ ମାହିଙ୍କର ବହୁତ ବଡ ଫ୍ୟାନ ହୋଇଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.