Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||
  • ଲମତାପୁଟ : ଗଞ୍ଜେଇ ଚାଲାଣ ରୋକିବାକୁ କୋରାପୁଟ ପୋଲିସର ବଡ ପଦକ୍ଷେପ, ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ କ୍ଲିନ୍
  • ||

ପ୍ରେମିକଙ୍କ ସହ ସମୁଦ୍ର କୂଳରେ ଫଟୋ ସୁଟ୍‌ କରୁଥିଲେ ୭ ମାସର ଗର୍ଭବତୀ, ହଠାତ ଭୟଙ୍କର ଶବ୍ଦ ସହ ଆକାଶରୁ ଖସିଲା ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ବିରାଟ ବିମାନ

10/05/2021 at 6:16 PM

ଫ୍ଲୋରିଡା ୧୦/୫: ଯାହାକୁ ରଖିବେ ଅନନ୍ତ…! ଏହି ଲୋକ କଥାଟି ବେଶ ଆଦୃତ। କାରଣ ମୃତ୍ୟୁ ପାଖରୁ ବର୍ତ୍ତିବା ଏତେ ସହଜ କଥା ନୁହେଁ। କିନ୍ତୁ ଭଗବାନ ଚାହିଁଲେ ହିଁ କେହି ଜଣେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇପାରେ ବୋଲି ବିଶ୍ବାସ ରହିଛି। ସମୁଦ୍ର କୂଳରେ ପହଞ୍ଚିବା ପରେ ଲହଡ଼ିକୁ ଦେଖି କେହି ନିଜକୁ ରୋକିବା ସହଜ ନୁହେଁ। ସମୁଦ୍ରରେ ବୁଡ଼ ପକାଇବା ସହ ସେଲ୍ଫି ନେବାର ମଜା ଯିଏ ନେଇଛି ସେ ଜାଣିଛି। ପ୍ରକୃତି କୂଳରେ ବିତାଇଥିବା ମୁହୂର୍ତ୍ତକୁ ସାଇତି ରଖିବାକୁ କିଏ ବା ନଚାହେଁ। ଥରେ ଚିନ୍ତା କଲେ, ଆପଣ ସମୁଦ୍ର କୂଳରେ ସେଲ୍ଫି ନେଉଛନ୍ତି ହଠାତ ଆପଣଙ୍କ ପାଖରେ ଖସିପଡ଼ିବ ବିଶାଳ ଉଡ଼ା ଜାହାଜ, କଣ କରିବେ ? ଏମିତି ଏକ ଘଟଣା ପ୍ଲୋରିଡାର କେପ କାନଭେରାଲ ସ୍ଥିତ କୋକା ବିଚ୍‌ରେ ଘଟିଛି।

ଏପ୍ରିଲ ୧୭ରେ ଘଟାଣାଟି ଘଟିଥିବା ବେଳେ ଏହାର କିଛି ଛାତି ଥରା ଫଟୋ ଏବେ ସାମ୍ନାକୁ ଆସିଛି। ୨୨ ବର୍ଷୀୟା କ୍ରିଷ୍ଟନ୍‌ ଅଦରସନ୍‌ ସମୁଦ୍ର କୂଳକୁ ନିଜ ସ୍ବାମୀଙ୍କ ସହ ଯାଇଥିଲେ। କ୍ରିଷ୍ଟନ୍‌ ମା ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ କିଛି ଫଟୋ ଉଠାଇବାକୁ ସେ ସେଠାରେ ପହଞ୍ଚିଥିଲେ। ୨୩ ବର୍ଷୀୟ ପୁରୁଷ ବନ୍ଧୁ କେଲ୍‌ ଜନସନଙ୍କ ସହ ୩୦ ସପ୍ତାହର ଗର୍ଭବତୀ କ୍ରିଷ୍ଟନ୍‌ ପୋଜ୍‌ ଦେଉଥିବା ବେଳେ ତାଙ୍କର ମା ଅମ୍ବର ଫଟୋ କ୍ଲିକ୍‌ କରୁଥିଲେ। କୋକା ବିଚ୍‌ରେ ଅନେକ ଲୋକେ ମଉଜ କରୁଥିଲେ।

ଏହି ସମୟରେ ଆୟୋଜିତ ଏକ ଏୟାର ସୋରେ  ଟିବିଏମ ଆଭେଞ୍ଜର ( ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ଆମେରିକାର ନୌସେନା ବିମାନ) ଭାଗ ନେଇଥିଲା। ସମୁଦ୍ର କୂଳରୁ କିଛି ଦୂରରେ ବିମାନଟି ତଳକୁ ଆସି ପୁଣି ଉପରକୁ ଉଡ଼ିଯାଉଥିଲା। ଲୋକଙ୍କୁ ଏହା କୌତୁହଳ ପରି ମନେ ହେଉଥିଲେ ହେଁ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ନେଇ ପାଇଲଟ୍‌ଙ୍କ ବ୍ୟତୀତ କେହି ଜାଣିନଥିଲେ। ବିଚ୍‌ରେ ଉପସ୍ଥିତ ଲୋକେ ଏହାକୁ ଖାତିର ନକରି କିଏ ବୁଡ଼ ମାରିବାରେ ତ କିଏ ଫଟୋ ସୁଟ୍‌ରେ ବ୍ୟସ୍ତ ରହିଥିଲେ। ଅମ୍ବର ନିଜ ଝିଅଙ୍କ ଫଟୋ ଉଠାଇବା ସହ ବିମାନର ଫଟୋ ମଧ୍ୟ ଉଠାଉଥିଲେ।

କିନ୍ତୁ ବିମାନଟି ସମୁଦ୍ର କୂଳ ଆଡ଼କୁ ମାଡ଼ିଆସିଥିଲା। ଏହା ଦେଖି ପାଣି ଭିତରେ ଥିବା ଲୋକେ ଭୟ ପାଇଯାଇଥିଲେ। ହଠାତ ବିମାନଟିର ଇଞ୍ଜିନ୍‌ ଖରାପ ହୋଇଯିବାରୁ ବିମାନଟି ଖସିପଡ଼ିଥିଲା। ଏ ସମସ୍ତ ଘଟଣା ଅମ୍ବରଙ୍କ ଫୋନ୍‌ରେ କଏଦ ହୋଇସାରିଥିଲା। କିନ୍ତୁ ସୌଭାଗ୍ୟ ବଶତଃ ଏହି ଦୁର୍ଘଟଣାରେ ଧନ ଜୀବନ ହାନୀ ହୋଇନାହିଁ। ପାଇଲଟ୍‌ ମଧ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି। କିନ୍ତୁ ଅମ୍ବରଙ୍କ ଅନୁସାରେ, ବିମାନ କ୍ରାସ୍‌ ହେବା ବେଳେ ତାଙ୍କ ଝିଅ କ୍ରିଷ୍ଟନ୍‌ଙ୍କ ଅଜବ ଭାବଭଙ୍ଗୀ ପ୍ରକୃତରେ ନିଆରା ଥିଲା। ତାଙ୍କ ଝିଅଙ୍କ ମୁହଁରେ ଏକ ଅବିଶ୍ବାସର ରେଖା ଆଙ୍କିହୋଇ ଯାଇଥିଲା ବୋଲି ଅମ୍ବର କହିଛନ୍ତି ।    

   Related Posts