Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

ୱୁହାନ ଲ୍ୟାବରେ ତିନୋଟି ଜୀବିତ କରୋନା ଜୀବାଣୁ ଉପସ୍ଥିତ ଥିବା ୱୁହାନ ଵାୟରୋଲୋଜି ନିର୍ଦ୍ଦେଶକଙ୍କ ଦାବି

25/05/2020 at 10:35 AM

ୱୁହାନ ୨୫/୦୫ : ଚୀନର ୱୁହାନ ସହରରେ କରୋନା ଭାଇରସର ଜନ୍ମ | ୱୁହାନରୁ କରୋନା ସଂକ୍ରମଣ ସାରା ବିଶ୍ୱକୁ ବିସ୍ତାର କରିଥିଲା | ସାରା ବିଶ୍ୱକୁ କରୋନା ବ୍ୟାପିବା ପରେ ସାରା ଦୁନିଆ ଚୀନକୁ ଟାର୍ଗେଟ କରିଛି | ଏହାକୁ ନେଇ ଚୀନର ଵାୟରୋଲୋଜି ସଂସ୍ଥାର ନିର୍ଦେଶକ କହିଛନ୍ତି ଯେ, କରୋନା ମହାମାରୀର ଉତ୍ସ ବାଦୁଡ଼ି, କରୋନାର ତିନୋଟି ଷ୍ଟ୍ରେନ୍ ଜୀବନ୍ତ ଥିଲା, କିନ୍ତୁ ସେଗୁଡ଼ିକ ମଧ୍ୟରୁ କୌଣସିଟି ଏହି ବିଶ୍ୱ ମହାମାରୀ ସହିତ ମେଳ ଖାଉନାହିଁ |

ବୈଜ୍ଞାନିକମାନେ ଅନୁମାନ କରିଥିଲେ ଯେ ୱୁହାନ ସହରରେ ପ୍ରଥମେ ଏହି ଭାଇରସ ବାଦୁଡ଼ିରୁ ଉତ୍ପନ୍ନ ହୋଇଥିଲା ଏବଂ ଅନ୍ୟ ସ୍ତନ୍ୟପାୟୀ ଜୀବ ମାଧ୍ୟମରେ ଲୋକଙ୍କ ମଧ୍ୟରେ ବ୍ୟାପିଥିଲା | ଏହି ସଂକ୍ରମଣର ଶିକାର ହୋଇ ଏବେ ସୁଦ୍ଧା ଦୁନିଆର ୩ ଲକ୍ଷ ୪୦ ହଜାର ଲୋକ ପ୍ରାଣ ହରାଇ ସାରିଛନ୍ତି |

ୱୁହାନ ଇନଷ୍ଟିଚ୍ୟୁଟ ଅଫ ଵାୟରୋଲୋଜିର ନିର୍ଦେଶକ ରାଜ୍ୟର ବ୍ରଡ଼କାଷ୍ଟର ସିଜିଟିଏକୁ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅନ୍ୟ ଦେଶ ଦ୍ୱାରା ଭାଇରସକୁ ନେଇ ଯେଉଁ ଆରୋପ ଲଗାଉଛନ୍ତି ତାହା ସମ୍ପୂର୍ଣ ମନଗଢା କାହାଣୀ |

ଵାୟରୋଲୋଜି ଇନଷ୍ଟିଚ୍ୟୁଟର ନିର୍ଦେଶକ ୱାଙ୍ଗ ୟାନି ମେ ୧୩ ତାରିଖରେ ଏକ ସାକ୍ଷାତକାରରେ କହିଥିଲେ ଯେ, ଵାୟରୋଲୋଜି କେନ୍ଦ୍ର ସମ୍ପୂର୍ଣ ଅଲଗା ସ୍ଥାନରେ ରହିଛି | ସେଠାରେ ବାଦୁଡ଼ିମାନଙ୍କ ମଧ୍ୟରେ କିଛି କରୋନା ଜୀବାଣୁ ମିଳିଥିଲା | ସେ କହିଥିଲେ ଯେ ତାଙ୍କ ପାଖରେ ଜୀବିତ ଭାଇରସର ୩ଟି ଷ୍ଟ୍ରେନ ଥିଲା କିନ୍ତୁ SARS-CoV-2 ପାଇଁ ତାର ଉଚ୍ଚତମ ସମାନତା କେବଳ ୭୯.୮ ପ୍ରତିଶତ ପର୍ଯ୍ୟନ୍ତ ରହିଛି |

ପ୍ରଫେସର ସି ଝେଂଗଲିଙ୍କ ନେତୃତ୍ୱରେ ତାଙ୍କର ଏକ ଗବେଷଣା ଟିମ ୨୦୦୪ ମସିହାରୁ ବାଦୁଡ଼ି କରୋନା ଭାଇରସ ଉପରେ ଗବେଷଣା କରୁଛନ୍ତି | ପାଖାପାଖି ଦୁଇ ଦଶକ ପୂର୍ବରୁ ଅନ୍ୟ ଏକ ଭାଇରସର ପ୍ରକୋପ ପଛରେ SARS ଭାଇରସର ଉତ୍ସ ଟ୍ରେସିଙ୍ଗ ଉପରେ ଗବେଷଣା ଜାରି ରହିଛି |

   Related Posts