Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ସାବଧାନ ! ମାସ୍କ ପିନ୍ଧି ଦୌଡୁଥିଲେ ଯୁବକ, ହଠାତ୍ ଘଟିଲା ଅଘଟଣ

18/05/2020 at 11:01 AM

ବେଜିଙ୍ଗ ୧୮/୦୫ : କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଘରୁ ବାହାରକୁ ଯିବା ପୂର୍ବରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଯାଇଛି | ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ କଡାକଡି ଭାବେ ନିର୍ଦେଶ ଦିଆଯାଇଛି | ତେବେ ମାସ୍କ ବ୍ୟବହାର କରିବା ମଧ୍ୟ ଏବେ ସମସ୍ୟା ସୃଷ୍ଟି କରିଛି | କରୋନା ସଂକ୍ରମଣର ଜନ୍ମସ୍ଥାନ ବୁହାନରେ ମାସ୍କ ପିନ୍ଧି ଜଗିଙ୍ଗ କରୁଥିବା ଜଣେ ଯୁବକଙ୍କ ଫୁସଫୁସ ଫାଟି ଯାଇଥିଲା | ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ବର୍ତ୍ତମାନ ଯୁବକ ଜଣକ ଜୀବନ ସହ ସଂଗ୍ରାମ କରୁଛନ୍ତି | ଏହା ପୂର୍ବରୁ ୧୪ ବର୍ଷୀୟ ଜଣେ ବାଳିକା ମାସ୍କ ପିନ୍ଧି ରନିଙ୍ଗ କରୁଥିବା ସମୟରେ ହୃଦଘାତରେ ମୃତ୍ୟୁ ହୋଇଥିଲା | ତେବେ ବେଜିଙ୍ଗରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିୟମ ହଟାଇଦିଆଯିବା ପଛରେ ଏହି କାରଣ ଥାଇପାରେ ବୋଲି ଆଶଙ୍କା କରାଯାଉଛି |

ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ୨୬ ବର୍ଷ ବୟସ୍କ ଯୁବକ ମାସ୍କ ପିନ୍ଧି ପାଖାପାଖି ୩ ମାଇଲ ଦୌଡ଼ିଥିଲେ | ହଠାତ ତାଙ୍କ ଫୁସଫୁସରେ ଚାପ ସୃଷ୍ଟି ହୋଇଥିଲା ଏବଂ କାମ କରିବା ବନ୍ଦ କରିଦେଇଥିଲା | ତତକ୍ଷଣାତ ସେ ପାର୍କରେ ହିଁ ବେହୋସ ହୋଇଯାଇଥିଲେ | ତାଙ୍କୁ ତୁରନ୍ତ ବୁହାନ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ତାଙ୍କ ଫୁସଫୁସର ୩ଟି ସର୍ଜରୀ କରାଯାଇଛି | ଡାକ୍ତରଙ୍କ କହିବାନୁଯାୟୀ, ମାସ୍କ ପିନ୍ଧି ରନିଙ୍ଗ କରିବା ଯୋଗୁଁ ତାଙ୍କ ବାମ ପଟ ଫୁସଫୁସରେ ଛିଦ୍ର ସୃଷ୍ଟି ହୋଇଥିଲା ଏବଂ ସେଠାରୁ ପବନ ବାହାରିବା ଆରମ୍ଭ ହୋଇଥିଲା | ଏହାର ଚାପ ହୃଦୟ ଉପରେ ପଡିଥିଲା ଏବଂ ଫୁସଫୁସ ବାମରୁ ଡାହାଣକୁ ଗତି କରିଥିଲା | ଯାହାଫଳରେ ଫୁସଫୁସ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା |

ଡାକ୍ତରଙ୍କ କହିବାନୁଯାୟୀ, ଫୁସଫୁସ ପଙ୍କଚର ହୋଇଯିବ ଏହି ସ୍ଥିତିକୁ ନ୍ୟୂମୋଥ୍ରୋକ୍ସ କୁହାଯାଏ | ଏଥିରେ ଫୁସଫୁସ ପଙ୍କଚର ହୋଇଯାଇଥାଏ ଏବଂ ଫୁସଫୁସ ଓ ଚେଷ୍ଟ ବଲ ମଧ୍ୟରେ ପବନ ଭର୍ତ୍ତି ହୋଇଯାଏ | ଏହାପରେ ମନୁଷ୍ୟର ଫୁସଫୁସ କାମ କରିବା ବନ୍ଦ କରିଦେଇଥାଏ | ଫଳରେ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ | ଏହିଭଳି ପରିସ୍ଥିତିରେ ମନୁଷ୍ୟର ମୃତ୍ୟୁ ହୋଇଯାଇଥାଏ | ମାସ୍କ ପିନ୍ଧି ରନିଙ୍ଗ କରିବା ଫଳରେ ଫୁସଫୁସରେ ଅତିରିକ୍ତ ଚାପ ପଡିଥାଏ ଏବଂ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମିଳିନଥାଏ | ଏହିଭଳି ଅବସ୍ଥାରେ ଫୁସଫୁସକୁ ନିଜ କ୍ଷମତା ଠାରୁ ଅଧିକ କାମ କରିବାକୁ ପଡିଥାଏ ଯେଉଁଥିପାଇଁ ଫୁସଫୁସରେ ଛିଦ୍ର ସୃଷ୍ଟି ହୋଇଥାଏ |

କରୋନା ଭାଇରସ ସଂକ୍ରମଣରୁ ବଞ୍ଚିବା ପାଇଁ ବେଜିଙ୍ଗରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା | ଲୋକେ ମାସ ମାସ ଧରି ମାସ୍କ ପିନ୍ଧି ବୁଲୁଥିଲେ | କିନ୍ତୁ ବର୍ତ୍ତମାନ ଏହି ନିୟମ ଶେଷ କରିଦିଆଯାଇଛି | ବର୍ତ୍ତମାନ ବେଜିଙ୍ଗବାସୀ ବିନା ମାସ୍କରେ ନିଶ୍ୱାସ ନେଇପାରିବେ | ତେବେ ସାରା ଦୁନିଆରେ କରୋନା ପ୍ରକୋପ ମଧ୍ୟରେ ମାସ୍କ ପିନ୍ଧିବା ନିୟମ ଶେଷ କରିଥିବା ବେଜିଙ୍ଗ ସହର ପ୍ରଥମ | ଏଥିରୁ ସ୍ପଷ୍ଟ ସଂକେତ ମିଳୁଛି ଯେ ଚୀନ ରାଜଧାନୀ ବେଜିଙ୍ଗରେ କରୋନା ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି | ଚାଇନା ଡେଲିମେଲ ଖବର ମୁତାବିକ, ବେଜିଙ୍ଗ ସେଣ୍ଟର ଫର ଡିଜିଜ ପ୍ରିଭେନ୍ଶନ ଆଣ୍ଡ କଣ୍ଟ୍ରୋଲ ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି | କେନ୍ଦ୍ର କହିଛି ଯେ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ଆବଶ୍ୟକ ନୁହେଁ | କିନ୍ତୁ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦେଶ ଦିଆଯାଇଛି |

   Related Posts