ଲକଡାଉନ୍ ହଟିବା ପରେ ବୁହାନରେ ଅନ୍ତିମ ସଂସ୍କାର ପାଇଁ ଲମ୍ବା ଲାଇନ: ଶେଷ ସମୟରେ ସମ୍ପର୍କୀୟଙ୍କ ମୁହଁ ମଧ୍ୟ ଦେଖିନାହାଁନ୍ତି ଅଧିକାଂଶ ବ୍ୟକ୍ତି

Published By : Prameya-News7 Bureau | April 12, 2020 IST

ବେଜିଂ, ୧୨|୦୪:  ଚାଇନାର ବୁହାନ ସହରରେ କରୋନା ସଂକ୍ରମଣ ରୋକିବା ପାଇଁ ଲାଗୁ ହୋଇଥିବା ଲକଡାଉନ୍ ୭୬ ଦିନ ପରେ ଉଠିଛି । ବଜାର ଘାଟ ସାଧାରଣ ଅବସ୍ଥାକୁ ଫେରିବାକୁ ଲାଗିଛି । ରାସ୍ତାଘାଟରେ ମଧ୍ୟ ଲୋକଙ୍କ ଚଳପ୍ରଚଳ ବୃଦ୍ଧି ପାଇଛି । ଚୀନର ସରକାରୀ ତଥ୍ୟାନୁସାରେ, ବୁହାନରେ ୨୬୦୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏବେ ଲକଡାଉନ ପରେ ସହରରେ ଅନ୍ତିମ ସଂସ୍କାର ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି ।

ସିଏନଏନର ରିପୋର୍ଟ ଅନୁସାରେ, କବରସ୍ଥାନ ବାହାରେ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ଝାଙ୍ଗ୍ ହେଇ କହିଛନ୍ତି ଯେ, ଲକଡାଉନ୍ ପରେ ସେ ଗାଡି ବାହାର କରି ନିଜ ବୃଦ୍ଧ ପିତାଙ୍କ ଅନ୍ତିମ ସଂସ୍କାର କରିବାକୁ ୫୦୦ କିମି ଗାଡି ଚଳାଇ ବୁହାନରେ ପହଁଚିଥିଲେ । ଝାଙ୍ଗଙ୍କ ପିତା ୭୬ ବର୍ଷରେ ପ୍ରାଣ ହରାଇଥିଲେ । କିନ୍ତୁ ଲକଡାଉନ୍ ପାଇଁ ସେ ଅନ୍ତିମ ସଂସ୍କାର କରିପାରି ନଥିଲେ ।

{"id":252921,"width":760,"height":427,"sizeSlug":"large"}

ବୁହାନ ସହରର ଏକ ଫ୍ୟୁନେରାଲ ହୋମ ଜରିଆରେ ମୃତକଙ୍କ ଶରୀର ପରିବାର ଲୋକଙ୍କୁ ପ୍ରଦାନ କରାଯାଉଛି । ବୁହାନ ସରକାର ଜାନୁଆରୀ ୨୫ରୁ ସହରର ସମସ୍ତ ଅନ୍ତିମ ସଂସ୍କାର ଉପରେ ପ୍ରତିବନ୍ଧକ ଲଗାଇଥିଲା । ସେବେଠାରୁ ଏବେସୁଦ୍ଧା ସମସ୍ତ ଲୋକ କରୋନା ଭାଇରସ ପାଇଁ ପ୍ରାଣ ହରାଇଛନ୍ତି । ଏବେ ସେମାନଙ୍କ ଅନ୍ତିମ ସଂସ୍କାର ପାଇଁ ଲାଇନ୍ ଲାଗିଛି । ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ସମ୍ପର୍କୀୟଙ୍କୁ ଶେଷ ଦେଖା ନକରି ପ୍ରାଣ ହରାଇଛନ୍ତି । ସଂକ୍ରମଣ ଭୟରେ ମୃତଦେହକୁ ମଧ୍ୟ ଜଗିରଖି ଅନ୍ତିମ ସଂସ୍କାର କରାଯାଉଛି । ଅଧିକାଂଶ ଲୋକ ସକାଳେ ହିଁ ଅନ୍ତିମ ସଂସ୍କାର କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.