Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

WTC ଫାଇନାଲରେ ବର୍ଷା ପାଇଁ ବଢୁଛି ଟେନସନ୍ : ମ୍ୟାଚ୍ ଡ୍ର’ ହେଲେ କିଏ ହେବ ଚାମ୍ପିଅନ ? ଏମିତି ରହିଛି ଆଇସିସି ନିୟମ

19/06/2021 at 11:27 AM

ଲଣ୍ଡନ,୧୯/୦୬:  ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଛି । ବର୍ଷା କାରଣରୁ ପ୍ରଥମ ଦିନ ଖେଳ ଆରମ୍ଭ ହୋଇପାରି ନାହିଁ । ସାଉଥମ୍ପଟନରେ ଲଗାତର ବର୍ଷା ପାଇଁ ପ୍ରଥମ ଦିନର ଖେଳକୁ ରବ୍ଦ କରିଦିଆଯାଇଛି ।

ଷ୍ଟାଡିୟମରେ ଗୁରୁବାର ରାତିସାରା ବର୍ଷା ହେଉଥିଲା । ପୂର୍ବରୁ ମଧ୍ୟ ବର୍ଷା ହେବା ନେଇ ଆଶଙ୍କା କରାଯାଉଥିଲା । ଆକ୍ୟୁଓ୍ୱେଦର୍ ମଧ୍ୟ ୧୮ରୁ ୨୨ ଯାଏଁ ସାଉଥମ୍ପଟନରେ ବର୍ଷା ହେବା ନେଇ ଅନୁମାନ ଲଗାଇଥିଲା । ପ୍ରଥମ ଦିନର ଖେଳ ରବ୍ଦ ହେବା ପରେ ବି ମ୍ୟାଚ୍ ଆହୁରି ୫ ଦିନ ବାକି ରହିଛି । କାରଣ ଇଂଲଣ୍ଡର ଜଳବାୟୁକୁ ଦେଖି ପୂର୍ବରୁ ଆଇସିସି ପ୍ଲେଇଂ କଣ୍ଡିସନ୍ ବାବଦରେ ଘୋଷଣା କରିଥିଲା । ଆଇସିସି ଏହି ଟେଷ୍ଟ ପାଇଁ ଗୋଟିଏ ଦିନ ରିଜର୍ଭ ରଖିଥିଲା ।

ଆଇସିସି ଅନୁସାରେ, ରିଜର୍ଭ ଡେ ସେତେବେଳେ ବ୍ୟବହାର କରାଯିବ ଯେତେବେଳେ ୫ ଦିନିଆ ମ୍ୟାଚରେ ୩୦ ଘଣ୍ଟା ଖେଳ ହୋଇପାରିବ ନାହିଁ । ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାର ପ୍ରଥମ ଦିନ ଖେଳ ନହୋଇଥିବାରୁ ବାକି ୫ ଦିନରେ ୯୮ ଓଭର ଲେଖାଏଁ ଖେଳ ହେବ । ଦୈନିକ ଅତିରିକ୍ତ ୮ ଓଭର ଖେଳାଯିବ ।

ଏହାପରେ ବି ଯଦି ମ୍ୟାଚ୍ ଡ୍ର ରୁହେ ତେବେ ଉଭୟ ଟିମ୍‌କୁ ଯୁଗ୍ମ ଭାବେ ବିଜେତା ଘୋଷଣା କରାଯିବ । ମ୍ୟାଚ୍ ଟାଇ ହେଲେ ବି ଉଭୟ ଦଳ ମିଳିତ ଭାବେ ବିଜେତା ହେବେ । ଏହି ନିଷ୍ପତ୍ତି ୨୦୧୮ ମସିହା ଜୁନ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଆରମ୍ଭ ହେବା ପୂର୍ବରୁ ନିଆଯାଇଥିଲା ।

   Related Posts