Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିବ ନାହିଁ ବିରାଟ-ଓ୍ଵିଲିୟମସନ ଲଢେଇ, ଚିନ୍ତାରେ ପ୍ରସାରଣକାରୀ

9/06/2021 at 10:24 PM

ସିଡନୀ ୦୯।୦୬: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ  ଜୁନ ୧୮ରୁ ସାଉଥମ୍ପଟନରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲା ଖେଳାଯିବ। ହେଲେ ଅଷ୍ଟ୍ରେଲିଆରେ ଫାଇନାଲ୍ ମୁକାବିଲାର ସିଧା ପ୍ରସାରଣ ହୋଇ ପାରିବ ନାହିଁ। କାରଣ କୌଣସି ବି ଅଷ୍ଟ୍ରେଲିଆ ପ୍ରସାରଣକାରୀ ସଂସ୍ଥାକୁ ଏ ପର୍ଯ୍ୟନ୍ତ ପ୍ରସାରଣ ଅଧିକାର ମିଳିପାରି ନାହିଁ।

ଦ ରୋର ଡଟ୍ କମ୍ ଏୟୁ ନିଜର ରିପୋର୍ଟରେ କହିଛି, ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ ଆଗାମୀ ଶୁକ୍ରବାର ସାଉଥମ୍ପଟନରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ର ପ୍ରସାରଣ ପାଇଁ ବୈଠକ କରିବ। ବର୍ତ୍ତମାନ ଆମ ପାଖରେ ପ୍ରସାରଣର ଅଧିକାର ନାହିଁ ଏବଂ ଏନେଇ ଆଲୋଚନା ଜାରି ରହିଥିବା ଦ ରୋର ଡଟ୍ କମ୍ କହିଛି।

ଆଇସିସି ପକ୍ଷରୁ କୁହାଯାଇଛି, ଏ ପର୍ଯ୍ୟନ୍ତ କୌଣସି ପ୍ରସାରଣକର୍ତ୍ତାଙ୍କ ସହ ଆମର ଚୁକ୍ତି ହୋଇ ନାହିଁ। କିନ୍ତୁ ଆଇସିସି ଆଶା ପ୍ରକାଶ କରିଛି ଯେ, ଆଗାମୀ ସମୟରେ ପ୍ରସାରଣକାରୀ ସଂସ୍ଥା ସହ ଚୁକ୍ତି ହୋଇଯିବ। ସାଧାରଣତଃ ଷ୍ଟାର ସ୍ପୋର୍ଟ୍ସ ହିଁ ଆଇସିସିର ପ୍ରସାରଣ ଭାଗିଦାରୀ। ଷ୍ଟାର ସ୍ପୋର୍ଟ୍ସ ହିଁ ବୈଶ୍ଵିକ ପ୍ରସାରଣ ନେଟଓ୍ଵର୍କକୁ ସମ୍ଭାଳିଥାଏ।

ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍‌ରେ କେବଳ ଗୋଟିଏ ମ୍ୟାଚ୍ ଖେଳାଯାଉଥିବାରୁ ସମଗ୍ର ଦୁନିଆରେ ଏହାର ପ୍ରସାରଣ ବିତରଣ ଦାୟିତ୍ଵ ନେଇ ନାହିଁ ଆଇସିସି। ଭାରତ, ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କାରେ ଡବ୍ଲ୍ୟୁଟିସିର ଫାଇନାଲ୍‌ ପ୍ରସାରଣ ଅଧିକାର ଷ୍ଟାର ସ୍ପୋର୍ଟ୍ସ ହାତରେ ରହିଛି।

   Related Posts