Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

WTC Final: ରୋହିତ ଓ ବୋଲ୍ଟଙ୍କ ମଧ୍ୟରେ ହେବ କଡା ଟକ୍କର, ପ୍ରଥମ ୧୦ ଓଭର ରହିବାକୁ ପଡିବ ସତର୍କ

12/06/2021 at 7:00 PM

ସାଉଥମ୍ପଟନ ୧୨।୦୬: ଆଉ କେଇଟି ଦିନ ପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବା ଐତିହାସିକ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା। ଏହାକୁ ନେଇ ବିଭିନ୍ନ କ୍ରୀଡା ବିଶେଷଜ୍ଞ ଏବଂ ପୂର୍ବତନ କ୍ରିକେଟ୍‌ ଖେଳାଳିଙ୍କ ପକ୍ଷରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ଏହା ମଧ୍ୟରେ ଭାରତର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହ୍ଵାଗଙ୍କ ମତରେ ଫାଇନାଲ୍ ମ୍ୟାଚ୍‌ରେ ରୋହିତ ଶର୍ମା ଓ ଟ୍ରେଣ୍ଟ  ବୋଲ୍ଡଙ୍କ ମଧ୍ୟରେ କଡା ମୁକାବିଲା ହେବ। ବୋଲ୍ଟଙ୍କ ସୁଇଙ୍ଗ ହୋଇ ଭିତରକୁ ଆସୁଥିବା ବଲ୍‌ ରୋହିତ କେମିତି ଖେଳିବେ ତାହା ଦେଖିବା ଯୋଗ୍ୟ ହେବ।

ଟେଷ୍ଟ କ୍ରିକେଟ୍‌ରେ ଇନିଂସ ଓପନିଂକୁ ନିଜ ବ୍ୟାଟ୍ ଜରିଆରେ ପରିଭାଷିତ କରିଥିବା ସେହ୍ଵାଗଙ୍କ ଅନୁଯାୟୀ, ରୋହିତଙ୍କ ଦକ୍ଷତା ଏବଂ ଶୀର୍ଷ କ୍ରମରେ ତାଙ୍କର ନିକଟ ଫର୍ମକୁ ଦେଖିଲେ ଲାଗୁଛି ଯେ, ହିଟ୍‌ମ୍ୟାନ୍ ଇଂଲଣ୍ଡରେ ସଫଳତା ହାସଲ କରିବେ। ଉଲ୍ଲେଖନୀୟ  ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ରୁ ୨୨ ପର୍ଯ୍ୟନ୍ତ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ଖେଳାଯିବ।

ସେହ୍ଵାଗ କହିଛନ୍ତି, ଟ୍ରେଣ୍ଟ ବୋଲ୍ଟ ଓ ଟିମ୍ ସାଉଦିଙ୍କ ଯୋଡି ଭାରତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବେ ଏଥିରେ କୌଣସି ସନ୍ଦେହ ନାହିଁ। ଦୁଇ ଜଣ ବିଶ୍ଵସ୍ତରୀୟ ବୋଲର।  ମୁଁ  ବୋଲ୍ଟ ବନାମ ରୋହିତ ମୁକାବିଲା ଦେଖିବାକୁ ଚାହିଁବି। ଯଦି ରୋହିତ କ୍ରିଜରେ ଜମି ଯାଆନ୍ତି ଏବଂ ବୋଲ୍ଟଙ୍କ ପ୍ରାରମ୍ଭିକ କିଛି ଓଭର ଖେଳି ନିଅନ୍ତି ତେବେ ଭାରତର ସ୍ଥିତି ମଜବୁତ ହୋଇଯିବ। ହେଲେ ପ୍ରଥମ ୧୦ ଓଭର ସତର୍କ ରହିବା ଭାରତୀୟ ଓପନିଂ ବ୍ୟାଟସମ୍ୟାନଙ୍କ ପାଇଁ ବହୁତ ଜରୁରୀ ବୋଲି ସେହ୍ଵାଗ କହିଛନ୍ତି।

ରୋହିତ ଇଂଲଣ୍ଡ ପରିବେଶରେ ପ୍ରଥମ ଥର ଓପନିଂ କରିବେ। ଏହା ପୂର୍ବରୁ ୨୦୧୪ରେ ସେ ଇଂଲଣ୍ଡରେ ଟେଷ୍ଟ ଖେଳି ସାରିଛନ୍ତି। ଏହାର ଅନୁଭବ ନିଶ୍ଚିତ ରୂପେ ତାଙ୍କୁ ଫାଇଦାରେ ରଖିବ। ପୁଣି ସଂପ୍ରତି ହିଟମ୍ୟାନ୍ ଦମଦାର ଫର୍ମରେ ଅଛନ୍ତି। ଓପନିଂ କରିବା ପରଠୁ ସେ  ଟେଷ୍ଟରେ ସଫଲ ହୋଇ ଚାଲିଛନ୍ତି। ଆଶା କରାଯାଉଛି ସେ ଇଂଲଣ୍ଡରେ ମଧ୍ୟ ସଫଳ ହେବେ ବୋଲି ସେହ୍ଵାଗ କହିଛନ୍ତି।  

   Related Posts