ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଗାଭାସ୍କରଙ୍କ ଚୂଡାନ୍ତ ଏକାଦଶ : ଇଶାନ୍ତ ଶର୍ମା ଇନ୍, ମହମ୍ମଦ ସିରାଜ ଆଉଟ

Published By : Prameya-News7 Bureau | June 17, 2021 IST

ନୂଆଦିଲ୍ଲୀ ୧୭/ ୦୬ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚ ଆରମ୍ଭ ହେବାକୁ ଆଉ ମାତ୍ର କେଇ ଘଣ୍ଟା ବାକି ରହିଛି । ଇଂଲଣ୍ଡର ସାଉଥଆମ୍ପଟନରେ ଖେଳାଯିବାକୁ ଥିବା ଏହି ଫାଇନାଲ ମ୍ୟାଚ ପାଇଁ ଟିମ ଇଣ୍ଡିଆ ପ୍ଲେଇଂ ଇଲେଭେନ କିପରି ହେବା ଦରକାର ଏହାକୁ ନେଇ ପୂର୍ବତନ କିମ୍ବଦନ୍ତୀ କ୍ରିକେଟରମାନେ ଭିନ୍ନ ଭିନ୍ନ ମତ ରଖିଛନ୍ତି । ମହାନ କ୍ରିକେଟର ସୁନିଲ ଗାଭାସ୍କର, ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶକୁ ନେଇ ନିଜର ବ୍ୟକ୍ତିଗତ ମତ ରଖିଛନ୍ତି ।

ଗାଭାସ୍କର କହିଛନ୍ତି, 'ଭାରତର ବ୍ୟାଟିଂ ଲାଇନ୍ ବେଶ ମଜବୁତ ଏବଂ ଆମ ବ୍ୟାଟ୍ସମ୍ୟାନମାନେ ନ୍ୟୁଜିଲାଣ୍ଡର ବୋଲର ମାନଙ୍କୁ ମୁହଁତୋଡ ଜବାବ ଦେବାର କ୍ଷମତା ରଖିଛନ୍ତି ।' ଗାଭାସ୍କରଙ୍କ ପ୍ଲେଇଂ ଇଲେଭେନରେ ମୋଟ ୧୧ ଜଣଙ୍କ ମଧ୍ୟରୁ ୩ ଜଣ ପେସ ବୋଲର ଏବଂ ୨ ଜଣ ସ୍ପିନ୍‌ ବୋଲର ରହିଛନ୍ତି । ସେହିପରି ୫ ଜଣ ବ୍ୟାଟ୍ସମ୍ୟାନ ଏବଂ ଜଣେ ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ରହିଛନ୍ତି । ମହମ୍ମଦ ସିରାଜ ଏବଂ ଇଶାନ୍ତ ଶର୍ମାଙ୍କ ମଧ୍ୟରୁ ଅଭିଜ୍ଞ ଇଶାନ୍ତ ଶର୍ମାଙ୍କୁ ଚୟନ କରିଛନ୍ତି ଗାଭାସ୍କର ।

ଗାଭାସ୍କରଙ୍କ ଚୂଡାନ୍ତ ଏକାଦଶ : ରୋହିତ ଶର୍ମା, ଶୁଭମାନ ଗିଲ, ଚେତେଶ୍ବର ପୁଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ଜସପ୍ରୀତ ବୁମରାହ, ଇଶାନ୍ତ ଶର୍ମା ଏବଂ ମହମ୍ମଦ ସାମୀ

ସେ କହିଛନ୍ତି, ଅଶ୍ବିନ ଏବଂ ଜାଡେଜାଙ୍କୁ ଯଥାକ୍ରମେ ୭ମ ଏବଂ ୮ ନମ୍ବରରେ ବ୍ୟାଟିଂ କରିବା ଉଚିତ ହେବ । ଦୁଇ ଓପନର ରୋହିତ ଶର୍ମା ଏବଂ ଶୁଭମାନ ଗିଲଙ୍କୁ ପ୍ରଥମ କିଛି ଓଭର ବେଶ ପରିଶ୍ରମ କରିବାକୁ ପଡିବ । ଓପନିଂ ଯୋଡି ଭଲ ପ୍ରଦର୍ଶନ କଲେ ଦଲ ପ୍ରଥମ ଇନିଂସରେ ଏକ ବଡ ସ୍କୋର କରିବାକୁ ସକ୍ଷମ ହୋଇପାରିବ । ମ୍ୟାଚ ଜିତିବାକୁ ହେଲେ ପ୍ରଥମ ଇନିଂସରେ ଭାରତକୁ ୩୫୦ରନ କରିବାକୁ ହେବ । ଏହା ସହିତ ଗାଭାସ୍କର କହିଛନ୍ତି ନ୍ୟୁଜିଲାଣ୍ଡର ବୋଲିଂ ଆଟାକ୍‌ ବେଶ ମଜବୁତ । ସେଥିପାଇଁ ଟିମ ଇଣ୍ଡିଆକୁ ସାବଧାନତାର ସହିତ ବ୍ୟାଟିଂ କରିବାକୁ ହେବ । ଫାଇନାଲରେ ନ୍ୟୁଜିଲାଣ୍ଡର ପଲ୍ଲଶ ଭାରି ଅଛି କାରଣ ଦଳ ଏବେ ଏବେ ଇଂଲଣ୍ଡ ବିପକ୍ଷରେ ସେଠାରେ ୨ଟି ଟେଷ୍ଟ ମ୍ୟାଚ ଖେଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.