ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ : ଟସ୍ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ବିରାଟ ବାହିନୀ

Published By : Prameya-News7 Bureau | June 19, 2021 IST

ସାଉଥଆମ୍ପଟନ ୧୯/ ୦୬ : କିଛି ସମୟ ମଧ୍ୟରେ ଆରମ୍ଭ ହେବ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ । ପ୍ରଥମ ଦିନରେ ବର୍ଷା ବାଧାପ୍ରାପ୍ତ ଯୋଗୁଁ ଖେଳ ବନ୍ଦ ରହିଥିଲା । ଦ୍ବିତୀୟ ଦିନରେ ପାଗ ସଫା ରହିଛି । ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି କେନ ଓ୍ବିଲିୟମସନଙ୍କ ନ୍ୟୁଜିଲାଣ୍ଡ ଦଳ । ପ୍ରଥେମ ବ୍ୟାଟିଂ କରିବ ଭାରତ। କିଛି ସମୟ ମଧ୍ୟରେ ଆରମ୍ଭ ହେବ ଗ୍ରାଣ୍ଡ୍ ଫାଇନାଲ ।
ସୂଚନାଯୋଗ୍ୟ, ମୁକାବିଲାର ପ୍ରଥମ ଦିନ ବର୍ଷା ଧୋଇନେଇଥିଲା । ସାଉଥଆମ୍ପଟନରେ ଏଭଳି ବର୍ଷା ହୋଇଥିଲା ଯେ, ଟସ୍‌ ପକାଇବା ମଧ୍ୟ ସମ୍ଭବପର ହୋଇନଥିଲା । କିନ୍ତୁ କ୍ରିକେଟ ପ୍ରଶଂସକଙ୍କ ପାଇଁ ଦ୍ବିତୀୟ ଦିନ ଖେଳକୁ ନେଇ ଖୁସି ଖବର ରହିଛି । ବର୍ତ୍ତମାନ ସାଉଥଆମ୍ପଟନରେ ବର୍ଷା ବନ୍ଦ ହୋଇଯାଇଛି ଏବଂ ପାଗ ମଧ୍ୟ ସୁଖିଲା ହୋଇଯାଇଛି । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ବ୍ୟାଟିଂ କରିବ ବିରାଟ କୋହଲିଙ୍କ ଟିମ ଇଣ୍ଡିଆ ।

wp:embed {"url":"https://twitter.com/BCCI/status/1406176109289422850","type":"rich","providerNameSlug":"twitter","responsive":true,"className":""}
https://twitter.com/BCCI/status/1406176109289422850
/wp:embed

ଭାରତର ଚୂଡାନ୍ତ ଏକାଦଶ : ରୋହିତ ଶର୍ମା, ଶୁଭମାନ ଗିଲ, ବିରାଟ କୋହଲି, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ଜଶପ୍ରୀତ ବୁମରାହ, ଇଶାନ୍ତ ଶର୍ମା ଏବଂ ମହମ୍ମଦ ସାମୀ

wp:embed {"url":"https://twitter.com/BCCI/status/1406177254019842049","type":"rich","providerNameSlug":"twitter","responsive":true,"className":""}
https://twitter.com/BCCI/status/1406177254019842049
/wp:embed

ନ୍ୟୁଜିଲାଣ୍ଡର ଚୂଡାନ୍ତ ଏକାଦଶ : ଟମ୍‌ ଲାଥାମ୍, କେନ ଓ୍ବିଲିୟମସନ, ରସ୍‌ ଟେଲର, ହେନେରୀ ନିକୋଲସ, ବି.ଜେ ଓ୍ବାଟଲିଙ୍ଗ୍, କୋଲିନ ଡି ଗ୍ରାଣ୍ଡହୋମ, କେ ଜେମିସନ, ଟିମ୍‌ ସାଉଦି, ଏନ୍ ଓ୍ବାଗନର ଏବଂ ଟ୍ରେଣ୍ଟ ବୋଲ୍ଟ

wp:embed {"url":"https://twitter.com/BCCI/status/1406177255987060737","type":"rich","providerNameSlug":"twitter","responsive":true,"className":""}
https://twitter.com/BCCI/status/1406177255987060737
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.