Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

WTC ଫାଇନାଲ୍: ଆକାଶ ଚୋପ୍ରାଙ୍କ ପ୍ଲେଇଙ୍ଗ୍ ଇଲେଭେନ୍ ଉପରେ ମୋହର ମାରି ପାରନ୍ତି ବିରାଟ କୋହଲି

15/06/2021 at 6:08 PM

ସାଉଥମ୍ପଟନ ୧୫।୦୬: ଭାରତୀୟ  କ୍ରିକେଟ୍ ଦଳର ପୂର୍ବତନ ଓପନର ଆକାଶ ଚୋପ୍ରା ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମ୍ୟାଚ୍ ପାଇଁ ଭାରତୀୟ ଦଳର ଚୂଡାନ୍ତ ଏକାଦଶ ଚୟନ କରିଛନ୍ତି। ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଦଳ ଜୁନ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ସାଉଥମ୍ପଟନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ୍ ମୁକାବିଲା ଖେଳିବ।

ଦୁଇ ଦଳ ଗତ କିଛି ବର୍ଷ ହେବ ଟେଷ୍ଟ କ୍ରିକେଟ୍‌ରେ ଦମଦାର ପ୍ରଦର୍ଶନ କରି ଆସିଛନ୍ତି। ଭାରତ ଓ ନ୍ୟୁଜିଲାଣ୍ଡ ଦୁନିଆର ଦୁଇ ବଡ ଟିମ୍। ନ୍ୟୁଜିଲାଣ୍ଡ ଟେଷ୍ଟ ମାନ୍ୟତାରେ ପ୍ରଥମରେ ରହିଥିବା ବେଳେ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି। ତେଣୁ ଫାଇନାଲ୍ ମୁକାବିଲା ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

ଆକାଶ ଚୋପ୍ରା ଚୟନ କରିଥିବା ଚୂଡାନ୍ତ ଏକାଦଶ ଅଧିକାଂଶ ପ୍ରଶଂସକଙ୍କୁ ନିଶ୍ଚୟ ପସନ୍ଦ ଆସିବ। ସେ ଏମିତି ଦଳ ଚୟନ କରିଛନ୍ତି, ଯାହା ଉପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ମୋହର ମାରି ପାରନ୍ତି।

ଆକାଶ ଚୋପ୍ରା ଓପନର ଭାବେ ଶୁବମାନ ଗିଲ୍ ଓ ରୋହିତ ଶର୍ମାଙ୍କୁ ଚୟନ କରିଛନ୍ତି। ସେ ତୃତୀୟ ନମ୍ବରରେ ଚେତେଶ୍ଵର ପୂଜାରାଙ୍କୁ ରଖିଛନ୍ତି। ଏହା ପରେ  ଅଧିନାୟକ ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେ ଚତୁର୍ଥ ଏବଂ ପଞ୍ଚମ କ୍ରମରେ  ବ୍ୟାଟିଂ କରିବେ। ଚୋପ୍ରା ଷଷ୍ଠ କ୍ରମରେ ବ୍ୟାଟିଂ ପାଇଁ ଋଷଭ ପନ୍ତଙ୍କୁ ରଖିଛନ୍ତି।

ସେ ଦଳରେ ରବୀନ୍ଦ୍ର ଜାଡେଜା ଓ ରବି ଚନ୍ଦ୍ରନ ଅଶ୍ଵିନଙ୍କୁ ଦୁଇ ଜଣ ସ୍ପିନର ଭାବେ ରଖିଛନ୍ତି। ଦ୍ରୁତ ବୋଲିଂ ଉପରେ ଆଲୋଚନା କଲେ ଆକାଶ ଚୋପ୍ରା ଦଳରେ ମହମ୍ମଦ ସିରାଜଙ୍କୁ ରଖି ନାହାନ୍ତି। ପୂର୍ବତନ ଭାରତୀୟ ଓପନର ଫାଇନାଲ୍ ମୁକାବିଲା ପାଇଁ ନିଜ ଦଳରେ ତିନି ଜଣ ଦ୍ରୁତ ବୋଲରଙ୍କୁ ସାମିଲ କରିଛନ୍ତି। ଆଉ ଏହି ତିନି ଜଣ ବୋଲର ଫାଇନାଲ୍ ମ୍ୟାଚ୍ ଖେଳିବା ପ୍ରାୟତଃ ନିଶ୍ଚିତ ଲାଗୁଛି। ଏହି ତିନି ଦ୍ରୁତ  ବୋଲର ହେଲେ, ଯଶପ୍ରୀତ ବୁମରା, ମହମ୍ମଦ ସାମି ଓ ଇଶାନ୍ତ ଶର୍ମା। ଅଧିକାଂଶ କ୍ରିକେଟ୍ ବିଶେଷଜ୍ଞ ମଧ୍ୟ ଏହି ତିନି ବୋଲରଙ୍କୁ ନିଜ ଚୂଡାନ୍ତ ଏକାଦଶରେ ରଖିଛନ୍ତି।

ଏ ହେଉଛି ଆକାଶ ଚୋପ୍ରାଙ୍କ ଚୂଡାନ୍ତ ଏକାଦଶ

ଶୁବମାନ ଗିଲ୍, ରୋହିତ ଶର୍ମା, ଚେତେଶ୍ଵର ପୂଜାରା, ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ଆର. ଅଶ୍ଵିନ, ମହମ୍ମଦ ସାମି, ଇଶାନ୍ତ ଶର୍ମା ଓ ଯଶପ୍ରୀତ ବୁମରା।

   Related Posts