Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ମହମ୍ମଦ ସିରାଜଙ୍କ ମୁସ୍କିଲ ବଢାଇଲେ ଇଶାନ୍ତ ଶର୍ମା, ଅଭ୍ୟାସ୍ ମ୍ୟାଚ୍‌ରେ ପଡିଲେ ଭାରି

14/06/2021 at 11:25 PM

ସାଉଥମ୍ପଟନ ୧୪।୦୬: ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ୍‌ରେ କାହାକୁ ମିଳିବ ସୁଯୋଗ ଇଶାନ୍ତ ଶର୍ମା ନା ମହମ୍ମଦ ସିରାଜ ? ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ସମସ୍ତ ପ୍ରଶଂସକ ଉତ୍ସୁକତା ସହ ଚାହିଁ ରହିଛନ୍ତି। କିନ୍ତୁ ଅତି କମରେ ଅଭ୍ୟାସ୍‌ ମ୍ୟାଚ୍‌ରେ ଏହାର ସଙ୍କେତ ମିଳି ଯାଇଛି, ବର୍ତ୍ତମାନ କେଉଁ  ବୋଲର ଭଲ ଫର୍ମରେ ଅଛନ୍ତି। ସାଉଥମ୍ପଟନରେ ଭାରତୀୟ ଦଳର ଇଣ୍ଟ୍ରା ସ୍କ୍ଵାର୍ଡ ମ୍ୟାଚ୍‌ରେ ଇଶାନ୍ତ ଶର୍ମା ଯୁବ ଦ୍ରୁତ  ବୋଲର ମହମ୍ମଦ ସିରାଜଙ୍କ ଉପରେ ଭାରି ପଡିଛନ୍ତି। ହେଲେ ଦୁଇ ବୋଲର ପ୍ରଭାବଶାଳୀ ବୋଲିଂ କରି ନିଜ ଫର୍ମର ପ୍ରମାଣ ଦେଇଛନ୍ତି।

ଏମିତି ଖବର ରହିଛି ଯେ, ମହମ୍ମଦ ସିରାଜଙ୍କୁ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲାରେ ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିପାରେ ଏବଂ ଇଶାନ୍ତ ଶର୍ମାଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦିଆଯାଇପାରେ। ମାତ୍ର ଇଶାନ୍ତ ଶର୍ମା ଏତେ ସହଜରେ ହାର ମାନିବା  ବ୍ୟକ୍ତି ନୁହନ୍ତି। ଭାରତ ପାଇଁ ୧୦୧ ଟେଷ୍ଟ ଖେଳି ସାରିଥିବା ଇଶାନ୍ତ ଅଭ୍ୟାସ୍‌ ମ୍ୟାଚ୍‌ରେ ୩୬ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଅନ୍ୟପଟେ ମହମ୍ମଦ ସିରାଜ ୨୨ ରନ ଦେଇ ୨ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳ ପ୍ରବନ୍ଧକ ଫର୍ମରେ ଥିବା ମହମ୍ମଦ ସିରାଜଙ୍କୁ ଦଳରେ ସୁଯୋଗ ଦେଇ ପାରନ୍ତି। ସିରାଜ ଅଷ୍ଟ୍ରେଲିଆ ଗସ୍ତରେ ଦମଦାର ପ୍ରଦର୍ଶନ  କରିଥିଲେ। ଏହା ପରେ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ମଧ୍ୟ ସେ ଚମତ୍କାର ପ୍ରଦର୍ଶନ କରିଥିଲେ। ଅନ୍ୟପଟେ ଇଶାନ୍ତ ଶର୍ମା ମଧ୍ୟ ବିଶ୍ଵ ଟେଷ୍ଟ ସିରିଜ୍‌ରେ କମାଲ ପ୍ରଦର୍ଶନ କରିଥିଲେ।

ଇଶାନ୍ତ ଶର୍ମା ବିଶ୍ଵ ଟେଷ୍ଟ ସିରିଜ୍‌ରେ ୧୧ଟି ମ୍ୟାଚ୍‌ରେ ୩୬ ଓ୍ଵିକେଟ୍ ନେଇଥିଲେ। ଇଶାନ୍ତ ମାତ୍ର ୧୭.୩୬ ହାରରେ ଓ୍ଵିକେଟ୍ ନେଇଥିଲେ, ଯାହା ଜଣେ ଦ୍ରୁତ ବୋଲରଙ୍କ ପାଇଁ ସବୁଠୁ ଭଲ। କେବଳ ଏତିକି ନୁହେଁ ଇଶାନ୍ତଙ୍କ ଇଂଲଣ୍ଡ ମାଟିରେ ୧୨ ଟେଷ୍ଟ ଖେଳିବାର ଅଭିଜ୍ଞତା ରହିଛି। ସେ ଇଂଲଣ୍ଡ ମାଟିରେ ୪୩ ଓ୍ଵିକେଟ୍ ହାସଲ କରିଛନ୍ତି। ତେଣୁ ଇଶାନ୍ତଙ୍କୁ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍‌ ମୁକାବିଲାରେ ସ୍ଥାନ ଦେଲେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ।

   Related Posts