Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

WTC FINAL: ଏବେ ବି ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରି ପାରିବ ଭାରତ, ଜାଣନ୍ତୁ କ’ଣ କହୁଛି ନିୟମ ?

18/06/2021 at 11:12 PM

ସାଉଥମ୍ପଟନ ୧୮।୦୬: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାର ବିଶ୍ଵ ଟେଷ୍ଟ ଚମ୍ପିଆନସିପର ପ୍ରଥମ ଦିନ ବର୍ଷାରେ ଧୋଇ ହୋଇ ଯାଇଛି। କ୍ରମାଗତ ବର୍ଷା କାରଣରୁ ପ୍ରଥମ ଦିନର ଖେଳ ବାତିଲ୍ ହୋଇଛି। ଏପରିକି ମ୍ୟାଚ୍‌ରେ ଟସ୍ ମଧ୍ୟ ପଡି ପାରି ନାହିଁ। ଏହି କାରଣରୁ ଭାରତୀୟ ଦଳ ପାଖରେ ଏବେ ମଧ୍ୟ ନିଜର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରିବାର ସୁଯୋଗ ରହିଛି।

ନିୟମ ଅନୁଯାୟୀ, ଦଳଗୁଡିକ ଟସ୍ ହେବା ପର୍ଯ୍ୟନ୍ତ ନିଜ ଏକାଦଶରେ ପରିବର୍ତ୍ତନ କରି ପାରିବେ। କାରଣ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍‌ ମୁକାବିଲାର ପ୍ରଥମ ଦିନ ବର୍ଷା ଯୋଗୁଁ ଟସ୍ ପଡି ପାରିନାହିଁ। ତେଣୁ ଦୁଇ ଦଳ ପାଖରେ ପରିସ୍ଥିତିକୁ ଦେଖି ରଣନୀତି ଅନୁରୂପ ଚୂଡାନ୍ତ ଏକାଦଶ ଚୟନ କରିବାର ସୁଯୋଗ ରହିଛି।

ଭାରତୀୟ ଦଳ ଗୁରୁବାର ହିଁ ଚୂଡାନ୍ତ ଏକାଦଶ ଘୋଷଣା କରିଥିଲା। ଏଥିରେ ଦୁଇ ସ୍ପିନର ଏବଂ ତିନି ଜଣ ଦ୍ରୁତ ବୋଲରଙ୍କୁ ସୁଯୋଗ ଦିଆଯାଇଛି। ପ୍ରଥମ ଦିନର ଖେଳ ବାତିଲ୍ ପରେ ଏବେ ଦେଖିବା ବାକି ରହିଲା ଯେ, ଭାରତ ରବିଚନ୍ଦ୍ରନ ଅଶ୍ଵିନ ଓ ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରୁ କେଉଁ ସ୍ପିନରଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ଦେବ।

ଫିଲ୍ଡିଂ କୋଚ୍ ଶ୍ରୀଧର କହିଛନ୍ତି, ମୋ ମତରେ ଯେଉଁ ଏକାଦଶ ଚୟନ କରାଯାଇଛି ତାହା ବାତାବରଣ ଏବଂ ପିଚ୍‌କୁ ଦୃଷ୍ଟିରେ ରଖି ଚୟନ କରାଯାଇଛି। ଏହି ଏକାଦଶ  ହିଁ ବିଶ୍ଵର ଯେ କୌଣସି ପରିସ୍ଥିତିରେ ଉନ୍ନତ ପ୍ରଦର୍ଶନ କରି ପାରିବେ ବୋଲି ଶ୍ରୀଧର କହିଛନ୍ତି।

ଭାରତୀୟ ଦଳ

ରୋହିତ ଶର୍ମା, ଶୁବମାନ ଗିଲ୍, ଚେତେଶ୍ଵର ପୂଜାରା, ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ଵିନ, ମହମ୍ମଦ ସାମି, ଇଶାନ୍ତ ଶର୍ମା ଓ ଯଶପ୍ରୀତ ବୁମରା।

   Related Posts