Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

WTC FINAL IND vs NZ: ସାଉଥମ୍ପଟନରେ ବର୍ଷା ଛାଡିଲା, ମ୍ୟାଚ୍ ଆରମ୍ଭ

22/06/2021 at 4:12 PM

ସାଉଥମ୍ପଟନ ୨୨।୦୬: ଆଇସିସି ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ମ୍ୟାଚ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। ଆଜି ହେଉଛି ମ୍ୟାଚ୍‌ର ପଞ୍ଚମ ଦିନ। ହେଲେ ବର୍ଷା ଯୋଗୁଁ ମ୍ୟାଚ୍‌ ଆରମ୍ଭରେ ବିଳମ୍ବ ଘଟିଛି। ସକାଳୁ ପାଣିପାଗ ସ୍ଵଚ୍ଛ ଥିଲା, ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ଆରମ୍ଭ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ମ୍ୟାଚ୍‌ ଆରମ୍ଭ ହେବାର ଅଧା ଘଣ୍ଟା ପୂର୍ବରୁ ପାଣିପାଗ ବିଡିଥିଲା ଏବଂ ପୁଣି ଥରେ ବର୍ଷା ଆରମ୍ଭ  ହୋଇଥିଲା। ହେଲେ ବର୍ଷା ଛାଡିଯିବା ପରେ ଭାରତୀୟ ସମୟ ଅପରାହ୍ନ ୪ଟାରୁ ମ୍ୟାଚ୍ ଆରମ୍ଭ ହୋଇଛି।

ବର୍ଷା କାରଣରୁ ପ୍ରଥମ ଏବଂ ଚତୁର୍ଥ ଦିନ ଖେଳ ସଂପୂର୍ଣ୍ଣ ବାତିଲ୍ ହୋଇଥିଲା। ଏ ପର୍ଯ୍ୟନ୍ତ ମ୍ୟାଚ୍‌ରେ କେବଳ ୧୪୧.୧ ଓଭର ଖେଳ ସମ୍ଭବ ହୋଇ ପାରିଛି।  ବର୍ଷା ଏବଂ ଖରାପ ଆଲୋକ କାରଣରୁ ପ୍ରତି ଦିନ ମ୍ୟାଚ୍‌ର ସମୟ ବରବାଦ ହୋଇଛି। ଏବେ ରିଜର୍ଭ ଡେର ଖେଳ ହେବ। ଯଦିଓ ଖେଳର ଅନ୍ତିମ ଦୁଇ ଦିନ ବର୍ଷା ନହୁଏ ତେବେ ୧୯୬ ଓଭର ଖେଳ ହେବ। ଫାଇନାଲ୍‌ ମୁକାବିଲାରେ ଭାରତ ପ୍ରଥମେ  ବ୍ୟାଟିଂ କରି ୨୧୭ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ଦଳ ୨ ଓ୍ଵିକେଟ୍ ହରାଇ ୧୦୧ ରନ କରିଛି। କ୍ରିଜରେ ଅଧିନାୟକ କେନ୍ ଓ୍ଵିଲିୟମସନ ୧୨ ଏବଂ ରସ୍ ଟେଲର ଖାତା ନଖୋଲି କ୍ରିଜରେ ଅପରାଜିତ ଅଛନ୍ତି। କିଓ୍ଵି ଦଳ ଭାରତଠୁ ଏବେ ବି ୧୧୬ ରନ ପଛରେ  ରହିଛି।

କିନ୍ତୁ ଏବେ ଯାହା ସ୍ଥିତି ରହିଛି ମ୍ୟାଚ୍ ଡ୍ର ରହିବାର ସମ୍ଭାବନା ରହିଛି। ଫଳରେ ଭାରତ ଓ ନ୍ୟୁଜିଲାଣ୍ଡ ଯୁଗ୍ମ ବିଜେତା ଘୋଷିତ ହେବେ ଏବଂ ଟ୍ରଫି ଦୁଇ ଦଳ ମଧ୍ୟରେ  ବଣ୍ଟା ଯିବ। ଏପରିକି ପୁରସ୍କାର ରାଶି ଦୁଇ ଭାଗ ହେବ। ଯଦିଓ ଦୁଇ ଦିନ ପୂରା ଖେଳ ହୁଏ ତେବେ  ମ୍ୟାଚ୍‌ର ଫଳାଫଳ ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ।

   Related Posts