ଗୋଟିଏ ଓଭର ପରେ ଯଶପ୍ରୀତ ବୁମରାଙ୍କୁ ଛାଡିବାକୁ ପଡିଲା ପଡିଆ, ଜାଣନ୍ତୁ କାହିଁକି

Published By : Prameya-News7 Bureau | June 22, 2021 IST

ସାଉଥମ୍ପଟନ ୨୨।୦୬: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ସାଉଥମ୍ପଟନରେ ଖେଳାଯାଉଛି। ମ୍ୟାଚ୍‌ର ପଞ୍ଚମ ଦିନରେ ବର୍ଷା କାରଣୁ ଖେଳ ଏକ ଘଣ୍ଟା ବିଳମ୍ଵରେ ଆରମ୍ଭ ହୋଇଛି। ହେଲେ ପଞ୍ଚମ ଦିନରେ ଭାରତୀୟ ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଭୁଲ୍  ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଥିଲେ। ହେଲେ  ପ୍ରଥମ ଓଭର ମଧ୍ୟ ବୋଲିଂ କରିବା ପରେ ବୁମରାଙ୍କୁ ପଡିଆ ଛାଡିବାକୁ ପଡିଥିଲା। ବୁମରା ଯେଉଁ ଜର୍ସି ପିନ୍ଧି ଖେଳିବାକୁ ଓହ୍ଲାଇଥିଲେ ତାହା ଟେଷ୍ଟ ଚମ୍ପିଆନସିପର ଜର୍ସି ନଥିଲା।

ବିଶ୍ଵ ଟେଷ୍ଟ ଚମ୍ପିଆନସିପ ଫାଇନାଲ୍‌ର ଯେଉଁ ଜର୍ସି ରହିଛି ସେଥିରେ ଏମପିଏଲ ଲୋଗୋ ବାହୁରେ ଥିବା ବେଳେ ଆଗରେ ICC WTC Final 2021ର ଲୋଗୋ ରହିଛି। ହେଲେ ବୁମରା ପ୍ରଥମେ ପିନ୍ଧିଥିବା ଜର୍ସିର ଆଗରେ ଏମପିଏଲ ଲୋଗୋ ରହିଥିଲା। ଉକ୍ତ ଜର୍ସିରେ ଆଇସିସିର ଲୋଗୋ ନଥିଲା। ପ୍ରଥମ ଓଭର ବୋଲିଂ କରିବା ପରେ ନିଜର ଭୁଲ୍ ଜାଣି ପାରିଥିଲେ ବୁମରା ଏବଂ ତୁରନ୍ତ ପାଭିଲିୟନ ଯାଇ ଜର୍ସି ବଦଳାଇ ପଡିଆକୁ ଆସିଥିଲେ।

{"id":469740,"sizeSlug":"large","linkDestination":"none"}

ପଞ୍ଚମ ଦିନରେ ୯୮ ଓଭର ଖେଳ ହେବାର ଥିଲା। ହେଲେ ବର୍ଷା କାରଣରୁ ମ୍ୟାଚ୍‌ ଏକ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିବାରୁ ଆଜି ୯୧ ଓଭର ଖେଳାଯିବ। ଫାଇନାଲ୍ ମୁକାବିଲାରେ ଭାରତ ପ୍ରଥମେ  ବ୍ୟାଟିଂ କରି ୨୧୭ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ଦଳ ୨ ଓ୍ଵିକେଟ୍ ହରାଇ ୧୦୧ ରନ କରିଥିଲା। କ୍ରିଜରେ ଅଧିନାୟକ କେନ୍ ଓ୍ଵିଲିୟମସନ ୧୨ ଏବଂ ରସ୍ ଟେଲର ଖାତା ନଖୋଲି କ୍ରିଜରେ ଅପରାଜିତ ଥିଲେ।  ହେଲେ ଖବର  ଲେଖାଯିବା ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ୫ ଓ୍ଵିକେଟ୍ ହରାଇ ୧୪୦ ରନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.