Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

WTC Final: ବର୍ଷାରେ ଧୋଇଗଲା ପ୍ରଥମ ଦିନର ଖେଳ, ମ୍ୟାଚ୍ ୫ ନୁହେଁ ଏବେ ୬ ଦିନ ପର୍ଯ୍ୟନ୍ତ ଚାଲିବ

18/06/2021 at 7:45 PM

ସାଉଥମ୍ପଟନ ୧୮।୦୬: କ୍ରିକେଟ୍ ପ୍ରେମୀଙ୍କ ପାଇଁ ନିରାଶଜନକ ଖବର। ଲଗାଣ ବର୍ଷା କାରଣରୁ ସାଉଥମ୍ପଟନରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ଵ ଟେଷ୍ଟ ଚମ୍ପିଆନସିପ ଫାଇନାଲ୍‌ ମୁକାବିଲାର ପ୍ରଥମ ଦିନର ଖେଳ ଧୋଇ ହୋଇ ଯାଇଛି। ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳ ବାତିଲ୍ କରାଯାଇଛି। ଏପରିକି ଟସ୍ ମଧ୍ୟ ପଡି ପାରି ନାହିଁ। ଅମ୍ପାୟର ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟା ୧୫ରେ ପଡିଆ ନିରୀକ୍ଷଣ କରିବା ପରେ ପ୍ରଥମ ଦିନର ଖେଳ ବାତିଲ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ସାଉଥମ୍ପଟନରେ କ୍ରମାଗତ ବର୍ଷା ଜାରି ରହିଛି। ଅବସ୍ଥାରେ ସୁଧାର ନଆସିବା ଏବଂ ଅଦା ଆଉଟ୍ ଫିଲ୍ଡ କାରଣରୁ ବାଧ୍ୟ ହୋଇ ଅମ୍ପାୟର ପ୍ରଥମ ଦିନର ଖେଳ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଟ୍ଵିଟ୍ ଜରିଆରେ ଏହାର ସୂଚନା ଦେଇଛନ୍ତି। ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ମଧ୍ୟ ସାଉଥମ୍ପଟନରେ ବର୍ଷା ଲାଗି ରହିଥିଲା। ଆସନ୍ତାକାଲି ଇଂଲଣ୍ଡ ସମୟ ସକାଳ ୧୦ଟା ୩୦ରେ ମ୍ୟାଚ୍ ଆରମ୍ଭ ହେବ।

କିନ୍ତୁ ଏଥିରେ କ୍ରିକେଟ୍ ପ୍ରେମୀଙ୍କୁ ଅଧିକ ନିରାଶ ହେବାର ଆବଶ୍ୟକତା ନାହିଁ। ବର୍ଷା କି ଅନ୍ୟ କାରଣ ପାଇଁ ଖେଳ ସମୟ ନଷ୍ଟ ହେଲେ ଏହାର ଭରଣା ପାଇଁ ଜୁନ ୨୩ ତାରିଖକୁ ରିଜର୍ଭ ଡେ ଭାବେ ରଖାଯାଇଛି। ଆଇସିସି ମଧ୍ୟ ସ୍ପଷ୍ଟ କରି ଦେଇଛି ଯେ, ସାଉଥମ୍ପଟନରେ ପ୍ରଥମ ଦିନରେ ବର୍ଷା ପରେ ଏବେ ଫାଇନାଲ ମ୍ୟାଚ୍‌ରେ ରିଜର୍ଭ ଡେର ବ୍ୟବହାର କରାଯିବ।

   Related Posts