Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଆଜି ଐତିହାସିକ ଟେଷ୍ଟ ଫାଇନାଲ, ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ

18/06/2021 at 7:51 AM

ସାଉଥମ୍ପଟନ ୧୮।୦୬: ଆଜିଠୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ। ଏହି ଲଢ଼େଇ ଆଇସିସି ଟେଷ୍ଟ୍ ମାନ୍ୟତାର ପ୍ରଥମ ଦୁଇ ସ୍ଥାନରେ ଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ। ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟନରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚମ୍ପିଆନ୍ ସିପର ଫାଇନାଲ ମ୍ୟାଚ୍ ଖେଳାଯିବ। ପ୍ରଥମ ଆଇସିସି ଟ୍ରଫି ଲକ୍ଷ୍ୟରେ ରହିଛନ୍ତି ବିରାଟ କୋହଲି ।

୨୦୧୯ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଅନେକ ମହତ୍ବପୂର୍ଣ୍ଣ ଶୃଙ୍ଖଳାରେ ଐତିହାସିକ ସଫଳତା ସାଉଣ୍ଟିଥିଲା ଟିମ୍ ଇଣ୍ଡିଆ। ଏବେ ଅଧିନାୟକ ବିରାଟ କୋହଲିଙ୍କ ଅଧୀନରେ ପ୍ରଥମ ଆଇସିସି ଟ୍ରଫି ଜିତିବାର ସୁଯୋଗ ଭାରତ ହାତରେ ରହିଛି। ଭାରତ ପାଇଁ କିନ୍ତୁ ଅଭ୍ୟାସର ଅଭାବ ଏକ ସମସ୍ୟା ହୋଇପାରେ। କାରଣ ଗତ ମାର୍ଚ୍ଚ ପରଠାରୁ ଭାରତୀୟ ଦଳ ଗୋଟିଏ ହେଲେ ବି ଟେଷ୍ଟ୍ ମ୍ୟାଚ୍ ଖେଳିନି। ବିନା ଅଭ୍ୟାସ ମ୍ୟାଚ୍ ରେ ଏହି ଚର୍ଚ୍ଚିତ ଫାଇନାଲ୍ ଖେଳିବାକୁ ଯାଉଛି ।

ସେପଟେ ଫାଇନାଲ୍ ଦୁର୍ଭାଗ୍ୟ ଦୂର କରିବା ଆଶାରେ ରହିଛି ନ୍ୟୁଜିଲାଣ୍ଡ । ଏହି ସମ୍ମାନଜନକ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଭାରତକୁ ମାତ୍ର ତିନି ଦିନ ତଳେ ନ୍ୟୁଜିଲାଣ୍ଡ ଦ୍ବିତୀୟ ସ୍ଥାନକୁ ଖସାଇ ଦେଇଛି। ଇଂଲଣ୍ଡ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୧-୦ରେ ଜିତି ନେଇ ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରି ନେଇଛି। ଦୁଇ ବର୍ଷୀୟା ଅବଧି ବିଶିଷ୍ଟ ଡବ୍ଲ୍ୟୁଟିସିର ପ୍ରଥମ ବିଜେତା ହେବା ଲାଗି କିୱି ଦଳ ମଧ୍ୟ ନିଜ ଦାବିଦାରି ଉପସ୍ଥାପନା କରିଦେଇଛି। ଇଂଲଣ୍ଡ ଶୃଙ୍ଖଳା ଖେଳି କେନ୍ ୱିଲିୟମସନ୍ ଙ୍କ ଦଳ ଭଲ ପ୍ରସ୍ତୁତି ବି କରିଛି। ଫଳାଫଳ ଯାହା ହେଉନା ଏହି ଲଢ଼େଇ ବେଶ୍ ରୋମାଞ୍ଚଭରା ହେବ ବୋଲି ଆଶା କରାଯାଉଛି।

ସେହିପରି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ପ୍ଲେଇଙ୍ଗ ଇଲେଭେନ୍ ଘୋଷଣା କରିଛି ଟିମ୍ ଇଣ୍ଡିଆ । ଉଭୟ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ରବିନ୍ଦ୍ର ଜାଡେଜା ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଛନ୍ତି। ମହମ୍ମଦ ଶାମି, ଜସପ୍ରିତ ବୁମ୍ରା ଏବଂ ଇଶାନ୍ତ ଶର୍ମା ଦ୍ରୁତ ବୋଲର ଭାବରେ ଦଳରେ ସାମିଲ ହୋଇଛନ୍ତି । ରୋହିତ ଶର୍ମା ଏବଂ ଶୁଭମାନ ଗିଲ ଇନିଂସ ଓପନ କରିବେ ଏବଂ ନିର୍ଭରଶୀଳ ଚେତେଶ୍ୱର ପୂଜାରା ତିନି ନମ୍ବରରେ ବ୍ଯାଟିଂ କରିବେ । କ୍ୟାପଟେନ୍ ବିରାଟ କୋହଲି ୪ ନମ୍ବର ଏବଂ ଆଜିଙ୍କ୍ୟ ରାହାଣେ ୫ ନମ୍ବରରେ କ୍ରିଜ୍ କୁ ଆସିବେ। ସେହିପରି ଋଷଭ ପନ୍ତଙ୍କୁ ୱିକେଟ୍ କିପର ଭାବେ ଦଳରେ ସାମିଲ କରାଯାଇଛି ।

   Related Posts