Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

WTC ଫାଇନାଲରୁ ବାଦ ପଡ଼ିଲେ କେଏଲ ରାହୁଲ: ଅଭିନେତ୍ରୀ ଆଥିୟାଙ୍କ ସହ ଆସିଲେ ନଜର, ପ୍ରଶଂସକଙ୍କ ମଧ୍ୟରେ ଚାଲିଛି ଚର୍ଚ୍ଚା

16/06/2021 at 9:23 PM

ନୂଆଦିଲ୍ଲୀ ୧୬/୦୬ : ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ ରାହୁଲଙ୍କୁ ୱାର୍ଲଡ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ୍ରୁ ବାଦ ଦିଆଯାଇଛି। ଭାରତୀୟ ସ୍କ୍ୱାର୍ଡ ୧୫ ଜଣିଆ ସଦସ୍ୟ ଟିମରେ ରାହୁଲଙ୍କ ନାଁ ସାମିଲ ହୋଇନାହିଁ। ଫଳରେ ପ୍ରଶଂସକଙ୍କୁ ବଡ ଝଟକା ଲାଗିଛି। କିନ୍ତୁ ରାହୁଲ ପୁଣି ବୁଧବାର ଦିନ ଗୁଜବ ବଜାର ଗରମ କରିଛନ୍ତି। ରାହୁଲ ଅଭିନେତ୍ରୀ ଆଥିୟା ସେଟ୍ଟୀଙ୍କ ସହ ଫଟସୁଟରେ ନଜର ଆସିଛନ୍ତି। ଏହାପରେ ଉଭୟଙ୍କ ନାଁ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି।

ରାହୁଲ ଓ ଆଥିୟା ଏକ ନୂଆ ଫଟୋସୁଟ ପାଇଁ ଟ୍ରେଣ୍ଡ କରୁଛନ୍ତି। ଏକ ଲଗଜରୀ ଚଷମା ବ୍ରାଣ୍ଡ ପାଇଁ ଦୁହେଁ ଏକସଙ୍ଗେ ଫଟୋସୁଟ କରିଛନ୍ତି। ପ୍ରଥମ ଥର ପାଇଁ ଅଭିନେତ୍ରୀ ଆଥିୟା ଓ କ୍ରିକେଟର କେଏଲ୍ ରାହୁଲ ଏକାଠି କାମ କରିଛନ୍ତି। ଆଥିୟା ଓ ରାହୁଲଙ୍କୁ ପ୍ରଶଂସକ ଏକାଠି ଦେଖି ବହୁତ ଖୁସି ଅଛନ୍ତି। ପ୍ରଶଂସକ ଫଟୋରେ ଅନେକ କମେଣ୍ଟ କରିଛନ୍ତି।

ଚଳିତ ବର୍ଷ ଏପ୍ରିଲରେ କ୍ରିକେଟରଙ୍କ ଜନ୍ମଦିନରେ ଆଥିୟା ଏକ ସୁପର କ୍ୟୁଟ ସେଟ ସେୟାର କରି ଲେଖିଥିଲେ, ଆପଣଙ୍କୁ ଧନ୍ୟବାଦ, ଜନ୍ମଦିନର ଶୁଭେଚ୍ଛା।” ଫଟୋ ଉପରେ ଆଥିଆଙ୍କ ପିତା ତଥା ଅଭିନେତା ସୁନୀଲ ଶେଟ୍ଟୀଙ୍କ କମେଣ୍ଟ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଏହାପୂର୍ବରୁ ଏକ ସାକ୍ଷାତକାରରେ ଆଥିୟାଙ୍କ ପିତା ସୁନୀଲ ସେଟ୍ଟୀ କହିଛନ୍ତି, “ମୁଁ ଅହାନଙ୍କ ଗର୍ଲଫ୍ରେଣ୍ଡକୁ ପସନ୍ଦ କରେ। ମୁଁ ତାଙ୍କୁ ମଧ୍ୟ ପସନ୍ଦ କରେ ଯାହାକୁ ଆଥିୟା ଦେଖୁଚି। ମୋର ଏଥିରେ କୌଣସି ଅସୁବିଧା ନାହିଁ। ମାନା (ସୁନୀଲ ସେଟ୍ଟୀଙ୍କ ପତ୍ନୀ) ଙ୍କୁ ମଧ୍ୟ କିଛି ଅସୁବିଧା ନାହିଁ। ସେମାନେ ଖୁସିରେ ଅଛନ୍ତି। “ଡବ୍ଲୁଟିଏସି ଫାଇନାଲ୍ ପାଇଁ ବସିଥିବା ଖେଳାଳିଙ୍କ ମଧ୍ୟରେ କେ.ଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲଙ୍କ ଭଳି ବଡ ନାମ ରହିଛି। ଅଭ୍ୟାସ ମ୍ୟାଚରେ କେଏଲ୍ ରାହୁଲ ଏକ ଚମତ୍କାର ଶତକ ହାସଲ କରିଥିଲେ। କିନ୍ତୁ ଏହା ସତ୍ତ୍ୱେ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ରୋହିତ ଶର୍ମା-ଶୁବମନ ଗିଲଙ୍କୁ ଓପନର୍ ଭାବରେ ଚୟନ କରିଛନ୍ତି।

୧୫ ଜଣିଆ ଭାରତୀୟ ଟିମରେ ଅଛନ୍ତି ରୋହିତ ଶର୍ମା, ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଷଭ ପନ୍ତ, ରିଦ୍ଧିମାନ ସାହା, ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଜସପ୍ରୀତ ବୁମ୍ରା, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଉମେଶ ଯାଦବ ଏବଂ ମହମ୍ମଦ ସିରାଜ।

   Related Posts