ଉଗ୍ରବାଦୀ ଭାବି ନାଗରିକଙ୍କ ଉପରକୁ ଗୁଳି ଚଳାଇ ଦେଲେ ସୁରକ୍ଷା ବଳ, ୧୩ ମୃତ, ଘଟଣାକୁ ନେଇ ନାଗାଲ୍ୟାଣ୍ଡରେ ବ୍ୟାପକ ହିଂସା, କୋର୍ଟ ଅଫ ଇନକ୍ୱାରୀ ଆଦେଶ

Published By : Prameya-News7 Bureau | December 05, 2021 IST

ନୂଆଦିଲ୍ଲୀ ୫।୧୨: ନାଗାଲ୍ୟାଣ୍ଡ ମୌନ ଜିଲ୍ଲା ତିରୁ ଅଞ୍ଚଳରେ ସୁରକ୍ଷା ବଳଙ୍କ ଗୁଳିରେ ୧୩ ଜଣ ନିରୀହ ନାଗରିକଙ୍କ ମୃତ୍ୟୁ ହୋଇଛି। ସେନା  ଆତଙ୍କବାଦ ନିରୋଧୀ ଅଭିଯାନରେ ଏହି କାଣ୍ଡ କରିଥିବା ବେଳେ କୋର୍ଟ ଅଫ ଇନକ୍ୱାରୀ ଆଦେଶ ଦିଆଯାଇଛି। ଘଟଣା ଜଣାପଡିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଏଥିଲାଗି ଦୁଃଖ ପ୍ରକଟ କରିଥିବା ବେଳେ ସମସ୍ତଙ୍କୁ ନ୍ୟାୟ ମିଳିବ ବୋଲି କହିଛନ୍ତି। ମ୍ୟାମାର ସୀମା ଲଗ୍ନ ମୌନ ଜିଲ୍ଲାରେ ଏନଏସସିଏନ (କେ) ଗୋଷ୍ଠୀର ୟୁଙ୍ଗୟାଙ୍ଗ ଉଗ୍ରବାଦୀଙ୍କ ସମ୍ପର୍କିତ ଗୁଇନ୍ଦା ସୂଚନା ମୁତାବକ କାର୍ଯ୍ୟାନୁଷ୍ଠାନରେ ସେନା ଏହି ଭୁଲ କରି ବସିଛି।

wp:embed {"url":"https://twitter.com/AmitShah/status/1467345038615068675","type":"rich","providerNameSlug":"twitter","responsive":true}
https://twitter.com/AmitShah/status/1467345038615068675
/wp:embed

ଘଟଣାକୁ ନେଇ ସାରା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ଲୋକେ ବ୍ୟାପକ ଜଳାପୋଡା କରିଛନ୍ତି। ଉତ୍ତେଜିତ ଲୋକଙ୍କ ଆକ୍ରମଣରେ ଜଣେ ସେନା ଜବାନ ମଧ୍ୟ ପ୍ରାଣ ହରାଇଛନ୍ତି। ଘଟଣାକୁ ନେଇ ଏବେବି ଉତ୍ତେଜନା ଜାରି ରହିଛି। ନାଗାଲ୍ୟାଣ୍ଡ ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ୱାଇ.ପେଟନ ଏପର୍ଯ୍ୟନ୍ତ ଅଧିକାରୀକ ଭାବେ ୧୦ ଜଣଙ୍କୁ ମୃତ ଘୋଷଣା କରାଯାଇଥିବା କହିଛନ୍ତି। ଏହି ସଂଖ୍ୟା ଅଧିକ ବି ହୋଇପାରେ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

{"id":554675,"width":838,"height":515,"sizeSlug":"full","linkDestination":"none"}

ତେବେ ସୈନ୍ୟ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀଙ୍କ ସମ୍ଭାବିତ ଗତିବିଧି ନେଇ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ସେନା ପକ୍ଷରୁ ଶନିବାର ଅଭିଯାନ ଚଳାଯାଇଥିଲା। ତେବେ ସେନା ଯେଉଁ ଗାଡିକୁ ଟାର୍ଗେଟ କରିଥିଲା ସେଥିରେ ନିକଟସ୍ଥ ଖଣିରୁ କାମ କରି ଫେରୁଥିବା ଶ୍ରମିକମାନେ ଥିଲେ। ସେନା କାର୍ଯ୍ୟାନୁଷ୍ଠାନରେ ସମସ୍ତ ଶ୍ରମିକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି। 

wp:embed {"url":"https://twitter.com/RahulGandhi/status/1467380374514937859","type":"rich","providerNameSlug":"twitter","responsive":true}
https://twitter.com/RahulGandhi/status/1467380374514937859
/wp:embed

ଘଟଣା ନେଇ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ  ରାଜନାଥ ସିଂହ ଓ ସ୍ଥଳସେନାଧ୍ୟକ୍ଷ ଏମ.ଏମ. ନରୱାଣେଙ୍କୁ ସମ୍ପୂର୍ଣ୍ଣ ପ୍ରକରଣର ସୂଚନା ଦିଆଯାଇଛି। ଘଟଣାରେ ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଟ୍ୱିଟ୍‌ କରି ଘଟଣାକୁ ହୃଦୟ ବିଦାରକ ବୋଲି ଉଲ୍ଲେଖ କରିଛନ୍ତି। ମାମଲାରେ ଭାରତ ସରକାର ଜବାବ ରଖନ୍ତୁ ବୋଲି ଦାବି କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.