କମ୍ପାଉଣ୍ଡରଙ୍କ ଭୁଲ ଚିକିତ୍ସା ଯୋଗୁ ନାବାଳିକାର ମୃତ୍ୟୁ ଅଭିଯୋଗ

Published By : Prameya-News7 Bureau | December 04, 2019 IST

ବାସୁଦେବପୁର ୪।୧୨:  କମ୍ପାଉଣ୍ଡରଙ୍କ ଭୁଲ ଚିକିତ୍ସା ଯୋଗୁ ଆଖିବୁଜିଲେ ନାବାଳିକା। ବୁଧବାର ଇରମ ଗ୍ରାମର ପ୍ରଭାତ ବେହେରାଙ୍କ ଝିଅ ପ୍ରିୟଙ୍କା ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ପରିବାର ଲୋକେ ଚିକିତ୍ସା ଲାଗି ବାସୁଦେବପୁର ହସ୍ପିଟାଲକୁ ନେଇଆସିଥିଲେ। ହେଲେ ପରିବାର ଲୋକେ ଜାଣି ନଥିଲେ ହସ୍ପିଟାଲରେ ଡାକ୍ତର ନାହାନ୍ତି।

{"id":193942,"sizeSlug":"large"}

ଡାକ୍ତରଙ୍କ ଅନୁପସ୍ଥିତିରେ କମ୍ପାଉଣ୍ଡର ପ୍ରିୟଙ୍କାର ଚିକିତ୍ସା କରିଥିଲେ। ହେଲେ ମାତ୍ର କିଛି ସମୟ ମଧ୍ୟରେ ସବୁଦିନ ଲାଗି ଆଖିମୁଦି ଦେଇଥିଲେ ପ୍ରିୟଙ୍କା। କମ୍ପାଉଣ୍ଡରଙ୍କ ତ୍ରୁଟିପୁର୍ଣ୍ଣ ଚିକିତ୍ସା ଯୋଗୁ ଝିଅର ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାର ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.