ଆମାଜନ ଭାଷାରେ 'ପ୍ରାଇମ୍ ମେମ୍ବର' ଅର୍ଥ 'ପ୍ରଧାନମନ୍ତ୍ରୀ ସଦସ୍ୟତା', ବିଶ୍ୱର ସର୍ବବୃହତ ଇ-କମର୍ସ କମ୍ପାନୀର ଅଦ୍ଭୁତ କଦର୍ଥ ଶବ୍ଦାର୍ଥ

Published By : Prameya-News7 Bureau | October 05, 2020 IST

ନୂଆଦିଲ୍ଲୀ, ୦୫ ।୧୦:  ଅନଲାଇନ୍ ସପିଂ କମ୍ପାନୀ ଆମାଜନ କରିଛି ସାଙ୍ଘାତିକ ଭୁଲ । ହିନ୍ଦୀ ଅନୁବାଦରେ ଏପରି ଏକ ଭୁଲ କରିଛି ଆମାଜନ ଯାହା ସମ୍ପୂର୍ଣ୍ଣ ଶବ୍ଦର ଅର୍ଥକୁ ଓଲଟାଇ ଦେଉଛି । ଇଂରାଜୀ ଶବ୍ଦ ପ୍ରାଇମକୁ ପ୍ରଧାନମନ୍ତ୍ରୀ ଓ ନନ୍ ପ୍ରାଇମ୍ ମେମ୍ବର୍ସକୁ ଅଣ ପ୍ରଧାନମନ୍ତ୍ରୀ ସଦସ୍ୟ କହିଛି କମ୍ପାନୀ ।

ଜଣେ ସାମ୍ବାଦିକ ଆମାଜନର ଏକ ସ୍କ୍ରିନ୍ ସଟ୍ ସେୟାର କରିଛନ୍ତି । ଏହା ସହ ଭୁଲ୍ ବାବଦରେ ସୂଚନା ଦେଇଛନ୍ତି । ଆହୁରି ମଧ୍ୟ ଆମାଜନକୁ ତାତ୍ସଲ୍ୟ କରି ଭଲ ଅନୁବାଦ ବୋଲି କହିଛନ୍ତି ।

wp:html /wp:html

ଏପରି ଭୁଲ୍ ଅନୁବାଦ ଆମାଜନର ଡେଲିଭରୀ ପେଜରେ ଦେଖିବାକୁ ମିଳିଛି । ଏଠାରେ ଏକ କ୍ୟାସ୍ ବ୍ୟାକ୍ ଅଫରରେ ଏପରି ଭୁଲ ହିନ୍ଦୀ ଅନୁବାଦ ଉଲ୍ଲେଖ ରହିଛି । ଏହି ପେଜରେ ଲେଖାଯାଇଛି ଯେ, ଆଇସିଆଇସିଆଇ ବ୍ୟାଙ୍କ୍ କ୍ରେଡିଟ୍ କାର୍ଡ ପ୍ରଧାନମନ୍ତ୍ରୀଙ୍କ ସଦସ୍ୟଙ୍କ ପାଇଁ  ଫ୍ଲାଟ୍ ୫ ପ୍ରତିଶତ ରିହାତି । ଅର୍ଥାତ ଏଠାରେ ପ୍ରାଇମ୍ ମେମ୍ବରକୁ ଲେଖାଯାଇଛି ପ୍ରଧାନମନ୍ତ୍ରୀଙ୍କ ସଦସ୍ୟତା । ତେବେ ଅଭିଯୋଗ ହେବା ପରେ ଆମାଜନ ପକ୍ଷରୁ ଭୁଲକୁ ସଂଶୋଧନ କରାଯାଇଛି ।

ଆମାଜନ ୨୦୧୮ରେ ଏହାର ହିନ୍ଦୀ ଭର୍ସନକୁ ଆଡ୍ କରିଥିଲା । ଏହାସହ ନିକଟରେ ଏହାର ତାମିଲ, ମାଲାୟଲାମ, କନ୍ନଡ ଓ ତେଲୁଗୁ ଭର୍ସନ ମଧ୍ୟ ଉପଲବ୍ଧ ହେଉଛି । ଏପରିକି ଫ୍ଲିପକାର୍ଟ ଭଳି ଅନେକ ଇ-କମର୍ସ କମ୍ପାନୀ ମଧ୍ୟ ହିନ୍ଦୀ ଭର୍ସନରେ ଉପଲବ୍ଧ ।

ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ଆମାଜନ ଏପରି ଭୁଲ୍ କରିଛି । ପୂର୍ବରୁ ଦୋସା ବ୍ୟାଟର୍ କମ୍ପାନୀକୁ ଆମାଜନ ଦୋସା ବ୍ୟାଟସମ୍ୟାନ୍ କମ୍ପାନୀ ବୋଲି ଅନୁବାଦ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.