ବଲାଙ୍ଗୀର ୧।୧୧: ବଦଳିଗଲା ସାଲାଇନ୍ । ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ କିଡନୀ ରୋଗୀଙ୍କ ସାଲାଇନ ପେଟ ରୋଗୀଙ୍କୁ ଦେଇଦେଲେ ନର୍ସ । ବଲାଙ୍ଗୀର କଲେଜ ହସ୍ପିଟାଲର ମେଲ ମେଡ଼ିସିନ ୱାର୍ଡରେ ଘଟିଛି ଏଭଳି ଘଟଣା ।
ବଙ୍ଗୋମୁଣ୍ଡା ବ୍ଲକର ହରି ମହାନନ୍ଦ ଗତ ୨୭ ତାରିଖଠୁ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ଜଣେ କିଡନୀ ରୋଗୀ । ଦୀର୍ଘ ୨ ବର୍ଷ ଧରି ରୋଗରେ ପୀଡିତ । ସୋମବାର ଦିନ ତାଙ୍କୁ ସାଲାଇନ ଦେବା ବଦଳରେ ସଇଁନ୍ତଳାରୁ ଆସିଥିବା ପେଟରେ ଯନ୍ତ୍ରଣା ଅନୁଭବ କରି ଚିକିତ୍ସା ପାଇଁ ଆସିଥିବା ରୋଗୀ ଖେଡୁ ସାମଲଙ୍କୁ ଦେଇଥିଲେ ନର୍ସ ।
ଏହାକୁ ନେଇ ପରିବାର ଲୋକ ଅଭିଯୋଗ କରିବାରୁ ତାଙ୍କୁ ଗାଳି କରିବା ସହ ସେଠାରୁ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସ ଫେରାର ମାରିଥିଲେ। ତେବେ କୌଣସି ଅଘଟଣ ଘଟିଲେ ସେଥିପାଇଁ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ପରିବାର ଲୋକ କହିଛନ୍ତି । ତେବେ କିଭଳି ଭାବରେ ଏଭଳି ଭୁଲ ହେଲା, ନର୍ସ କାହିଁକି ଏଭଳି ଅଧା ଥିବା ସାଲାଇନ ଦେଲେ ତାକୁ ନେଇ ତଦନ୍ତ କରିବାକୁ ଦାବି କରିଛନ୍ତି ପରିବାର ଲୋକ।