Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ରଙ୍ଗ୍ ନମ୍ବରରୁ ହେଲା ପ୍ରେମ, ମହିଳାଙ୍କୁ ବାରମ୍ବାର ଫୋନ୍ କରି ଯୁବକ ମାଗୁଥିଲା ଠିକଣା ; ତାପରେ…

5/07/2021 at 4:33 PM

ବାରଙ୍ଗ ୫।୭: ରଙ୍ଗ୍ ନମ୍ବରରୁ ଏକ ତରଫା ପ୍ରେମ ନିବେଦନ । ଫସିଗଲେ ପ୍ରେମ ପାଗଳ । କୌଶଳ କ୍ରମେ ରଙ୍ଗ୍ ନମ୍ବର ପ୍ରେମିକକୁ ନିଜ ଘରକୁ ଡାକି ନିର୍ଧୁମ ଛେଚିଲେ ମହିଳା । 

ସୂଚନାଯଗ୍ୟ ଯେ, ଭୁବନେଶ୍ବର ସ୍ଥିତ ଚନ୍ଦ୍ରଶେଖରପୁର ଅରବିନ୍ଦ ନଗରରେ ପରିବାର ସହ ରହୁଥିଲେ ଜଣେ କର୍ମଜୀବୀ ମହିଳା । ଗତ ଦୁଇ ମାସ ତଳେ ତାଙ୍କ ମୋବାଇଲକୁ ଏକ ରଙ୍ଗ୍ ନମ୍ବରରୁ କଲ୍ ଆସିଥିଲା । ଏହା ଏକ ରଙ୍ଗ ନମ୍ବର କହି ମହିଳା ଜଣଙ୍କ ଫୋନ୍ କାଟି ଦେଇଥିଲେ । କିନ୍ତୁ ଏକଥାରେ ଅପରିଚିତ ଯୁବକ ଜଣଙ୍କ ସନ୍ତୁଷ୍ଟ ନହୋଇ ବିଭିନ୍ନ ପ୍ରଲୋଭନ ଦେଖାଇ ମହିଳାଙ୍କୁ ବାରମ୍ବାର ଫୋନ୍ କରୁଥିଲେ । ମହିଳା ଯେତେ ବୁଝାଇଲେ ମଧ୍ୟ ଅପରିଚିତ ଯୁବକ ବୁଝିବାକୁ ନାରାଜ ।

ଶେଷରେ ମହିଳାଙ୍କ ଘର ଠିକଣା ମାଗିବାରୁ ତାଙ୍କୁ ପ୍ରକୃତ ଠିକଣା ଦେଇ ଦେଇଥିଲେ। ଠିକଣା ଦେବା ପରେ ସୁଲତା ତାଙ୍କର ଜଣେ ସହଯୋଗୀଙ୍କ ସହ ଜଗି ବସିଥିଲେ । ସୋମବାର ସକାଳେ ସମ୍ପୃକ୍ତ ଅପରିଚିତ ଯୁବକ ଜଣଙ୍କ ରଙ୍ଗିଲା ବେଶଭୁଷାରେ ବାଇକ୍ ଯୋଗେ ଆସି ମହିଳାଙ୍କ ଘରେ ପହଞ୍ଚିଥିଲେ ।

ପୂର୍ବରୁ ପ୍ରସ୍ତୁତ ଥିବା ସୁଲତା ଓ ତାଙ୍କ ସହଯୋଗୀ ଉକ୍ତ ଅପରିଚିତ ଯୁବକଙ୍କୁ ନିର୍ଧୁମ ପିଟିପିଟି ଦରମରା କରି ଦେଇଥିଲେ । ଖବର ପାଇ ଚନ୍ଦ୍ରଶେଖରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହାତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛନ୍ତି । ଆଇନକୁ ହାତକୁ ନେଇ ଏପରି ମାରପିଟ କରିଥିବାରୁ ଉକ୍ତ ମହିଳା ଏବଂ ତାଙ୍କ ସହଯୋଗୀଙ୍କୁ ପୋଲିସ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ କରୁଛି ।

   Related Posts