ପରୀକ୍ଷା ଦର୍ପଣ ପୁସ୍ତିକାରେ ତ୍ରୁଟି, ୭୪ ନମ୍ବର ପ୍ରଶ୍ନର ଉତ୍ତର ଭୁଲ୍‌

Published By : Prameya-News7 Bureau | February 24, 2021 IST

ଉଦଳା ୨୪।୨: କରୋନା କଟକଣା ପରେ ପ୍ରଥମ ଥର ପାଇଁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦର୍ପଣ ପୁସ୍ତିକା ଯୋଗାଇ ଦିଆଯାଇଛି । ଯାହାକୁ ଭରସା କରି ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ବିଭାଗୀୟ ମନ୍ତ୍ରୀ ମଧ୍ୟ କହିଛନ୍ତି । ହେଲେ ପରୀକ୍ଷା ଦର୍ପଣରେ ତ୍ରୁଟ ବା ଭୁଲ୍‌ ପରିଲକ୍ଷିତ ହୋଇଛି । ଯାହାକୁ ନେଇ ଏବେ ଦ୍ବନ୍ଦରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ । 

ଶିକ୍ଷା ବିଭାଗ ପକ୍ଷରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ପରୀକ୍ଷା ଦର୍ପଣ ନାମକ ପୁସ୍ତିକା ଯୋଗାଇ ଦିଆଯାଇଛି । ଯାହାକି ଅବଜେକ୍ଟିଭ୍‌ ପ୍ରଶ୍ନ ଉପରେ ଆଧାରିତ । ଏହାକୁ ଭରସା କରି ଛାତ୍ରଛାତ୍ରୀମାନେ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେଉଥିବା ବେଳେ ଏହି ପରୀକ୍ଷା ଦର୍ପଣରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି । ଯାହାକୁ ନେଇ ଏବେ ଦ୍ବନ୍ଦ୍ବରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ।

ପରୀକ୍ଷା ଦର୍ପଣର ବିଜଗଣିତ ପୁସ୍ତିକାରେ ୯ ନଂ ପୃଷ୍ଠାର ୭୪ ନମ୍ବର ପ୍ରଶ୍ନର ଉତ୍ତର ଭୁଲ୍‌ ଦିଆଯାଇଛି । ଯାହାକି ଉକ୍ତ ସମୀକରଣକୁ ଛାତ୍ରଛାତ୍ରୀମାନେ ସମାଧାନ କରିଥିବା ବେଳେ ତାହାର ଉତ୍ତର ୨:୧ ବାହାରିଥିବା ବେଳେ ପରୀକ୍ଷା ଦର୍ପଣରେ ତାହାର ଉତ୍ତର ୪:୧ ଦେଇଛି ।  ଯାହାକୁ ନେଇ ଦ୍ବନ୍ଦରେ ଛାତ୍ରଛାତ୍ରୀ ।  ପରୀକ୍ଷା ଦର୍ପଣ ମାତ୍ର ୧୦ ଦିନ ହେବ ପାଇଥିବା ବେଳେ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିବା ଆରମ୍ଭରୁ ଏପରି ତ୍ରୁଟି ସାମ୍ନାକୁ ଆସିଥିବା କାରଣରୁ ଏହି ପରୀକ୍ଷା ଦର୍ପଣ ଉପରେ ଭରସା କରିପାରୁନାହାନ୍ତି ଛାତ୍ରଛାତ୍ରୀ । ଏହାସହ ଆରମ୍ଭରୁ ଯଦି ଏଭଳି ତ୍ରୁଟି ରହିଛି ତେବେ ଏହି ପରୀକ୍ଷା ଦର୍ପଣରେ ଅନେକ ତ୍ରୁଟି ରହିଥିବାର ସନ୍ଦେହ କରିଛନ୍ତି ଅଭିଭାବକ ।  ଯାହାଫଳରେ ପରୀକ୍ଷା ଦର୍ପଣ ଉପରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଆସ୍ଥା ତୁଟିଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.