“ପିଏଙ୍କ ମୃତ୍ୟୁ ପାଇଁ ଜିଲ୍ଲାପାଳ ଦାୟୀ”- ମାଲକାନଗିରିରେ ସରକାରୀ ଅଫିସ୍ ପାଚେରୀରେ ଲେଖାକୁ ନେଇ ହଇଚଇ

Published By : Prameya-News7 Bureau | January 01, 2020 IST

ମାଲକାନଗିରି ୧।୧: ମାଲକାନଗିରି ଜିଲ୍ଲାପାଳଙ୍କ ସରକାରୀ କାର୍ଯ୍ୟାଳୟ ପାଚେରୀରେ ଲେଖାଯାଇଛି ଅପ୍ରୀତିକର କଥା । କେହି ଦୁର୍ବୃତ୍ତ ପିଏ ଦେବ ନାରାୟଣ ପଣ୍ଡାଙ୍କ ଆତ୍ମହତ୍ୟାକୁ ନେଇ ଏପରି ଲେଖିଥିବା ସନ୍ଦେହ କରାଯାଉଛି । ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ପାଇଁ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଦାୟୀ ବୋଲି କାନ୍ଥରେ ଲେଖାଯାଇଛି ।

{"id":205294,"sizeSlug":"large"}

ଏହାସହ ଲେଖାଯାଇଛି, Corrupt Collector, Collector killed Panda, Collector killed PA, Why you do this to innocent, Shame on you, Manish Chor hey । ହେଲେ ନୂଆବର୍ଷରେ କିଏ ଓ କାହିଁକି ଏପରି ଲେଖିଛନ୍ତି ତାହା ଜଣାପଡିନାହିଁ । ମାଲକାନଗିରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

{"id":205295,"sizeSlug":"large"}

ସୂଚନାଯୋଗ୍ୟ ଯେ, ମାଲକାନଗିରିଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ସହର ଉପକଣ୍ଠ ସତୀଗୁଡା ଡ୍ୟାମ୍‌ରୁ ଉଦ୍ଧାର ହୋଇଥିଲା । ଗତ ଶୁକ୍ରବାରଠାରୁ ଦେବ ନାରାୟଣ ନିଖୋଜ ଥିବାବେଳେ ଏନେଇ ପରିବାର ପକ୍ଷରୁ ମାଲକାନଗିରି ଥାନାରେ ଅଭିଯୋଗ ହୋଇଥିଲା। ସକାଳେ ଅଫିସ ଯାଇଥିଲେ । ମଧ୍ୟାହ୍ନରେ ଖାଇବାକୁ ଘରକୁ ଆସିଲେ । ତା’ ପରେ ଅଫିସ୍‌ ଯାଇ ଆଉ ଫେରିନଥିଲେ ଦେବ ନାରାୟଣ । ଶନିବାର ସକାଳେ ଡ୍ୟାମ୍‌ ପାଖରେ ଦେବ ନାରାୟଣଙ୍କ ମୋଟର ସାଇକେଲ ଓ ହେଲମେଟ୍‌ ପଡିଥିବାର ଦେଖିବାକୁ ମିଳିଥିଲା । ତେବେ ସେ କିଛି ଦିନ ହେଲା ମାନସିକ ଚାପରେ ଥିବା ପରିବାର ଲୋକ କହିଥିଲେ ।

{"id":205296,"sizeSlug":"large"}

ସେପଟେ ଅଫିସ୍‌ କାମକୁ ନେଇ କିଛି ଦିନ ହେଲା ଦେବ ନାରାୟଣ ଚାପରେ ଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଜିଲ୍ଲାପାଳଙ୍କ ବିନା ଅନୁମତିରେ ଅଫିସ ଗାଡି ନେଇଥିବାରୁ ତାଙ୍କୁ ସୋ-କଜ୍‌ ମଗାଯାଇଥିବା ଜଣାପଡିଥିଲା । ତେବେ ଦେବ ନାରାୟଣ ବେଶ୍‌ ଶାନ୍ତ ସ୍ବଭାବର ହୋଇଥିବାରୁ ସେ କେବେ ଆତ୍ମହତ୍ୟା କରିନଥାଇପାରନ୍ତି ବୋଲି ସହକର୍ମୀ ଅନୁମାନ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.