ଭାରତୀୟ ପାଇଲଟଙ୍କୁ ମୁକ୍ତ କରିବାକୁ ଇମ୍ରାନଙ୍କୁ ଅପିଲ କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତୁଣୀ ଫାତିମା ଭୁଟ୍ଟୋ

Published By : Prameya-News7 Bureau | February 28, 2019 IST

କରାଚୀ ୨୮/୨:  ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କ ନାତୁଣୀ ଏବଂ ଲେଖିକା ଫାତିମା ଭୁଟ୍ଟୋ ଗତକାଲି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଭାରତୀୟ ବାୟୁସେନାର ପାଇଲଟଙ୍କୁ ମୁକ୍ତ କରିବାକୁ କହିଛନ୍ତି ।

{"id":89355,"width":593,"height":297}

 

ପାଇଲଟ ଅଭିନନ୍ଦନ ମିଗ୍-୨୧ ବିମାନରୁ ସୁରକ୍ଷିତ ବାହାରିବା ପରେ ପାକିସ୍ତାନୀ ସେନା ତାଙ୍କୁ ହେପାଜତକୁ ନେଇଥିଲେ। ସେ ନିୟନ୍ତ୍ରଣ ରେଖା ପାର କରି ପାକିସ୍ତାନରେ ଖସିଯାଇଥିଲେ। ଫାତିମା ଭୁଟ୍ଟୋ ନ୍ୟୁୟର୍କ ଟାଇମ୍ସରେ ଲେଖିଛନ୍ତି ,‘‘ମୁଁ ଏବଂ ଅନ୍ୟ କେତେକ ଯୁବ ପାକିସ୍ତାନୀ ଆମ ଦେଶଠାରୁ ଆଶା କରୁଛୁ ଯେ ଶାନ୍ତି,ମାନବତା ଏବଂ ପ୍ରତିଷ୍ଠା ପ୍ରତି ଆମ ପ୍ରତିବଦ୍ଧତାର ଏକ ସଙ୍କେତ ଭାବରେ ଭାରତୀୟ ପାଇଲଟଙ୍କୁ ମୁକ୍ତ କରି ଦିଆଯାଉ।’’

{"id":89356,"width":595,"height":396}

ସେ ଏଥିରେ ଲେଖିଛନ୍ତି ଭାରତ ଏବଂ ପାକିସ୍ତାନ ଉଭୟେ ପରମାଣୁ ଶକ୍ତି ସମ୍ପନ୍ନ ଦେଶ। ଏମାନେ ୧୯୪୭ରେ ବିଭାଜନ ପରେ ଅନେକ ଥର ଯୁଦ୍ଧ କରିଛନ୍ତି। ଆମ ସେନା ୧୯୬୫,୧୯୭୧ ଏବଂ ୧୯୯୯ ମସିହା ଯୁଦ୍ଧର ସମ୍ମୁଖୀନ ହୋଇଛନ୍ତି। ଏହି ଯୁଦ୍ଧରେ ହଜାର ଥର ସଂଘର୍ଷ ହୋଇଛି, ସୀମା ବାହାରୁ ଆକ୍ରମଣ ଏବଂ ଆତଙ୍କବାଦୀଙ୍କୁ ଗୁପ୍ତ ସମର୍ଥନ ଅଭିଯୋଗ ଆସିଛି।

{"id":89357,"width":585,"height":439}

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ସେ କେବେ ନିଜ ଦେଶ ଏବଂ ପଡ଼ୋଶୀ ଦେଶ ଭାରତ ମଧ୍ୟରେ ଶାନ୍ତି ଦେଖିନାହାନ୍ତି। କିନ୍ତୁ ଏଥର ଭଳି ପରମାଣୁ ଶକ୍ତି ଥିବା ଦୁଇ ଦେଶ ମଧ୍ୟରେ ଟ୍ବିଟର ଯୁଦ୍ଧ ବି ଆଗରୁ କେବେ ଦେଖିନାହାନ୍ତି। ତାଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି କି କିପରି ଲୋକ ନିଜର ସୋଶିଆଲ ଆକାଉଣ୍ଟରେ ଯୁଦ୍ଧ ଭଳି ସ୍ଥିତିକୁ ପ୍ରଦର୍ଶନ କରୁଛନ୍ତି।

{"id":89358,"width":594,"height":334}

ସେ ଶେଷରେ ଶାନ୍ତିକୁ ସମର୍ଥନ କରି ଲେଖିଛନ୍ତି ଯୁବପିଢ଼ୀର ପାକିସ୍ତାନରେ ସ୍ବର ଉତ୍ତୋଳନ କରିବାର ଅଧିକାର ପାଇଁ ଲଢ଼ୁଛି ଏବଂ ସବୁଠୁ ଗୁରୁତ୍ବପୂର୍ଣ୍ଣ ଜିନିଷ ଶାନ୍ତି ପାଇଁ ସ୍ବର ଉତ୍ତୋଳନ କରିବାକୁ ତାଙ୍କୁ ଭୟ ଲାଗିନଥାଏ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.