Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

‘ଗୁଙ୍ଗା ପହଲବାନ’ PM ମୋଦିଙ୍କୁ ପଠାଇଛନ୍ତି ବିବାହ ନିମନ୍ତ୍ରଣ, ଦେଶ ଲାଗି ଜିତିସାରିଛନ୍ତି ୩ ସ୍ୱର୍ଣ୍ଣ

28/01/2020 at 9:08 PM

ଝଜ୍ଜର ୨୮।୧:  ହରିୟାଣା ଝଜ୍ଜରର ରେସ୍ଲର ବିରେନ୍ଦର ସିଂହଙ୍କୁ ଅଧିକାଂଶ ଲୋକେ ‘ଗୁଙ୍ଗା ପହଲବାନ’ ଭାବେ ଚିହ୍ନନ୍ତି। ଦେଶର ସଫଳ ରେସଲରମାନଙ୍କ ମଧ୍ୟରେ ବିରେନ୍ଦର ଅନ୍ୟତମ। ୧ ଏପ୍ରିଲ ୧୯୮୬ ମସିହାରେ ଜନ୍ମିତ ବିରେନ୍ଦରଙ୍କୁ ଏବେ ୩୩ ବର୍ଷ ବୟସ। ସେ ଜାନୁୟାରୀ ୩୦ ତାରିଖରେ ନାଗପୁରର ଅଞ୍ଜଳିଙ୍କୁ ବିବାହ କରିବେ । ଏଥିଲାଗି ବିରେନ୍ଦର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରିତ କରିଛନ୍ତି।

ବିରେନ୍ଦର ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀଙ୍କୁ ଏହି ଆମନ୍ତ୍ରଣ କରିଥିବା ବେଳେ ପ୍ରଧାନମନ୍ତ୍ରୀ ତାଙ୍କୁ ନିଶ୍ଚିତ ଶୁଭାଶିର୍ବାଦ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି। ବିରେନ୍ଦରଙ୍କ ଯିଏ ଜୀବନ ସଙ୍ଗିନୀ ହେବେ ସେ ମୁକବଧିର ହୋଇଥିବା ବେଳେ ତାଙ୍କର ପିତାମାତା ବି ନାହାନ୍ତି। ଜାନୁୟାରୀ ୩୦ ତାରିଖ ଦିନ ତାଙ୍କୁ ମନ୍ଦିରରେ ବିବାହ କରିବାକୁ ଯାଉଥିବା ବିରେନ୍ଦର ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

ବିରେନ୍ଦର ନିଜେ ମଧ୍ୟ ଦିବ୍ୟାଙ୍ଗ। ଏଣୁ ତାଙ୍କ ବାଲ୍ୟ ଜୀବନ ଅତ୍ୟନ୍ତ କଷ୍ଟରେ କଟିଥିଲା। ସେ କଥା କହିପାରୁନଥିବା ବେଳେ ଲୋକଙ୍କ କଥା ବି ବୁଝିପାରୁନଥିଲେ। ଏପରିକି ସେ ଅନେକ ସମୟରେ ଘର ଲୋକଙ୍କୁ ବି ବୁଝିପାରୁନଥିଲେ। ୯ ବର୍ଷ ବୟସରୁ କୁସ୍ତି ରିଂରେ ପାଦ ରଖିଥିବା ବିରେନ୍ଦର କେବଳ ତାଙ୍କ ଗାଁ ନୁହେଁ ତାଙ୍କ ରାଜ୍ୟର ନାଁକୁ ବି ଦେଶରେ ଉଚ୍ଚା କରିପାରିଛନ୍ତି। ସେ ୪ ଡିଫ ଅଲିମ୍ପିକ୍ସ ଓ ୨ଟି ୱାର୍ଲଡ ରେସ୍ଲିଂ ଚାମ୍ପିୟନ ସିପ୍‌ରେ ଭାଗ ନେଇ ୩ ଗୋଲ୍ଡ, ୧ସିଲଭର ଓ ୨ଟି ବ୍ରୋଞ୍ଜ ମେଡାଲ ଜିତିବାରେ ସଫଳ ହୋଇଛନ୍ତି।    

   Related Posts