ଏସିଆନ୍ ଗେମ୍ସର ଭାରତକୁ ଦ୍ବିତୀୟ ସ୍ବର୍ଣ୍ଣ ଦେଲେ ଫୋଗାଟ୍
20/08/2018 at 10:37 PM

ଇଣ୍ଡୋନେସିଆ ୨୧/୮ : ଅଷ୍ଟାଦଶ ଏସିଆନ୍ ଗେମ୍ସର ଦ୍ବିତୀୟ ଦିନରେ ଭାରତକୁ ମିଳିଥିଲା ଦ୍ବିତୀୟ ସ୍ବର୍ଣ୍ଣ । ଦ୍ବିତୀୟ ଦିନରେ ରେସ୍ ଲିଂରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲେ ମହିଳା ରେସଲର୍ ବିନେଶ ଫୋଗାଟ୍ । ଏସିଆନ ଗେମ୍ ସରେ ଭାରତ ପକ୍ଷରୁ ରେସ୍ ଲିଂରେ ସ୍ବର୍ଣ୍ଣ ଜିଣିବାରେ ଫୋଗାଟ୍ ପ୍ରଥମ ମହିଳା । ୫୦ କିଲୋ ଫ୍ରିଷ୍ଟାଇଲ୍ ରେ ଫୋଗାଟ୍ ଜାପାନ୍ ର ୟୁକି ଇରିଙ୍କୁ ୬-୨ରେ ହରାଇଛନ୍ତି । ଏଥିସହିତ ପଦକ ତାଲିକାରେ ଭାରତର ସ୍ବର୍ଣ୍ଣ ସଂଖ୍ୟା ୨ରେ ପହଞ୍ଚିଛି । ସୋମବାର ଫାଇନାଲରେ ବିନେଶ ଜାପାନର ୟୁକି ଇରିଙ୍କୁ ୬-୨ ପଏଣ୍ଟରେ ପରାସ୍ତ କରିଥିଲେ। ଏହି ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ କୁସ୍ତିରୁ ହିଁ ମିଳିଥିଲା । ରବିବାର ପୁରୁଷ ଫ୍ରିଷ୍ଟାଇଲ କୁସ୍ତିର ୬୫ କେଜି ବର୍ଗରେ ହରିୟାଣାର ଅନ୍ୟତମ ଚମ୍ପିଆନ୍ ବଜରଙ୍ଗ ପୁନିଆ ସ୍ବର୍ଣ୍ଣପଦକ ଜିତିଥିଲେ। ବିନେଶ ଜିତିଥିବା ସ୍ବର୍ଣ୍ଣପଦକ ମହିଳା କୁସ୍ତିରେ ଭାରତ ପାଇଁ ପ୍ରଥମ ହୋଇଥିବା ବେଳେ ଏସୀୟ କ୍ରୀଡ଼ା ଇତିହାସରେ ମହିଳା କୁସ୍ତିରେ ମୋଟ୍ ୫ମ ପଦକ। ଏହାସହ ସୁଟିଂରେ ଭାରତର ଦୀପକ କୁମାର ଓ ଲକ୍ଷ୍ୟ ସେଓରାଁ ରୌପ୍ୟପଦକ ଜିତିଛନ୍ତି । ଏଥି ସହିତ ଭାରତର ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଭାରତ ୨ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ସହିତ ୫ଟି ପଦକ ହାସଲ କରିଛି।