ସାଗର ହତ୍ୟାକାଣ୍ଡରେ ବଢିପାରେ ସୁଶୀଲ କୁମାରଙ୍କ ମୁସ୍କିଲ, ପୋଲିସକୁ ମିଳିଲା ୮ ସାକ୍ଷୀ

Published By : Prameya-News7 Bureau | May 26, 2021 IST

ନୂଆଦିଲ୍ଲୀ: ସାଗର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ମୁସ୍କିଲ ବଢିବାରେ ଲାଗିଛି। ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ସୁଶୀଲଙ୍କ ବିରୋଧରେ ୮ ସାକ୍ଷୀ ଯୋଗାଡ କରିବାରେ ସକ୍ଷମ ହୋଇଛି। ଏହି ସବୁ ବ୍ୟକ୍ତି ସୁଶୀଲଙ୍କ ବିରୋଧରେ ଗୁରୁତ୍ଵପୂର୍ଣ୍ଣ ସାକ୍ଷ୍ୟ ଦେବେ। ଏଥିସହ ପୋଲିସ ସୁଶୀଲଙ୍କ ମୋବାଇଲ ଫୋନ ଜବତ କରିବାକୁ ଚେଷ୍ଟା ଚଳାଇଛି।

ଜେରା ସମୟରେ ସୁଶୀଲ କୁମାର କ୍ରାଇମ ବ୍ରାଞ୍ଚକୁ ସେହି ସ୍ଥାନ ବିଷୟରେ ଜଣାଇଛନ୍ତି, ଯେଉଁଠି ସେ ମୋବାଇଲକୁ ଫୋପାଡିଛନ୍ତି। ଏବେ ତଦନ୍ତକାରୀ ଦଳ ଉକ୍ତ ମୋବାଇଲ ଫୋନ ସନ୍ଧାନରେ ଅଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ସୁଶୀଲ କୁମାର ଜେରା ସମୟରେ ସହଯୋଗ କରୁଛନ୍ତି। ପହିଲମାନ ଘଟଣା ସଂପର୍କିତ ଅନେକ ଗୁରୁତ୍ଵପୂର୍ଣ୍ଣ ସୂଚନା କ୍ରାଇମ ବ୍ରାଞ୍ଚକୁ ଦେଇଛନ୍ତି। ହତ୍ୟାର ଏହି ଘଟଣାରେ ସୁଶୀଲଙ୍କ ସହ ଗିରଫ ବାକି ୪ ଅଭିଯୁକ୍ତଙ୍କୁ କୋର୍ଟ ଜରିଆରେ ପୋଲିସ ରିମାଣ୍ଡରେ ନେଇଛି। କ୍ରାଇମ ବ୍ରାଞ୍ଚ ଏବେ ସମସ୍ତଙ୍କୁ ଜେରା କରିବ।

କୁହାଯାଉଛି ଯେ, କେତେ ସଫଳ, ସମ୍ମାନ ଓ ଗୌରବ ଅର୍ଜନ ପରେ ମଧ୍ୟ ସୁଶୀଲ କୁମାର ନିଜକୁ ଗ୍ୟାଙ୍ଗ ଓ ଅପରାଧୀଙ୍କଠୁ ଅଲଗା ରଖି ପାରିନଥିଲେ। ଯାହାର ଫଳାଫଳ ଏବେ ସାଗର ଧନଖଡ ହତ୍ୟା କେସ୍‌ରେ ସାମ୍ନାକୁ ଆସିଛି। ପୋଲିସ ଅନୁଯାୟୀ, ସୁଶୀଲ କୁମାର ସଂପ୍ରତି କୁସ୍ତି ବାହାନାରେ ଗ୍ୟାଙ୍ଗଷ୍ଟାରଙ୍କୁ ପହିଲମାନ ଭାବେ ନିଜ ଗୋଷ୍ଠୀରେ ରଖୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.