Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଷ୍ଟାଡିୟମ୍‌ରେ ଅଭ୍ୟାସ କରୁଥିବା ରେସଲରଙ୍କୁ ଗୁଳି କରି ହତ୍ୟା, ତଦନ୍ତ କରୁଛି ପୋଲିସ

24/05/2021 at 10:28 PM

ରୋହତକ ୨୪/୫: ରୋହତକରେ ଜଣେ ରେସଲରଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସୋମବାର ସନ୍ଧ୍ୟାରେ ବୈଶ୍ୟ ଶିକ୍ଷଣ ସଂସ୍ଥାର ଗ୍ରାଉଣ୍ଡରେ ଅଭ୍ୟାସ କରୁଥିବା ପହିଲିମାନଙ୍କ ଉପରେ ଦୁଇ ଯୁବକ ଆଖିବୁଜା ଗୁଳି ମାଡ଼ କରିଛନ୍ତି। ଏଥିରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ପହିଲିମାନ ଅଙ୍କୁଶ ବୋଲି ଜଣାପଡ଼ିଥବା ବେଳେ ସେ ରୋହତକର ବିଜୟନଗର ବାସିନ୍ଦା।

ପୋଲିସ ଅନୁସାରେ ଅଙ୍କୁଶ ଉପରକୁ ୭ରୁ ୮ ରାଉଣ୍ଡ ଗୁଳି କରାଯାଇଛି। ବାଇକ୍‌ରେ ଆସି ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଛନ୍ତି। ଶିବାଜୀ କଲୋନି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି। ଏହା ପୂର୍ବରୁ ୧୪ ଫେବୃଆରୀରେ ହରିୟାଣାର ରୋହତକରେ ଛାତିଥରା ଘଟଣା ଘଟିଥିଲା। ଆଖଡ଼ାରେ ବିବାଦକୁ ନେଇ ଜଣେ ରେସଲର ଛୋଟୁରାମ ଷ୍ଟାଡିୟମରେ ୫ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲା। ରେସଲିଂ କୋଚ୍‌ ସୁଖବିନ୍ଦର ଷ୍ଟାଡିୟମରେ ପଶି ଗୁଳି ମାଡ଼ କରିଥିଲା।

ପହିଲିମାନଙ୍କୁ ନେଇ ଆଉ ଏକ ମାମଲା ଏବେ ଚର୍ଚ୍ଚାରେ ଅଛି। ରେସଲର ସୁଶିଲ କୁମାରଙ୍କୁ ହତ୍ୟା ଅଭିଯୋଗରେ ଦିଲ୍ଲୀ ପୋଲିସ ରବିବାର ଗିରଫ କରିଛି। କୋର୍ଟ ସୁଶିଲ କୁମାରଙ୍କୁ ୬ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି। ଛତ୍ରସାଲ ଷ୍ଟାଡିୟମରେ ହୋଇଥିବା ମାଡ଼ପିଟ୍‌ରେ ଜଣେ ରେସଲରଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଦିଲ୍ଲୀ ପୋଲିସ ସୁଶିଲ କୁମାରଙ୍କୁ ଖୋଜୁଥିଲା। କିନ୍ତୁ ସେ ଫେରାର ହୋଇଯିବାରୁ ପୋଲିସ ତାଙ୍କ ଉପରେ ଲକ୍ଷେ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିଲା। ଶେଷରେ ରବିବାର ଦିନ ସୁଶିଲ କୁମାରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି।

   Related Posts