Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଜାତୀୟ ମହିଳା ପହିଲମାନ ନିଶା ଦହିୟାଙ୍କ ମୃତ୍ୟୁ ଖବର ଗୁଜବ: ଭିଡିଓ ଜାରି କରି କହିଲେ-‘ମୁଁ ବଞ୍ଚିଛି’

10/11/2021 at 7:52 PM

ନୂଆଦିଲ୍ଲୀ ୧୦/୧୧ : ରାଷ୍ଟ୍ରୀୟ ସ୍ଥରର ମହିଳା ରେସଲର ନିଶା ଦହିୟାଙ୍କୁ ହରିୟାଣା ସୋନିପତରେ ଗୁଳି କରି ହତ୍ୟା କରାଯାଇଥିବା ଖବର ଏକ ଗୁଜବ। ନିଶା ନିଜେ ଏକ ଭିଡିଓ ଜାରି କରି ଏହି ଖବରକୁ ଭୁଲ ବୋଲି କହିଛନ୍ତି। ଏହା ପୂର୍ବରୁ ଖବର ଆସିଥିଲା ଯେ ଆକ୍ରମଣକାରୀ ନିଶାଙ୍କ ସହ ତାଙ୍କ ଭାଇଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଖବରରେ ଦାବି କରାଯାଇଥିଲା ଯେ ହମଲାରେ ନିଶାଙ୍କ ମା’ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ପରେ ନିଶା ଓ ପୂର୍ବତନ ଅଲିମ୍ପିକ ମେଡଲିଷ୍ଟ ସାକ୍ଷୀ ମଲିକ ଏହି ଖବରକୁ ମିଛ ବୋଲି କହିଛନ୍ତି। ରେସଲିଙ୍ଗ ଫେଡେରେସନ ନିଶାଙ୍କ ଏକ ଭିଡିଓ ଜାରି କରିଛି। ସାକ୍ଷୀ ମଧ୍ୟ ନିଶାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି।

ଏହା ପୂର୍ବରୁ ଏକ ଖବରରେ ଦାବି କରାଯାଇଥିଲା ଯେ ସୋନିପତ ହଲାଲପୁର ଗାଁରେ ସୁଶୀଲ କୁମାରଙ୍କ ନାଁରେ ଏକ ରେସଲିଙ୍ଗ ଏକାଡେମୀ ଅଛି ଯେଉଁଠି ନିଶା, ତାଙ୍କ ଭାଇ ଓ ମା’ଙ୍କୁ ହମଲା କରାଯାଇଥିଲା।

ନଭେମ୍ବର ୬ ତାରିଖରେ ନିଶା ସର୍ବିଆରେ ଅଣ୍ଡର-୨୩ ବିଶ୍ୱ ଚମ୍ପିୟାନସିପରେ ୬୫ କିଲୋଗ୍ରାମ ଭରା ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ହସ୍ତୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନିଶାଙ୍କ ମିଛ ମୃତ୍ୟୁ ଖବର ଭାଇରାଲ ହେବାପରେ ସାକ୍ଷୀ ଏକ ଫଟୋ ସେୟାର କରି ଲେଖିଛନ୍ତି, ସେ ବଞ୍ଚିଛି, ଏହା ଫେକ ଖବର। ଫଟୋରେ ନିଶା ଓ ସାକ୍ଷୀ ଏକ କାରରେ ବସିଥିବା ନଜର ଆସିଛନ୍ତି।

   Related Posts