Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଅଧିକ ମାତ୍ରାରେ ଶକ୍ତିବର୍ଦ୍ଧକ ଔଷଧ ସେବନ କରିଥିବାରୁ ପହିଲମାନ କୁୱରପାଲ ସିଂହଙ୍କ ମୃତ୍ୟୁ, ପ୍ରେମିକା କଲେ ଖୁଲାସା

11/11/2020 at 4:35 PM

ମଥୁରା ୧୧/୧୧ : ପାଖାପାଖି ୪ ଦଶକ ପୂର୍ବରୁ ଏସିଆ ଚାମ୍ପିଅନସିପରେ କୁସ୍ତି ମୁକାବିଲାରେ ରଜତ (ରୁପା) ପଦକ ଜିତିଥିବା ହାଥରସର ପହିଲମାନ କୁୱରପାଲ ସିଂହଙ୍କ ମୃତ୍ୟୁ ହୋଇଛି। ଅତ୍ୟଧିକ ମାତ୍ରାରେ ଶକ୍ତିବର୍ଦ୍ଧକ ଔଷଧ ସେବନ କରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମଙ୍ଗଳବାର ଦିନ ତାଙ୍କର ଵିସରା ରିପୋର୍ଟ ଆସିବା ପରେ ଏସପି ଉଦୟ ଶଙ୍କର ସିଂହ ସୂଚନା ଦେଇଛନ୍ତି। କୁୱରପାଲ ଅକ୍ଟୋବର ୩୦ ତାରିଖରେ ନିଜ ପୁଅ ସହ ନିଜ ଶଶୁର ଘର ନୁନେରା ଗାଁ ଯାଇଥିଲେ। ତାଙ୍କ ପୁଅ ସେହିଦିନ ହିଁ ହାଥରସ ଫେରି ଯାଇଥିଲା। କିନ୍ତୁ କୁୱରପାଲ ସିଂହ ବୃନ୍ଦାବନର ଘୋଡାବାଲି ବଗିଛିରେ ରାତିରେ ରହିବାକୁ ଚାଲି ଯାଇଥିଲେ। ଆର ଦିନ ସକାଳୁ ତାଙ୍କୁ ନିଜର ଜଣେ ଭାଇଙ୍କୁ ଦେଖା କରିବାକୁ ଯିବାରଥିଲା। କିନ୍ତୁ ସେ ନିଜ ଭାଇଙ୍କ ଘରେ ପହଞ୍ଚିନଥିଲେ। ଭାଇକୁ ଦେଖା କରିବା ପୂର୍ବରୁ ଗୋବିନ୍ଦ ନଗର ଥାନା ଅନ୍ତର୍ଗତ ବାଇପାସ ଲିଙ୍କ ରୋଡ଼ ମଦ ଦୋକାନ ସାମ୍ନାରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ଏସପି ଉଦୟ ଶଙ୍କର ସିଂହ କହିଛନ୍ତି ଯେ, ବୃନ୍ଦାବନ ଘୋଡାବାଲି ବଗିଛି ରହୁଥିବା ଜଣେ ମହିଳାଙ୍କ ସହ ୨୦ ବର୍ଷ ହେଲା ତାଙ୍କର ପ୍ରେମ ସମ୍ପର୍କ ଥିଲା। ସେ ସେଦିନ ସେହି ମହିଳାଙ୍କୁ ଦେଖା କରିବାକୁ ଯାଇଥିଲେ। ମହିଳାଙ୍କୁ ପଚରାଉଚୁରା କଲାବେଳେ ସେ କହିଥିଲେ ଯେ ସେଦିନ ରାତିରେ କୁୱରପାଲ କୌଣସି ଏକ ଶକ୍ତିବର୍ଦ୍ଧକ ଔଷଧ ଖାଇଥିଲେ। କିନ୍ତୁ ସେ ଅଧିକ ମାତ୍ରାରେ ଔଷଧ ସେବନ କରିଥିଲେ।

ପୋଲିସ ଅଧିକ୍ଷକ କହିଛନ୍ତି ଯେ ପଚରାଉଚୁରା ବେଳେ ମହିଳା ଖୁଲାସା କରିଥିଲେ ଯେ ରାତିରେ କୁୱରପାଲଙ୍କ ଅବସ୍ଥା ଖରାପ ହୋଇଥିଲା। ସେତେବେଳେ ବଗିଛିରେ ରହୁଥିବା ଜଣେ ବାବାଙ୍କ ସହ ତାଙ୍କୁ ନେଇ ସେ ବୃନ୍ଦାବନର ଏକ ଘରୋଇ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୃନ୍ଦାବନ ଫେରିବା ପୂର୍ବରୁ ମହିଳା କୁୱରପାଲଙ୍କ ମୃତଦେହକୁ ମସାନି ଅଞ୍ଚଳରେ ଥିବା ଏକ ମଦ ଦୋକାନ ସାମ୍ନାରେ ଫୋପାଡ଼ି ଦେଇ ଚାଲି ଯାଇଥିଲେ। ଉକ୍ତ ମହିଳାଙ୍କୁ ପୋଲିସ ଗିରଫ କରିଛି।

   Related Posts