Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ମା ହେବେ ରେସ୍ଲର ବବିତା ଫୋଗଟ, ସ୍ୱାମୀଙ୍କ ସହ ଫଟୋ ସେୟାର କରି ଦେଲେ ଖୁସି ଖବର

22/11/2020 at 5:12 PM

ନୂଆଦିଲ୍ଲୀ ୨୨।୧୧: ଭାରତୀୟ ମହିଳା ରେସ୍ଲର ବବିତା ଫୋଗଟ ମା ହେବେ। ଏହି ଖୁସି ଖବର ସେ ନିଜେ ସୋସିଆଲ ମିଡିଆରେ ଦେଇଛନ୍ତି। ସ୍ୱାମୀ ବିବେକ ସୁହାଗଙ୍କ ସହିତ ବବିତା ତାଙ୍କର ଏକ ଫଟୋ ଇଂଷ୍ଟାରେ ସେୟାର କରିଛନ୍ତି। ୨୦୧୪ ମସିହାରେ ବବିତା ରାଷ୍ଟ୍ରମଣ୍ଡଳ କ୍ରିଡାରେ ସ୍ୱାର୍ଣ୍ଣ ଜିତି ଭାରତକୁ ଗୌରବାନ୍ୱିତ କରିଥିଲେ। ସେ ଗତବର୍ଷ ଡିସେମ୍ବର ମାସରେ ପୁରୁଷ ରେସ୍ଲର ବିବେକଙ୍କୁ ବିବାହ କରିଥିଲେ। ତାଙ୍କ ବିବାହ ମଧ୍ୟ ବେଶ୍ ଚର୍ଚ୍ଚିତ ହୋଇଥିଲା। ବିବାହରେ ସାଧାରଣତଃ ୭ ଘେରା ବୁଲିବାର ନିୟମ ଅଛି। ହେଲେ ବବିତା ସ୍ୱାମୀଙ୍କୁ ୮ ଘେରା କରାଇଥିଲେ।

ବବିତା ଇଂଷ୍ଟାରେ ତାଙ୍କ ସ୍ୱାମୀଙ୍କ ସହ ଏକ ସୁନ୍ଦର ମୁହୁର୍ତ୍ତର ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଏକ ଲାଇଟ୍‌ ପିଙ୍କ ଡ୍ରେସ୍‌ ପିନ୍ଧିଥିବା ଦେଖାଯାଇଛି। ଏହି ଫଟୋ ଲାଗି ସେ ଏକ ସୁନ୍ଦର କ୍ୟାପସନ ମଧ୍ୟ ଲେଖିଛନ୍ତି। ଏଥିରେ ସେ ଜୀବନର ଏକ ନୂଆ ଅଧ୍ୟାୟରେ ପାଦ ଦେବାକୁ ଯାଉଥିବା ସୂଚିତ କରିବା ସହ ଏହି ସମୟକୁ ସେ ଅପେକ୍ଷା କରି ରହିଥିବା ଉଲ୍ଲେଖ କରିଛନ୍ତି।

ମହିଳା ରେସ୍ଲର ଗିତା ଫୋଗଟଙ୍କ ଭଉଣୀ ହେଉଛନ୍ତି ବବିତା ଫୋଗଟ। ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ରେସ୍ଲର ମହାବୀର ସିଂ ଫୋଗଟଙ୍କ କନିଷ୍ଠା କନ୍ୟା। ବବିତା ୨୦୧୦, ୨୦୧୮,  କମନୱେଲଥ୍ ଗେମ ଓ ୨୦୧୨ ବିଶ୍ୱ ରେସ୍ଲିଂ ଚାମ୍ପିୟନସିପ୍‌ରେ ଭାରତ ଲାଗି ପଦକ ଜିତିଥିଲେ।

   Related Posts