Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଖବର କାଗଜରେ ଖାଦ୍ୟ ପଦାର୍ଥ ଗୁଡେଇ ନେଉଛନ୍ତି କି ? ଆଜି ହିଁ ଛାଡନ୍ତୁ ଏହି ଅଭ୍ୟାସ, ନହେଲେ ଭୋଗିବେ ଏହି ଦୁର୍ଦ୍ଦଶା

29/12/2018 at 4:09 PM

ଅଧିକାଂଶ ସମୟରେ ଆମେ କୁଆଡେ ବୁଲିବାକୁ ଗଲେ ଶୁଖିଲା ଖାଇବା ଜିନିଷ ଖବରକାଗଜରେ ଗୁଡେଇ ନେଇଥାଉ। ସ୍କୁଲ, କଲେଜ, ଅଫିସ ଗଲା ବେଳେ ମଧ୍ୟ କିଛି ଲୋକ ଖବରକାଗଜରେ ଖାଇବା ନେଇ ଯାଆନ୍ତି। ଝିଅମାନେ ଅନ୍ୟାନ ଖାଇବା ଜିନିଷ ମଧ୍ୟ ସ୍କୁଲ ଗଲା ବେଳେ ଖବରକାଗଜରେ ପ୍ୟାକ କରି ନେଇଥାନ୍ତି। ସାଧାରଣତଃ ରାସ୍ତା ପାର୍ଶ୍ୱ ଜଳଖିଆ ଦୋକାନ, ଫାଷ୍ଟଫୁଡ ଦୋକାନରେ ଜଲଖିଆ ଖବରକାଗଜରେ ପରଷାଯାଇଥାଏ। କିନ୍ତୁ ଜାଣିରଖନ୍ତୁ ଏମିତି ନେବା ଅର୍ଥ ଖାଇବା ସହ ନିଜ ସାଙ୍ଗରେ ଜୀବାଣୁ ମଧ୍ୟ ନେଇ ଯିବା। ଖବରକାଗଜରେ ଖାଇବା ନେବାର ଅନେକ ସାଇଡଇଫେକ୍ଟ ଥାଏ।

ଖାଦ୍ୟ ସୁରକ୍ଷା ନିୟମ ଲୋକଙ୍କୁ ଏହି ବିଷୟରେ ବାରମ୍ବାର ସଚେତନ କରିଆସୁଛି। ଖବରକାଗଜରେ ଖାଇବା ପ୍ୟାକ କରିବା କିମ୍ୱା ଖାଇବା ରଖିବା ସ୍ୱାସ୍ଥ ପାଇଁ କ୍ଷତିକାରକ ହୋଇଥାଏ। ଏଫ ଏସ ଏସ ଏ ଆଇଙ୍କ ଅନୁସାରେ ଖବରକାଗଜରେ ଖାଇବା ଗୁଡେଇ ନେଇ ଖାଇବା ଦ୍ବାରା କ୍ୟାନସର ଭଳି ଘାତକ ରୋଗ ହୋଇଥାଏ।

ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନ ନିର୍ଦ୍ଧାରକ ସଂସ୍ଥା ଖବରକାଗଜରେ ଖାଇବା ଜନିଷ ନରଖିବା ପାଇଁ ପରାମର୍ଶ ଦେବା ସହ ଚେତାବନୀ ମଧ୍ୟ ଦେଇଛନ୍ତି। ଖାଇବା ଯେତେ ସ୍ୱାଦିଷ୍ଟ ପୁଷ୍ଟିକର ହେଲେ ମଧ୍ୟ ଖବରକାଗଜରେ ରଖି ଖାଇବା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ଖବରକାଗଜ ଛପା ହେଲା ବେଳେ ଯଉଁ ସ୍ୟାହି ବ୍ୟବହାର ହୋଇଥାଏ ସେଥିରେ ବାୟୋଏକ୍ଟିଭ ତତ୍ୱ ଥାଏ ଯାହା ଶରୀରରେ ଖରାପ ପ୍ରଭାବ ପକାଏ। ଏହି ସ୍ୟାହି ବିଷଠାରୁ ମଧ୍ୟ ଅଧିକ ଭୟଂକର ।  

   Related Posts