ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତିକୁ ନେଇ ଚର୍ଚ୍ଚା, ସବୁ ବର୍ଗଙ୍କୁ ଖୁସ କରିବାକୁ ଖେଳିଛନ୍ତି କାର୍ଡ : ଓଡିଶାରେ କ୍ଲିକ କରିବ କି ଆନ୍ଧ୍ର ଫର୍ମୁଲା ?

Published By : Prameya-News7 Bureau | June 08, 2019 IST

ଭୁବନେଶ୍ୱର ୮/୬ : ଓଡ଼ିଶାରେ ପଡ଼ିବ କି ପଡ଼ୋଶୀଙ୍କ ପ୍ରଭାବ ?  ମାନେ ଆନ୍ଧ୍ର ରାଜନୀତିର ପ୍ରଭାବ ଓଡ଼ିଶା ରାଜନୀତି ଉପରେ ପଡ଼ିବ କି ? ରାଜ୍ୟ ସରକାରଙ୍କ ପଦ ପଦବୀରେ ସମସ୍ତ ଅଂଚଳ ଓ ସବୁ ବର୍ଗକୁ ପ୍ରାଧାନ୍ୟ ଦିଆଯିବ କି ? ଦେଶରେ ପ୍ରଥମ ଥର ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଶୀ ଦଳର ୫ଜଣ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ବସାଇବା ପରେ ଓଡ଼ିଶା ରାଜନୀତିରେ ଏଭଳି ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି । ହେଲେ ଏଠି ଏଭଳି ରାଜନୀତିକୁ ଲୋକେ କେମିତି ଆପଣାଇବେ, ଏଭଳି ପ୍ରସଙ୍ଗକୁ ନେଇ ରାଜନେତାଙ୍କ ଆଭିମୁଖ୍ୟ କ’ଣ ତାକୁ ନେଇ ଉଠିଛି ପ୍ରଶ୍ନ ।….

{"id":121124}

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ରାଜ୍ୟରେ ୫ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ଦେବାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏପର୍ଯ୍ୟନ୍ତ କୌଣସି ରାଜ୍ୟରେ ଏଭଳି ବ୍ୟବସ୍ଥା ଦେଖିବାକୁ ମିଳିନି । ଜଗନ ତାଙ୍କ ମନ୍ତ୍ରୀ ମଣ୍ଡଳରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ସଂଖ୍ୟାଲଘୁ ଏବଂ କାପୁ ସମ୍ପ୍ରଦାୟର ଜଣେ ଲେଖାଏଁ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ଦେଇଛନ୍ତି ।

{"id":121125}

ମାନେ ସମାଜର ସବୁ ବର୍ଗଙ୍କୁ ଖୁସ୍‌ କରିବାକୁ ଏଭଳି କାର୍ଡ଼ ଖେଳିଛନ୍ତି ଜଗନ୍‌ । ଯାହା ଏବେ ଅନ୍ୟ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିପାରେ । ଜାତୀୟ ତଥା ରାଜ୍ୟ ରାଜନୀତିରେ ନିର୍ଦ୍ଦିଷ୍ଟ କିଛି ଗୋଷ୍ଠୀଙ୍କ ଦବଦବା ରହୁଥିବା ବେଳେ ଜଗନଙ୍କ ଏଭଳି ମାଷ୍ଟର ଷ୍ଟେ୍ରାକ ବିଭିନ୍ନ ଦଳ ଉପରେ ଆଗକୁ ଚାପସୃଷ୍ଟି କରିବ ବୋଲି ଅନୁମାନ କରାଯାଇଛି । ଏମିତିକି ଜଗନଙ୍କ ଫର୍ମୁଲାକୁ ଅନ୍ୟ ରାଜ୍ୟର ସରକାର ମଧ୍ୟ ଆପ୍ଲାଏ କରିପାରନ୍ତି ବୋଲି ଚର୍ଚ୍ଚା ହେଲାଣି ।

{"id":121126}

ଓଡ଼ିଶାରେ ବି ଜାତି ଆଧାରରେ ମୁଖ୍ୟମନ୍ତ୍ରୀ ପଦ ମିଳିବା ଦରକାର ବୋଲି ଯୁକ୍ତି ବାଢ଼ୁଥିବା ଶ୍ରୀକାନ୍ତ ଜେନାଙ୍କ ଭଳି ନେତା ଜଗନ୍‌ଙ୍କ ଫର୍ମୁଲାକୁ ନେଇ ଉତ୍ସାହିତ ହୋଇପଡ଼ିଛନ୍ତି ।

{"id":121127}

ଓଡ଼ିଶାରେ ୫୦ ପ୍ରତିଶତରୁ ଅଧିକ ଲୋକ ଓବିସି କ୍ୟାଟେଗୋରିରେ ଆସୁଛନ୍ତି । ୨୩ ପ୍ରତିଶତ ଅନୁସୂଚିତ ଜନଜାତି ଓ ୧୭ ପ୍ରତିଶତ ଅନୁସୂଚିତ ଜାତିର ଲୋକ ଅଛନ୍ତି । ଏମିତିରେ ବି ଉତ୍ତର-ଦକ୍ଷିଣ-ଉପକୂଳ ଓ ପଶ୍ଚିମ ଓଡ଼ିଶା ଆଧାରରେ ମଧ୍ୟ ସମୟେ ସମୟେ ଅସମାନ ବିକାଶ ପ୍ରସଙ୍ଗ ବି ସାମ୍ନାକୁ ଆସୁଛି । କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ଅଂଚଳରୁ କେହି ମୁଖ୍ୟମନ୍ତ୍ରୀ କି ଉପମୁଖ୍ୟମନ୍ତ୍ରୀ  ହୁଅନ୍ତୁ ସେ କଥା କେବେ ଉଠିନି ।

{"id":121128}

ବିଗତ ଦିନରେ ଓଡିଶାରେ କିଛି ନେତା ଓବିସି ରାଜନୀତିକୁ ଆଗକୁ ବଢାଇବାକୁ ଚାହିଁଥିଲେ । କିନ୍ତୁ ଯୁପି, ବିହାର ଭଳି ଏଠି ଜାତି କାର୍ଡକୁ ଲୋକ ଗ୍ରହଣ କରିନାହାନ୍ତି । କୋଶଳୀ କାର୍ଡ ବି ଫ୍ଲପ ହୋଇଛି । ତେଣୁ  ଆନ୍ଧ୍ର ଫର୍ମୁଲା ଓଡ଼ିଶାରେ ଯେ କ୍ଲିକ୍ କରିବ, ତାହା ଏବେଠୁ କହିବା ମୁସକିଲ୍‌ ।  

{"id":121129}

ବୋଧ ହୁଏ ସେଇଥିପାଇଁ ଓଡ଼ିଶାରେ କୌଣସି ଦଳର ଏଥି ପ୍ରତି ଆଗ୍ରହ ନଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି ।  କାରଣ ନର୍ଦ୍ଦିଷ୍ଟ ଜାତି କି ବର୍ଗର ନୁହେଁ ବରଂ କାର୍ଯ୍ୟ ଶୈଳି ଓ ବିକାଶ ଆଧାରରେ ସରକାର ଚାଲିବା ଦରକାର ବୋଲି ଓଡ଼ିଶାର ଲୋକେ ସଚେତନ ଅଛନ୍ତି ।

{"id":121130}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.