Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

IPL ୨୦୨୨ରେ ହୋଇପାରେ ଏଜାଜ୍‌ ପଟେଲଙ୍କ ଏଣ୍ଟ୍ରି : କହିଲେ, ସୁଯୋଗ ମିଳିଲେ ହାତଛଡା କରିବିନି

7/12/2021 at 9:48 PM

ନୂଆଦିଲ୍ଲୀ ୦୭/୧୨ : ଟେଷ୍ଟ କ୍ରିକେଟରେ ଗୋଟିଏ ଇନିଂସରେ ୧୦ଟି ଯାକ ଓ୍ବିକେଟ ନେଇ ଚର୍ଚ୍ଚାରେ ରହିଛନ୍ତି ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ୍‌ ପଟେଲ । ଏହି ଭାରତୀୟ ବଂଶୋଦଭବଙ୍କ ପ୍ରଶଂସାରେ ଏବେ ବିଶ୍ବର ବଡ ବଡ କ୍ରିକେଟ ହସ୍ତୀ । ସୋସିଆଲ ମିଡିଆରେ ଏଜାଜ୍‌ଙ୍କ ଏହି ସଫଳତାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଅନେକ ପୂର୍ବତନ ଖେଳାଳି ତାଙ୍କୁ ଖୁବ ପ୍ରଶଂସା କରୁଛନ୍ତି । ଗୋଟିଏ ଇନିଂସରେ ୧୦ଟି ଯାକ ଓ୍ବିକେଟ ନେବାରେ ସେ ହେଉଛନ୍ତି କ୍ରିକେଟ ଇତିହାସରେ ତୃତୀୟ ଖେଳାଳି ।

ତେବେ ବଡ କଥା ହେଉଛି ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ରେ ଏଣ୍ଟ୍ରି କରିପାରନ୍ତି ଏଜାଜ୍‌ । ଏ ନେଇ ସେ ମଧ୍ୟ ଗ୍ରରନ୍‌ ସିଗନାଲ ଦେଇସାରିଛନ୍ତି । ମୁମ୍ବାଇରେ ଜନ୍ମ ଗ୍ରହଣ କରି ସେ ନ୍ୟୁଜିଲାଣ୍ଡ ଚାଲିଯାଇଥିଲେ ଏବଂ ସେଠାରୁ ସେ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ । ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି, ‘ଆଇପିଏଲରେ ଖେଳିବା ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା । ଯଦି ମୋତେ ଆଇପିଏଲରେ ଖେଳିବାକୁ ସୁଯୋଗ ମିଳେ ତେବେ ମୁଁ ନିଶ୍ଚୟ ଖେଳିବି ।’

​‌ସେ ଆହୁରି ମଧ୍ୟ କହିଛନ୍ତି, ‘IPLକୁ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ବରେ ସମସ୍ତେ ଖୁବ ପସନ୍ଦ କରନ୍ତି । ଦିନକୁ ଦିନ ଏହା ସାରା ବିଶ୍ବରେ ଲୋକପ୍ରିୟ ହେବାରେ ଲାଗିଛି । ଏଥିରେ ଖେଳିବାକୁ ସୁଯୋଗ ମିଳିଲେ ମୋ ପାଇଁ ବଡ କଥା ।’

   Related Posts