୧୧ ବର୍ଷରେ ଏପରି ହୋଇନଥିଲା କୋହଲିଙ୍କ ସ୍ଥିତି, ଶେଷ ୧୬ଟି ଇନିଂସରେ ଲଗାଇ ନାହାଁନ୍ତି ଗୋଟିଏ ହେଲେ ଶତକ

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ, ୧୯୦୩ ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟସମ୍ୟାନ ତଥା ଅଧିନାୟକ ବିରାଟ କୋହଲି ଏବେ ଫର୍ମରେ ନାହାଁନ୍ତି। ସେ ଗତ ୬ ବର୍ଷ ଧରି ସମସ୍ତ କ୍ୟାଲେଣ୍ଡର ବର୍ଷରେ ପ୍ରଥମ ତିନୋଟି ପାଳିରେ ଅତିକମରେ ଗୋଟିଏ ଶତକ ଲଗାଇଛନ୍ତି। କିନ୍ତୁ ଏବେ ତାହା ଦେଖିବାକୁ ମିଳିନାହିଁ। କୋହଲି ଚଳିତ ବର୍ଷ ଟେଷ୍ଟ, ଦିନିକିଆ ଓ ଟି୨୦ରେ ମାଟ ୧୬ଟି ପାଳି ଖେଳିଛନ୍ତି। କିନ୍ତୁ ତାଙ୍କର ସର୍ବାଧିକ ସ୍କୋର ରହିଛି ୮୯। ସେ ଅଷ୍ଟ୍ରେଲିଆ ବିପକ୍ଷରେ ଜାନୁଆରୀ ୧୯ରେ ଏହି ରନ କରିଥିଲେ।

{"id":240969,"width":753,"height":565,"sizeSlug":"large"}

କୋହଲି ୨୦୨୦ରେ ଏବେ ସୁଦ୍ଧା ଘରୋଇ ମାଟିରେ ଶ୍ରୀଲଙ୍କା ବିପକ୍ଷରେ ତିନୋଟି ଟି୨୦ ଓ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଦିନିକିଆ ଖେଳିଛନ୍ତି। ସେହିପରି ନ୍ୟୁଜିଲାଣ୍ଡ ଗସ୍ତରେ ସେ ୪ଟି ଟି୨୦, ୨ଟି ଟେଷ୍ଟ ଓ ତିନୋଟି ଦିନିକିଆ ମଧ୍ୟ ଖେଳିଛନ୍ତି। ତେବେ ଏହି ୧୬ଟି ଇନିଂସରେ ସେ ୩୦.୪୬ ଆଭରେଜରେ ୪୫୭ ରନ ହିଁ କରିପାରିଛନ୍ତି।

ସେ ଆଇପିଏଲ ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫର୍ମକୁ ଫେରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ କରୋନା ପାଇଁ ଏହି ସିରିଜ ରବ୍ଦ ହୋଇଥିଲା। କୋହଲି ନିଜ କ୍ୟାରିଅରର ପ୍ରଥମ ଶତକ ଡିସେମ୍ବର ୨୪, ୨୦୧୩ରେ କୋଲକାତାରେ ଲଗାଇଥିଲେ। ଏହା ସେହି କ୍ୟାଲେଣ୍ଡର ବର୍ଷର ନବମ ପାଳି ଥିଲା। କିନ୍ତୁ ଏହାପରେ ସେ ୩ କିମ୍ବା ୪ଟି ପାଳିରେ ହିଁ ଶତକ ଲଗାଉଥିଲେ। ଏପିରିକି ସେ ୨୦୧୪, ୨୦୧୫ ଓ ୨୦୧୭ର ପ୍ରଥମ ପାଳିରେ ହିଁ ଶତକ ଲଗାଇଥିଲେ।  କିନ୍ତୁ ୨୦୨୦ରେ ତାଙ୍କ ବ୍ୟାଟ୍ ନୀରବ ରହିଛି।

{"id":240970,"width":749,"height":433,"sizeSlug":"large"}

କେବଳ ଏତିକି ନୁହେଁ, ୨୦୨୦ରେ ତିନୋଟି ଟେଷ୍ଟ ମ୍ୟାଚ ଖେଳି ସେ ମାତ୍ର ୩୮ ରନ କରିଛନ୍ତି। ଯେଉଁଥିରେ ସର୍ବାଧିକ ସ୍କୋର ରହିଛି ୧୯। ଅର୍ଧଶତକକୁ ଶତକରେ ପରିବର୍ତନ କରିବାରେ ମାହିର କୋହଲି ଚଳିତ ବର୍ଷ ପ୍ଲପ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.