ବାତ୍ୟା ଫୋନି ବଦଳାଇଦେଇଛି ଚିଲିକା ଉପକୂଳ ଗାଁର ଚିତ୍ର, ଏବେ ବି ଗାଁରେ ଜମି ରହିଛି ଲୁଣି ପାଣି

Published By : Prameya-News7 Bureau | May 10, 2019 IST

ଚିଲିକା ୧୦|୫: (ଅନିରୁଦ୍ଧ ମିଶ୍ର) : ବାତ୍ୟା ଫୋନି ପ୍ରଭାବରେ ଅନେକ ଗାଁର ଚିତ୍ର ବଦଳିଯାଇଛି ।ବିଶେଷ କରି ଚିଲିକା କୂଳରେ ଥିବା ଅନେକ ଗାଁ ପୂରା ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି । ହୁଡହୁଡ୍ ସମୟରେ ଚିଲିକାରେ ଗୋଟିଏ ନୂଆ ମୁହାଁଣ ଖୋଲିଥିବା ବେଳେ ପରେ ଆହୁ ଦୁଇଟି ମୁହାଁଣ ଖୋଲିଯାଇଛି, ଯାହା ଏବେ ଉପକୂଳବର୍ତ୍ତୀ ଗାଁ ଗୁଡ଼ିକ ପାଇଁ ବିପଦ ହୋଇଛିଡ଼ା ହୋଇଛି । ଫୋନି ବେଳେ ଏଇ ମୁହାଁଣ ଦେଇ ଗାଁ ଭିତରକୁ ଚାଲିଆସିଥିଲା ଲୁଣିପାଣି । କଣ ରହିଛି ଏଇ ଅପହଞ୍ଚ ଇଲାକାର ଚିତ୍ର ଆସନ୍ତୁ ଦେଖିବା ।…

{"id":110652}

ପୁରୀ ଜିଲ୍ଲାର ଚିଲିକା କୂଳରେ ଅବସ୍ଥିତ ଗାଁ ଗୁଡ଼ିକରେ ବାରମ୍ବାର ଦେଖାଦେଉଛି ଲୁଣିପାଣି ଆତଙ୍କ । ୨୦୧୪ରେ ହୁଡହୁଡରେ ନଙ୍ଗାନାସିଠାରେ ପ୍ରଥମେ ଖୋଲିଥିଲା ଚିଲିକାରେ ଏକ ନୂଆ ମୁହାଁଣ । ପରେ ପରେ ଆଉ ଦୁଇଟି ମୁହାଁଣ ଖୋଲିଛି । ପବନ ହେଲେ, ବାତ୍ୟା ଆସିଲେ ଏବଂ ସବୁ ପୂର୍ଣ୍ଣମୀରେ ଗାଁ ଭିତରେ ଲହଡ଼ି ମାରୁଛି ଲୁଣି ପାଣି । ଚିଲିକା ପାଣି ଦୁର୍ବଳ ବନ୍ଧକୁ ବାରମ୍ବାର ଭାଙ୍ଗୁଛି । ଆଉ ନିକଟରେ ବାତ୍ୟା ଫୋନି ପ୍ରଭାବରେ ଗାଁ ଭିତରକୁ ଭୟଙ୍କର ରୂପରେ ମାଡ଼ି ଆସିଥିଲା ଲୁଣିପାଣି, ଯାହା ଏବେ ବି କିଛି ଗାଁରେ ରହିଛି।

{"id":110653}

ଚିଲିକା କୂଳରେ ଥିବା କୃଷ୍ଣପ୍ରସାଦ ବ୍ଲକର  ଅରଖକୁଦା, ସାନପାଟଣା, ମିର୍ଜାପୁର, ଗବକୁଣ୍ଡ, ପାର୍ବତୀପୁର, ହରିପୁରବସ୍ତି ଆଦି ଫୋନି ପ୍ରଭାବରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ତଳେ ଲୁଣିପାଣି ଆଉ ଉପରେ ବାତ୍ୟାମାଡ଼ ଘରଦ୍ବାର ସବୁକିଛି ଉଜାଡ଼ି ଦେଇଛି । ସବୁଠାରୁ ବଡ଼କଥା ହେଉଛି କିଛି ଗାଁରେ ଜୀବନ ବଞ୍ଚାଇବା ପାଇଁ ବାତ୍ୟା ଆଶ୍ରୟ ସ୍ଥଳୀ ରହିଥିବା ବେଳେ ମିର୍ଜାପୁର, ପାର୍ବତୀପୁର ପରି ଗାଁରେ ସାଇକ୍ଲୋନ ସେଲ୍ଟରଟିଏ ନାହିଁ । ଫଳରେ ଫୋନି ବାତ୍ୟା ଜୀବନ ମରଣର ଆତଙ୍କ ଖେଳାଇଥିଲା ଏହି ଅଞ୍ଚଳରେ ।…

{"id":110654}

ରାଜନେତା ଓ ପ୍ରାଶାସନିକ ଅଧିକାରୀଙ୍କ ପାଇଁ ବର୍ଷ ବର୍ଷ ଧରି ଏହି ଅଞ୍ଚଳ ଅପହଞ୍ଚ ହୋଇ ରହିଛି। ଏମାନେ ଭଗବାନ ଓ ପ୍ରଶାସନର ଦୟାକୁ ଅପେକ୍ଷା କରି ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ।…

{"id":110655}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.