ଲଗାତର ସେଞ୍ଚୁରୀ ପରେ ଡବଲ୍ ଡକ୍, ଆଇପିଏଲରେ ନିଜ ରେକର୍ଡରେ ନିଜେ ଲଜ୍ଜିତ ଶିଖର ଧାଓ୍ୱନ

Published By : Prameya-News7 Bureau | October 31, 2020 IST

ଦୁବାଇ,୩୧/୧୦:    ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଖେଳୁଛନ୍ତି ଶିଖର ଧାଓ୍ୱନ । ଚଳିତ ଆଇପିଏଲରେ ଧାଓ୍ୱନ ଏକ ବିରଳ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଲଗାତର ଦୁଇଟି ଶତକ ଲଗାଇବା ପରେ ଧାଓ୍ୱନ ପରବର୍ତ୍ତୀ ଦୁଇଟି ମ୍ୟାଚରେ କୌଣସି ରନ୍ ନକରି ପ୍ୟାଭିଲିୟନ ଫେରିଛନ୍ତି । ଏପରି କରିବାରେ ସେ ପ୍ରଥମ ବ୍ୟାଟସମ୍ୟାନ୍ ହୋଇଛନ୍ତି ।

{"id":353877,"sizeSlug":"large"}

ଏହି ବିରଳ ରେକର୍ଡରେ ସେ ଲଗାତର ଦୁଇଟି ମ୍ୟାଚରେ ଦୁଇଟି ଶତକ ଲଗାଇଥିଲେ । କିନ୍ତୁ ଶତକ ଲଗାଇବାର ପରବର୍ତ୍ତୀ ଦୁଇଟି ମ୍ୟାଚରେ ୦ ରନରେ ଆଉଟ୍ ହୋଇଥିଲେ । ଆଇପିଏଲର ଗୋଟିଏ ସିଜିନରେ ସେ ଏପରି ରେକର୍ଡ କରିବାରେ ପ୍ରଥମ ଖେଳାଳି ପାଲଟିଛନ୍ତି ।

ଦୁବାଇରେ ମୁମ୍ବାଇ ବିପକ୍ଷ ମ୍ୟାଚରେ ଧାଓ୍ୱନ ଅଫସାଇଡକୁ ଏକ ସଟ୍ ଖେଳି ଆଉଟ ହେବା ପରେ ଏହି ରେକର୍ଡ ସ୍ଥାପନ କରିଥିଲେ । ଟ୍ରେଣ୍ଟ ବୋଲ୍ଟଙ୍କ ବଲକୁ ଲମ୍ବା ସଟ୍ ଖେଳିବାର ପ୍ରୟାସରେ ସେ ସୂର୍ଯ୍ୟକୁମାର ଯାଦବଙ୍କ ହାତରେ ଧରା ପଡିଥିଲେ ।

ସୂଚନାଯୋଗ୍ୟ, ସିଜିନ ଆରମ୍ଭରୁ ଲଗାତର ବିଜୟର ସ୍ୱାଦ ଚାଖି ଚାଲିଥିବା ଦିଲ୍ଲୀ ଶେଷ ମୁହୂର୍ତ୍ତରେ ପରାଜୟର ସାମ୍ନା କରୁଛି । ଦଳ ଏବେ ୩ ନମ୍ବର ସ୍ଥାନରେ ରହିଛି । ଏପରିକି ଗତ ତିନୋଟି ମ୍ୟାଚରେ ଦଳ ପରାସ୍ତ ମଧ୍ୟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.