Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବାରାଣାସୀ ସ୍ଥିତି ଗମ୍ଭୀର: ପ୍ରତି ମିନିଟରେ ଏକାଧିକ ସଂକ୍ରମିତ, ଫଟୋ ଦେଖି ଜାଣିପାରିବେ ମାସ୍କ ଓ ସାମାଜିକ ଦୂରତା କେତେ ଜରୁରୀ

19/04/2021 at 3:10 PM

ବାରାଣାସୀ ୧୯/୦୪ : କରୋନା ମହାମାରୀକୁ ନେଇ ଯେଉଁମାନେ ସତର୍କ ନୁହନ୍ତି ସେମାନେ ବାରାଣାସୀର ଦୃଶ୍ୟ ନିଶ୍ଚୟ ଦେଖିବା ଉଚିତ। ଫଟୋ ମାଧ୍ୟମରେ ସଂକ୍ରମଣର ଭୟାବହତା ଦେଖି ବୋଧହୁଏ ଅନୁଭବ କରିବେ ସ୍ଥିତି କେତେ ସଙ୍କଟାପନ୍ନ। ଯେଉଁମାନେ ମାସ୍କ ବ୍ୟବହାର କରୁନାହାନ୍ତି ଓ ସାମାଜିକ ଦୂରତା ପାଳନ କରୁନାହାନ୍ତି ସେମାନେ ବାରାଣାସୀର ଫଟୋ ଦେଖିଲେ ନିଶ୍ଚୟ ବୁଝିଯିବେ ଯେ ନିଜ ଜୀବନକୁ କିଭଳି ବିପଦରେ ପକାଉଛନ୍ତି। ବାରାଣାସୀରେ ପ୍ରତି ୫ ମିନିଟରେ ୫ରୁ ଅଧିକ ସଂକ୍ରମିତ ହେଉଛନ୍ତି। ଗତ ୨୪ ଘଣ୍ଟାରେ ପ୍ରାୟ ୧୬୦୦ ନୂଆ ମାମଲା ସାମ୍ନାକୁ ଆସିଛି। ତା ପୂର୍ବରୁ ୨୨୭୨ ନୂଆ ମାମଲା ସାମ୍ନାକୁ ଆସିଥିଲା।

ବାରାଣାସୀରେ ଏବେ ସୁଦ୍ଧା ୪୨ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି। ମାର୍ଚ୍ଚ ୨୮ ତାରିଖରେ ବାରାଣାସୀରେ ଆକ୍ଟିଭ ମାମଲା ୩୪୮ ଥିଲା। ବର୍ତ୍ତମାନ ଆକ୍ଟିଭ ମାମଲା ୧୬ ହଜାର ପାର କଲାଣି। ୪ ଦିନରେ ୩୨ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ସ୍ମଶାନ ସ୍ଥିତି ଏମିତି ଯେ ପୋଲିସ ଓ ପ୍ରଶାସନ ନିଜେ ସ୍ମଶାନରେ କାଠ ଦାମ ଧାର୍ଯ୍ୟ କରୁଛନ୍ତି। ଚାରିଛକରୁ ହରିଶ୍ଚନ୍ଦ୍ର ଘାଟ ଯାଏଁ ଆମ୍ବୁଲାନ୍ସର ଲମ୍ବା ଲାଇନ ଲାଗୁଛି।

ମଉକାର ଫାଇଦାର ଉଠେଇ କିଛି ଲୋକେ କଳାବଜାରୀ କରୁଛନ୍ତି। ଏହି କଳାବଜାରୀ ହସ୍ପିଟାଲରୁ ସ୍ମଶାନ ଯାଏଁ, ଔଷଧ ଦୋକାନରୁ ଅକ୍ସିଜେନ ଯାଏଁ ସବୁଠି ଚାଲିଛି। ସ୍ଥିତି ସମ୍ଭାଳିବାକୁ ପୋଲିସ ଅଧିକାରୀ ଓ ପ୍ରଶାସନ ନିଜେ ଦିନ ରାତି କାମ କରୁଛନ୍ତି। ବାରାଣାସୀ ସାଂସଦ ତଥା ପ୍ରଧାନମନ୍ତ୍ରୀ ମୋଦି ନିଜେ ଅଧିକାରୀଙ୍କ ଜନପ୍ରତିନିଧିଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ବୈଠକ କରି କାଶୀ ଜନତାଙ୍କୁ ଚିକିତ୍ସା ସୁବିଧା ଯୋଗେଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକ ପରେ କେହି ବି ଯେମିତି ଅବ୍ୟବସ୍ଥାର ଶିକାର ନ ହୁଏ ଏବଂ ଠିକ୍ ସମୟରେ ଚିକିତ୍ସା ଉପଲବ୍ଧ ହେବ ସେଥି ପ୍ରତି ଚେଷ୍ଟା କରାଯାଉଛି।

   Related Posts