Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଶନିଦେବଙ୍କୁ ପ୍ରସନ୍ନ କରିବାକୁ ଶନିବାର ଦିନ ରାଶି ଅନୁସାରେ ଜପ କରନ୍ତୁ ମନ୍ତ୍ର, ଶନିଦୋଷରୁ ମିଳିବ ମୁକ୍ତି

18/06/2021 at 9:46 PM

ଭୁବନେଶ୍ୱର ୧୮/୦୬ : ଧାର୍ମିକ ବିଶ୍ୱାସ ଅନୁଯାୟୀ ଶନିବାର ଶନି ଦେବଙ୍କୁ ସମର୍ପିତ। ଏହି ଦିନ ବିଧି ବିଧାନ ଅନୁସାରେ ଶନିଦେବଙ୍କୁ ପୂଜା ଉଚିତ୍। ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ଏକ ପାପୀ ଏବଂ ନିଷ୍ଠୁର ଗ୍ରହ କୁହାଯାଇଛି। କୁଣ୍ଡଳୀରେ ଶନି ଅଶୁଭ ଥିଲେ ବ୍ୟକ୍ତିଙ୍କୁ ଜୀବନରେ ଅନେକ ସମସ୍ୟା ସାମ୍ନା କରିବାକୁ ପଡିଥାଏ। ଶନି ଦେବଙ୍କୁ ଖୁସି କରିବା ପାଇଁ ଶନିବାର ଦିନ ଶନିଦେବଙ୍କୁ ଶ୍ରଦ୍ଧାର ସହ ପୂଜା କରିବା ସହ ମନ୍ତ୍ର ଜପ କରାଯିବା ଉଚିତ୍। ଆପଣ ପ୍ରତିଦିନ ମଧ୍ୟ ମନ୍ତ୍ର ଜପ କରିପାରିବେ l

ହିନ୍ଦୁ ଧର୍ମରେ ମନ୍ତ୍ର ଜପର ଅନେକ ମହତ୍ତ୍ୱ ରହିଛି। ଯେପରି ଶନି ଅଶୁଭ ଥିଲେ ଅନେକ ସମସ୍ୟା ସମ୍ମୁଖୀନ ହେବାକୁ ପଡିଥାଏ, ସେହିଭଳି ଶନି ଶୁଭ ଥିଲେ ବ୍ୟକ୍ତିଙ୍କ ଜୀବନ ରାଜା ସହ ସମାନ ହୋଇଥାଏ। ରାଶି ଅନୁସାରେ ଶନିଦେବଙ୍କ କେଉଁ ମନ୍ତ୍ର ଜପ କରିବା ଉଚିତ ଜାଣନ୍ତୁ…
ମେଷ – ଓଁ ଶାନ୍ତାୟ ନମଃ
ବୃଷ – ଓଁ ବରେଣ୍ୟାୟ ନମଃ
ମିଥୁନ – ଓଁ ମାନ୍ଦ୍ୟାୟ ନମଃ
କର୍କଟ – ଓଁ ସୁନ୍ଦରାୟ ନମଃ
ସିଂହ – ଓଁ ସୂର୍ଯ୍ୟପୁତ୍ରାୟ ନମଃ
କନ୍ୟା – ଓଁ ମହନୀୟଗୁଣାତ୍ମନେ ନମଃ
ତୁଳା – ଓଁ ଛାୟାପୁତ୍ରାୟ ନମଃ
ବିଛା – ଓଁ ନୀଳବର୍ଣ୍ଣାୟ ନମଃ
ଧନୁ – ଓଁ ଧନସରବିଲେପାୟ ନମଃ
ମକର – ଓଁ ଶର୍ବାୟ ନମଃ
କୁମ୍ଭ – ଓଁ ମହେଶାୟ ନମଃ
ମୀନ – ଓଁ ସୁନ୍ଦରାୟ ନମଃ

ନିୟମିତ ଏହି ମନ୍ତ୍ର ଜପ କଲେ ଶନିଙ୍କ ଅଶୁଭ ପ୍ରଭାବରୁ ରକ୍ଷା ପାଇହେବ। ଯେଉଁମାନଙ୍କ କୁଣ୍ଡଳୀରେ ଶନିଙ୍କ ସାଢେସାତୀ ଏବଂ ଢେୟା ଚାଲିଛି ସେମାନଙ୍କ ପାଇଁ ଏହି ମନ୍ତ୍ର ଲାଭଦାୟକ ପ୍ରମାଣିତ ହୋଇଥାଏ। ବର୍ତ୍ତମାନ କୁମ୍ଭ, ମକର ଓ ଧନୁ ରାଶିରେ ଶନିଙ୍କ ସାଢେସାତୀ ଚାଲିଥିବାବେଳେ ମିଥୁନ, ତୁଳା ରାଶିରେ ଶନିଙ୍କ ଢେୟା ଚାଲିଛି।

   Related Posts