ଶ୍ରାବଣ ଶନିବାରରେ ଶନିଦେବଙ୍କୁ କରନ୍ତୁ ଶାନ୍ତ: ମିଥୁନ, ତୁଳା ସମେତ ଏହି ରାଶି ଉପରେ ରହିଛି ଶନିଙ୍କ ଦୃଷ୍ଟି, ଜାଣନ୍ତୁ ଉପାୟ

Published By : Prameya-News7 Bureau | July 29, 2021 IST

ଭୁବନେଶ୍ୱର ୨୯/୦୭ : ଶନିଦେବ ବର୍ତ୍ତମାନ ମକର ରାଶିରେ ବିରାଜମାନ କରୁଛନ୍ତି। ଶନି ଏହି ବର୍ତ୍ତମାନ ବକ୍ରୀ ହୋଇ ମକର ରାଶିରେ ବିରାଜମାନ। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟ ଦେବତା କୁହାଯାଏ। ଭଗବାନ ଶିବ ଶନିଦେବଙ୍କ ଏହି ଉପାଧି ପ୍ରଦାନ କରିଥିଲେ। ଶନିଦେବ ଭଗବାନ ଶିବଙ୍କର ଭକ୍ତ। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଶନିଦେବ କଠୋର ତପସ୍ୟା କରିଥିଲେ। ଭଗବାନ ଶିବ ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଶନିଦେବଙ୍କୁ ସବୁ ଗ୍ରହର ନ୍ୟାୟାଧୀଶ କରିଥିଲେ। ଭଗବାନ ଶିବଙ୍କ ବରଦାନ ହେତୁ ମଣିଷ, ଦେବତା ଏବଂ ପିଶାଚ ମଧ୍ୟ ଶନିଦେବଙ୍କ ଦୃଷ୍ଟିରୁ ରକ୍ଷା ପାଇପାରନ୍ତି ନାହିଁ। ଏହି କାରଣରୁ ସମସ୍ତେ ଶନିଦେବଙ୍କୁ ଭୟ କରନ୍ତି।

ଶନିଦେବ ଯେତେବେଳେ ଅଶୁଭ ଥାଆନ୍ତି ସେତେବେଳେ ବ୍ୟକ୍ତିଙ୍କ ଜୀବନରେ ବାଧା, ସଙ୍କଟ ଓ ନାନା ସମସ୍ୟା ଉଭା ହୋଇଥାଏ। ଶନି ଦଶା ଲାଗିଥିଲେ ଶନିଦେବ ଦଣ୍ଡ ମଧ୍ୟ ଦେଇଥାନ୍ତି। ଯଦି ଆପଣ ଶନିଙ୍କ କ୍ରୋଧରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ଜୀବନରେ ଭୁଲ କାମ କରିବା ଠାରୁ ଦୂରେଇ ରହିବା ଉଚିତ୍। କାରଣ ବିଶ୍ୱାସ କରାଯାଏ ଯେ ଶନିଦେବ ଜଣଙ୍କର କାର୍ଯ୍ୟକଳାପ ଆଧାରରେ ଶୁଭ ଏବଂ ଶୁଭ ଫଳାଫଳ ଦେଇଥାନ୍ତି।

ଶ୍ରାବଣ ମାସ ଭଗବାନ ଶିବଙ୍କୁ ସମର୍ପିତ। ଏହି ମାସରେ ଭଗବାନ ଶିବଙ୍କୁ ପୂଜା କଲେ ବିଶେଷ ପୁଣ୍ୟ ପ୍ରାପ୍ତ ହୋଇଥାଏ। ଶ୍ରାବଣ ମାସରେ ଶନିଦେବଙ୍କୁ ପୂଜା କଲେ ଶନି ଶାନ୍ତ ହୋଇଥାନ୍ତି। ପାଞ୍ଜି ଅନୁଯାୟୀ, ଜୁଲାଇ ୩୧ ତାରିଖ ଶନିବାର। ଏହା ଶ୍ରାବଣ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି। ଏହି ଦିନ ଅଭିଜିତ୍ ମୁହୂର୍ତ୍ତ ମଧ୍ୟାହ୍ନ ୧୨ ଟାରୁ ୧୨:୫୪ ପର୍ଯ୍ୟନ୍ତ ରହିଛି।

ମିଥୁନ ତୁଳା, ମକର ଓ କୁମ୍ଭ ରାଶିରେ ଶନିଙ୍କ ଦୃଷ୍ଟି ରହିଛି। ଯେଉଁମାନଙ୍କ ଜନ୍ମ କୁଣ୍ଡଳୀରେ ଶନି ଦଶା ଚାଲିଛି ସେମାନଙ୍କୁ ସତର୍କ ରହିବ ଆବଶ୍ୟକ।

ଶନିଙ୍କୁ ଶାନ୍ତ କରିବାକୁ ଜୁଲାଇ ୩୧ ତାରିଖ ଶନିବାର ଦିନ ଶନି ମନ୍ଦିର ଯାଇ ଶନିଦେବଙ୍କୁ ପୂଜା କରନ୍ତୁ। ମନ୍ଦିରରେ ସୋରିଷ ତେଲ ଅର୍ପଣ କରନ୍ତୁ। ଏହି ଦିନ ଶନି ମନ୍ତ୍ର ଓ ଶନି ଚାଳିଶା ପାଠ କରିବା ଉଚିତ। ଏହାସହ ଶନିଙ୍କ ସହ ଜଡିତ ଜିନିଷ ଦାନ କରିବା ଉଚିତ। ଏହାଦ୍ୱାରା ଶନିଦେବ ଶାନ୍ତ ହୋଇଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.