Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶୁକ୍ରବାର ଦିନ କରନ୍ତୁ ମା’ ସନ୍ତୋଷୀଙ୍କ ବ୍ରତ ଏବଂ ପୂଜା, ପୁରଣ ହେବ ସମସ୍ତ ମନୋକାମନା

11/06/2021 at 11:46 AM

ନୂଆଦିଲ୍ଲୀ ୧୧/୦୬: ହିନ୍ଦୁ ଧର୍ମରେ ଶୁକ୍ରବାର ଦିନ ମା’ ସନ୍ତୋଷୀଙ୍କୁ ପୂଜା କରାଯାଇଥାଏ। ଏହି ପୂଜାର ବଡ ମହତ୍ତ୍ୱ ରହିଛି । ଧାର୍ମିକ ବିଶ୍ୱାସ ଅନୁଯାୟୀ ମା ସନ୍ତୋଷୀଙ୍କ ପୂଜା ପୁରା ଶ୍ରଦ୍ଧା, ଭକ୍ତିରେ କରିବା ଦ୍ୱାରା ଜୀବନରେ ସୁଖ ପ୍ରାପ୍ତ ହୋଇଥାଏ । ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆସିଥାଏ । ଏହି ଦିନ, ସନ୍ତୋଷୀ ମାଙ୍କୁ ଖୁସି କରିବା ପାଇଁ ଭକ୍ତମାନେ ବ୍ରତ ରଖି ପୂଜା କରିଥାନ୍ତି । ଏହା ଦ୍ୱାରା ସନ୍ତୋଷୀ ମାଙ୍କ କୃପା ଭକ୍ତଙ୍କ ଉପରେ ରହିଥାଏ ଏବଂ ଭକ୍ତଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ ।

ଭକ୍ତଙ୍କୁ ସନ୍ତୋଷୀ ମାଙ୍କ ବ୍ରତରେ କିଛି ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ୍, କାରଣ ଏହି ଉପବାସରେ କିଛି ଜିନିଷ ନିଷେଧ । ମା’ ସନ୍ତୋଷୀଙ୍କ ଉପବାସ ସମୟରେ ଭକ୍ତ ଖଟା ଖାଇବା ଉଚିତ୍ ନୁହେଁ । ଏହି ଦିନ ଖଟା ଜିନିଷ ବଣ୍ଟନ କରିବା ଉଚିତ୍ ନୁହେଁ ।

ପୂଜା ପଦ୍ଧତି:

ସକାଳେ ସ୍ନାନ କରି ପରିଷ୍କାର ପୋଷାକ ପିନ୍ଧନ୍ତୁ । ଘରେ ପୂଜା ସ୍ଥାନକୁ ଯାଇ ବ୍ରତର ସଂକଳ୍ପ କରି ମା’ ସନ୍ତୋଷୀଙ୍କ ପ୍ରତିମୂର୍ତ୍ତି କିମ୍ବା ଫଟୋ ସଂସ୍ଥାପନ କରନ୍ତୁ । ଏହା ପରେ ତମ୍ବାର ଏକ କଳସ ସ୍ଥାପନା କରନ୍ତୁ । ପୁରା ଶ୍ରଦ୍ଧାର ସହିତ ମା ସନ୍ତୋଷୀଙ୍କ ପୂଜା କରନ୍ତୁ । ସନ୍ତୋଶୀ ମାଙ୍କ ବ୍ରତ କଥା ପଢନ୍ତୁ କିମ୍ବା ଶୁଣନ୍ତୁ ଏହା ପରେ ମାଙ୍କୁ ଆଳତୀ କରନ୍ତୁ । ପରେ ପରେ ଚଳିସା ପାଠ କରନ୍ତୁ । ମାଙ୍କୁ ଭୋଗ ଲଗାନ୍ତୁ ।

ପୂଜାର ମହତ୍ୱ:

ହିନ୍ଦୁ ଧର୍ମରେ ଶୁକ୍ରବାର ପୂଜାର ବିଶେଷ ମହତ୍ତ୍ୱ ରହିଛି । ଏହି ଦିନ ଲୋକମାନେ ଘରେ ସୁଖ, ଶାନ୍ତି ଏବଂ ଧନ ପାଇଁ ଉପବାସ ରଖି ମା ସନ୍ତୋଷୀଙ୍କୁ ପୂଜା କରିଥାନ୍ତି । ଏହା ଭକ୍ତଙ୍କ ଜୀବନରେ ସୁଖ ଆଣିଥାଏ । ଏହା ସହିତ ଘରର ସମସ୍ତ ଅସୁବିଧା ଦୁର ହୋଇଥାଏ ଏବଂ ପୁତ୍ର ରତ୍ନ ପ୍ରାପ୍ତ ହୋଇଥାଏ ।  ବିଶ୍ୱାସ କରାଯାଏ ଯେ, ଅବିବାହିତ ଝିଅମାନେ ସନ୍ତୋଷୀ ମାଙ୍କ ଉପବାସ ପାଳନ କରିବା ଦ୍ୱାରା ସମସ୍ତ ଇଚ୍ଛା ପୁରଣ ହୋଇଥାଏ ।

   Related Posts