Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ନବରାତ୍ରିର ଷଷ୍ଠ ଦିନରେ ମା’ କାତ୍ୟାୟନୀଙ୍କ ପୂଜା: ଜାଣନ୍ତୁ ବିଧି ଓ ଶୁଭ ମୁହୂର୍ତ୍ତ, ବିବାହ ବାଧା ଦୂର କରିଥାନ୍ତି ମା’

18/04/2021 at 11:28 AM

ଭୁବନେଶ୍ୱର ୧୮/୦୪ : ରବିବାର ଦିନ ନବରାତ୍ରିର ଷଷ୍ଠ ଦିନ। ନବରାତ୍ରିରେ ମା’ ଦୁର୍ଗାଙ୍କ ୯ ସ୍ୱରୂପକୁ ପୂଜା କରାଯାଇଥାଏ। ମା’ ଦୁର୍ଗାଙ୍କ ଏହି ସ୍ୱରୂପର ଜୀବନରେ ବିଶେଷ ମହତ୍ତ୍ୱ ରହିଛି। ନବରାତ୍ରିର ଷଷ୍ଠ ଦିନ ମା’ କାତ୍ୟାୟନୀଙ୍କୁ ସମର୍ପିତ। ପାଞ୍ଜି ଅନୁଯାୟୀ ରବିବାର ୧୮ ତାରିଖ ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି। ଏହି ଦିନ ଆଦ୍ରା ନକ୍ଷତ୍ର। ଏହି ଦିନ ଚନ୍ଦ୍ରମା ମିଥୁନ ରାଶିରେ ଗୋଚର କରିବେ। ନବରାତ୍ରିର ପର୍ବ ଅତ୍ୟନ୍ତ ପବିତ୍ର।

ନବରାତ୍ରିରେ ମା’ କାତ୍ୟାୟନୀଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି। ପୌରାଣିକ କଥା ଅନୁସାରେ ମା’ କାତ୍ୟାୟନୀ ମହିଷାସୁରର ବଧ କରିଥିଲେ। ମହିଷାସୁର ଏମିତି ଏକ ଅସୁର ଥିଲା ଯିଏ ସମସ୍ତଙ୍କୁ ହଇରାଣ ହରକତ କରୁଥିଲା। ମା’ ସେହି ଅସୁରର ବଧ କରିଥିଲେ। ସେଥିପାଇଁ ମା’ କାତ୍ୟାୟନୀଙ୍କୁ ଦାନବ, ଅସୁର ଓ ପାପୀଙ୍କ ନାଶକାରୀ ଦେବୀ ବୋଲି ମଧ୍ୟ କୁହାଯାଏ। ମା’ କାତ୍ୟାୟନୀଙ୍କ ସ୍ୱରୂପ ଖୁବ ଆକର୍ଷକ। ମା’ ଙ୍କ ଶରୀର ସୁନା ଭଳି ଚମକୁଥାଏ। ମା’ଙ୍କର ଚାରିଭୁଜ ଓ ମା’ ସିଂହ ସଵାରୀ କରନ୍ତି। ମା’ଙ୍କ ଗୋଟିଏ ହାତରେ ଖଣ୍ଡ ଓ ଅନ୍ୟ ହାତରେ ପଦ୍ମ ଫୁଲ ଶୋଭା ପାଏ। ଅନ୍ୟ ଦୁଇ ହାତରେ ବରମୁଦ୍ରା ଓ ଅଭୟମୁଦ୍ରା ଶୋଭା ପାଏ।

ମା’ କାତ୍ୟାୟନୀ ବିବାହ ବାଧା ମଧ୍ୟ ଦୂର କରିଥାନ୍ତି। ନବରାତ୍ରିରେ ବିଧି ପୂର୍ବକ ମା’ଙ୍କ ପୂଜା କଲେ ବିବାହ ସମ୍ବନ୍ଧୀୟ ବାଧା ଦୂର ହୋଇଥାଏ। ଏକ ପୌରାଣିକ କଥା ଅନୁସାରେ ଶ୍ରୀକୃଷ୍ଣଙ୍କୁ ସ୍ୱାମୀ ରୂପରେ ପାଇବାକୁ ଗୋପୀମାନେ ମା’କାତ୍ୟାୟନୀଙ୍କୁ ପୂଜା କରିଥିଲେ। ମାତା କାତ୍ୟାୟନୀଙ୍କ ପୂଜା ଦ୍ୱାରା ଗୁରୁଦେବ ବୃହସ୍ପତି ପ୍ରସନ୍ନ ହୋଇଥାନ୍ତି ଏବଂ କନ୍ୟାମାନଙ୍କୁ ଭଲ ସ୍ୱାମୀ ପାଇବାକୁ ବରଦାନ ଦେଇଥାନ୍ତି।

ନବରାତ୍ରିର ଷଷ୍ଠ ଦିନ ଗୋଧୂଳି ବେଳାରେ ଅର୍ଥାତ ସନ୍ଧ୍ୟା ସମୟରେ ମା’ କାତ୍ୟାୟନୀଙ୍କ ପୂଜା କରିବା ଉତ୍ତମ ବୋଲି କୁହାଯାଏ। ବିଧି ପୂର୍ବକ ମା’ଙ୍କ ପୂଜା କଲେ ସକାରାତ୍ମକ ଶକ୍ତି ପ୍ରାପ୍ତ ହୋଇଥାଏ ଏବଂ ଶତ୍ରୁ ନାସା ହୋଇଥାଏ। ମା’ଙ୍କ ପୂଜା ଦ୍ୱାରା ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।

ମା’ କାତ୍ୟାୟନୀଙ୍କ ପୂଜାରେ ନିୟମ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ। ମା’ଙ୍କୁ ପୂଜା ଆରମ୍ଭ କରିବା ପୂର୍ବରୁ କାଠ ପିଢାରେ ଲାଲ କପଡା ବିଛାଇ ମା’ଙ୍କୁ ସ୍ଥାପିତ କରନ୍ତୁ। ପୂଜାରେ ୫ ପ୍ରକାର ଫଳ, ପୁଷ୍ପ, ମିଠା ଆଦି ପ୍ରୟୋଗ କରନ୍ତୁ। ନବରାତ୍ରିର ଷଷ୍ଠ ଦିନରେ ମା’ଙ୍କ ପୂଜାରେ ବିଶେଷତ୍ୱ ମହୁ ପ୍ରୟୋଗ କରାଯାଇଥାଏ। କାରଣ ମହୁ ମା’ଅଙ୍କର ବହୁତ ପ୍ରିୟ। ମା’ଙ୍କୁ ଦହି, ଘିଅ, କ୍ଷୀର ଓ ମହୁରେ ସ୍ନାନ କରାନ୍ତୁ। ଏହି ଦିନ ମା’ଙ୍କୁ ହଳଦିଆ ଶୃଙ୍ଗାର କରିବା ଉଚିତ। ଏହାପରେ ଭକ୍ତିର ସହ ମା’ଙ୍କ ମନ୍ତ୍ର ପଢନ୍ତୁ। ନିଜର ଯାହା ମନୋସ୍କାମନା ଅଛି ତାକୁ ମନାରେ ଦୋହରାଇ ମା’ଙ୍କୁ କୁହନ୍ତୁ ଏବଂ ମା’ ଆଶୀର୍ବାଦ ନିଅନ୍ତୁ।

ମା’ କାତ୍ୟାୟନୀଙ୍କ ମନ୍ତ୍ର

ଚନ୍ଦ୍ରହାସୋଜ୍ଜୱଲକରା ଶାର୍ଦୁଲବାର ବାହନା

କାତ୍ୟାୟନୀ ଶୁଭଂ ଦଦ୍ୟାଦ୍ଦେବୀ ଦାନବଘାତିନି

   Related Posts