ନବରାତ୍ରିର ସପ୍ତମ ଦିନରେ କରନ୍ତୁ ମା' କାଳରାତ୍ରିଙ୍କ ପୂଜା: ଶତ୍ରୁ ନାଶ ସହ ଭକ୍ତଙ୍କ ସବୁ ସମସ୍ୟା ଦୂର କରିବେ ମା'

Published By : Prameya-News7 Bureau | April 19, 2021 IST

ଭୁବନେଶ୍ୱର ୧୯/୦୪ : ବର୍ତ୍ତମାନ ଚୈତ୍ର ମାସ ନବରାତ୍ରି ଚାଲିଛି। ଆଜି ନବରାତ୍ରୀରେ ସପ୍ତମ ଦିନ। ନବରାତ୍ରିରେ ମା' ଦୁର୍ଗାଙ୍କ ୯ ସ୍ୱରୂପକୁ ପୂଜା କରାଯାଏ। ଆଜି ମା' ଦୁର୍ଗାଙ୍କ ସପ୍ତମ ରୂପ ମା' କାଳରାତ୍ରିଙ୍କୁ ପୂଜାର୍ଚ୍ଚନା କରାଯାଏ। ମା'ଙ୍କର ଏହି ସ୍ୱରୂପ ଅତ୍ୟନ୍ତ କ୍ରୋଧ ପ୍ରଦର୍ଶିତ କରିଥାଏ ବୋଲି କୁହାଯାଏ। ନବରାତ୍ରିର ସପ୍ତମ ଦିନରେ ମା' କାଳରାତ୍ରିଙ୍କ ପୂଜା କଲେ ବିଶେଷ ଫଳ ପ୍ରାପ୍ତି ହୋଇଥାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ ମା'ଏ କାଳରାତ୍ରି ଶତ୍ରୁଙ୍କ ବିନାଶ କରିଥାନ୍ତି ଓ ସବୁ ସମସ୍ୟାରୁ ଭକ୍ତଙ୍କୁ ରକ୍ଷା କରିଥାନ୍ତି। ତନ୍ତ୍ର ସାଧକଙ୍କ ପାଇଁ ମା' କାଳରାତ୍ରିଙ୍କ ପୂଜା ବିଶେଷ ଫଳଦାୟୀ। ସେଥିପାଇଁ ତାନ୍ତ୍ରିକ ମଧ୍ୟ ରାତ୍ରିରେ ମା' କାଳରାତ୍ରିଙ୍କ ବିଶେଷ ପୂଜାର୍ଚ୍ଚନା କରିଥାନ୍ତି। ନବରାତ୍ରିର ସପ୍ତମୀ ତିଥିରେ କିଭଳି ମା' କାଳରାତ୍ରିଙ୍କ ପୂଜା କରିବେ ଜାଣନ୍ତୁ।

ମା' କାଳରାତ୍ରିଙ୍କ ପୂଜା ବିଧି -

ନବରାତ୍ରିର ସପ୍ତମୀ ତିଥିରେ ସୁକଲେ ନିତ୍ୟକର୍ମ ସାରି ପୂଜା ସ୍ଥାନକୁ ଭଲ ଭାବେ ସଫା କରିଦେବେ। ପିଢା ପକାଇ ଏକ କଲା କପଡା ପକାଇବେ। ଏହା ଉପରେ ମା'ଙ୍କ ପ୍ରତିମା ସ୍ଥାପିତ କରିବେ | ପୂଜା ଆରମ୍ଭ କରିବା ପୂର୍ବରୁ ମା'ଙ୍କୁ ନାଲି ଓଢଣୀ ଅର୍ପଣ କରିବେ। ଏହାପରେ ହାତ ଯୋଡି ମା'ଙ୍କୁ ବନ୍ଦନା କରନ୍ତୁ। ଏହାପରେ ମା'ଙ୍କ ଶୃଙ୍ଗାର କରିବେ। ଏହାପରେ ଧୂପ, ଦୀପ ଲଗାଇ ମା'ଙ୍କୁ ଫୁଲ ଚନ୍ଦନ ଅର୍ପଣ କରିବେ। ମା'ଙ୍କ ପାଖରେ ଭୋଗ ଲଗାଇବେ ଓ ନିଜ ମନୋସ୍କାମନା କହିବେ।  ମା'ଙ୍କ ପୂଜା ପରେ ମା'ଙ୍କ ଆଳତି କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.