ନବରାତ୍ରିର ତୃତୀୟ ଦିନରେ କରନ୍ତୁ ମା' ଚନ୍ଦ୍ରଘଣ୍ଟାଙ୍କ ପୂଜା: ମା' ସାଧକଙ୍କୁ ଦେଇଥାନ୍ତି ଶୁଭ ସଂକେତ

Published By : Prameya-News7 Bureau | April 15, 2021 IST

ଭୁବନେଶ୍ୱର ୧୪/୦୪ : ଏପ୍ରିଲ ୧୫ ତାରିଖ ଗୁରୁବାର ଦିନ ନବରାତ୍ରିର ତୃତୀୟ ଦିନ। ନବରାତ୍ରିର ତୃତୀୟ ଦିନରେ ମା' ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରାଯାଇଥାଏ। ନବରାତ୍ରିରେ ମା' ଚନ୍ଦ୍ରଘଣ୍ଟାଙ୍କ ପୂଜାର୍ଚ୍ଚନାର ବିଶେଷ ମହତ୍ତ୍ୱ ରହିଛି। ମା'ଙ୍କୁ ଆରାଧନା କଲେ ସାଧକଙ୍କୁ ଦିବ୍ୟ ଧ୍ୱନି ଓ ସୁଗନ୍ଧ ଅନୁଭୂତ ହୋଇଥାଏ। ନକାରାତ୍ମକ ଚିନ୍ତାଧାରା ଓ ତତ୍ୱ ନାସା ହୋଇଥାଏ। ମା' ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରିବା ଦ୍ୱାରା ସାଧନାରେ ତୀବ୍ରତା ବୃଦ୍ଧି ପାଇଥାଏ। ଶୁକ୍ଳ ପକ୍ଷ ଚନ୍ଦ୍ରମା ମଧ୍ୟ ଏହିଦିନ ଠାରୁ ବଳବାନ ହୋଇଥାଏ। ମା'ଙ୍କ ମସ୍ତକରେ ଚନ୍ଦ୍ରମା ଅର୍ଦ୍ଧଚନ୍ଦ୍ର ରୂପରେ ବିରାଜମାନ।

ମା' ଚନ୍ଦ୍ରଘଣ୍ଟାଙ୍କ ବିଗ୍ରହ ସିଂହ ଉପରେ ବିରାଜମାନ। ମା'ଙ୍କର ଦଶଭୁଜା ରହିଛି। ମା'ଙ୍କ ଏହି ଦଶଭୁଜା ଦଶ ଦିଗର ପ୍ରତୀକ। ମା'ଙ୍କୁ ଆରାଧନା କରିବା ଦ୍ୱାରା ସାଧନାରେ ସାଧକ ଦଶ ଦିଗରୁ ଶୁଭ ସଂକେତ ପ୍ରାପ୍ତ କରିଥାଏ। ସାଧକଙ୍କ ତପର ପ୍ରଭାବ ଦଶ ଦିଗକୁ ପ୍ରଭାବିତ କରିଥାଏ। ନବରାତ୍ରିର ତୃତୀୟ ଦିନରେ ସାଧକଙ୍କ ମନ ମଣିପୁର ଚକ୍ରରେ ଅବସ୍ଥିତ ରହିଥାଏ।

ବିଭିନ୍ନ ଅସ୍ତ୍ର ଶାସ୍ତ୍ରରେ ସୁସଜ୍ଜିତ ମା'ଙ୍କ ଏହି ବିଗ୍ରହ ସାଧନା ପ୍ରତି ଯଥାସମ୍ଭବ ପ୍ରୟାସ କରିବାର ପ୍ରତୀକ। ଶକ୍ତି ସଞ୍ଚୟର ପର୍ବ ନବରାତ୍ରି କଠୋର ତପକୁ ଅପେକ୍ଷା କରିଥାଏ। ସଂକଳ୍ପ ସିଦ୍ଧି ପାଇଁ ସାଧକ ବହୁମୁଖୀ ପ୍ରୟାସ କରିଥାନ୍ତି। ମା'ଙ୍କୁ ସୂର୍ଯ୍ୟ କିରଣର ରଙ୍ଗ ସହ ସମାନ ବସ୍ତୁ ସମର୍ପିତ କରନ୍ତୁ। ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସାଧନା ଆରମ୍ଭ କରନ୍ତୁ। ମା'ଙ୍କୁ କଳସ ଓ ଘଣ୍ଟି ସମର୍ପଣ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.