ମଳମାସରେ କରନ୍ତୁ ଏହି ୮ଟି କାମ, ଚମକି ଉଠିବ ଭାଗ୍ୟ

Published By : Prameya-News7 Bureau | September 20, 2020 IST

ଭୁବନେଶ୍ୱର ୨୦/୦୯ : ସେପ୍ଟେମ୍ବର ୧୮ ତାରିଖରୁ ମଳମାସ ଆରମ୍ଭ ହୋଇଛି । ଗୋଟିଏ ମାସର ଏହି ମଳମାସ ସମୟ ପୂଜା ପାଠର ସମୟ ହୋଇଥାଏ । ମଳମାସ ସମୟରେ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରାଯାଏ । ଭଗବାନ ବିଷ୍ଣୁ ଏହି ମାସକୁ ନିଜ ନାଁ ଦେଇଥିଲେ । ଏହାକୁ ପୁରୁଷୋତ୍ତମ ମାସ ମଧ୍ୟ କୁହାଯାଏ । ସେଥିପାଇଁ ମଳମାସ ଭଗବାନ ବିଷ୍ଣୁଙ୍କୁ ସମର୍ପିତ । ଏହି ମଳମାସ ୮ଟି କାମ କାମ କଲେ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଜାଣନ୍ତୁ ଏହି ୮ଟି କାମ କ'ଣ କ'ଣ :

{"id":332337,"sizeSlug":"large"}

୧. ମଳମାସରେ ପଡୁଥିବା ଏକାଦଶୀରେ ଭଗବାନ ବିଷ୍ଣୁ ଖିରି ଭୋଗ ଲଗାଇବା ଉଚିତ । ଏହି ଖିରିରେ ତୁଳସୀ ପତ୍ର ପକାଇବା ଉଚିତ ।

{"id":332333,"sizeSlug":"large"}

୨. ହଳଦିଆ ରଙ୍ଗ ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ । ସେଥିପାଇଁ ମଳମାସରେ ଭଗବାନ ବିଷ୍ଣୁଙ୍କୁ ହଳଦିଆ ସାମଗ୍ରୀ ଅର୍ପଣ କରିବା ଉଚିତ । ଯେପରିକି ହଳଦିଆ ଫୁଲ, ଫଳ, ବସ୍ତ୍ର ଆଦି । ଏହାକୁ ପରେ ଦାନ କରିବା ଉଚିତ ।

୩. ତୁଳସୀ ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ | ମଳମାସରେ ତୁଳସୀ ଚଉଁରା ମୂଳରେ ଗୁଆ ଘିଅରେ ଦୀପ ଜାଳିବା ଉଚିତ । ଏହାସହ ଓଁ ନମଃ ଭଗବତେ ବାସୁଦେବାୟ ନମଃ ମନ୍ତ୍ର ଜପ କରି ଚଉଁରାର ୧୧ ଥର ପରିକ୍ରମା କରିବା ଉଚିତ ।

୪. ମଳମାସ ସମୟରେ ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ ଆଦି ସାରି କେଶର ଯୁକ୍ତ କ୍ଷୀରରେ ଭଗବାନ ବିଷ୍ଣୁଙ୍କୁ ଅଭିଷେକ କରିବା ଉଚିତ । ଏହାପରେ ୧୧ଥର ଓଁ ନମଃ ଭଗବତେ ବାସୁଦେବାୟ ନମଃ ମନ୍ତ୍ର ଜପ କରିବା ଉଚିତ ।

{"id":332334,"sizeSlug":"large"}

୫. ମଳମାସ ସମୟରେ ଅଶ୍ୱଥ ବୃକ୍ଷ ମୂଳରେ ଜଳ ଅର୍ପଣ କରିବା ଉଚିତ । ଏହାସହ ଦୀପ ଜଳାଇବା ଉଚିତ । କାରଣ ଅଶ୍ୱଥ ବୃକ୍ଷରେ ଭଗବାନ ବିଷ୍ଣୁ ବାସ କରନ୍ତି ।

୬. ଏହି ମାସରେ ପ୍ରତିଦିନ ସୂର୍ଯ୍ୟ ଭଗବାନଙ୍କୁ ଜଳ ଅର୍ପଣ କରିବା ଉଚିତ । ଜଳ ଅର୍ପଣ ସମୟରେ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିବା ଉଚିତ ।

୭. ଏହି ମାସରେ ଦକ୍ଷିଣବର୍ତ୍ତୀ ଶଙ୍ଖ ପୂଜା କରିବା ଉଚିତ । ଏହାଦ୍ୱାରା ବିଷ୍ଣୁଙ୍କ ସହ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।

{"id":332336,"sizeSlug":"large"}

୮. ମଳମାସ ନବମୀ ତିଥିରେ କନ୍ୟାଙ୍କୁ ଭୋଜନ କରାଇଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.