Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାହୁ କେତୁଙ୍କୁ ପ୍ରସନ୍ନ କରିବାକୁ ଭଗବାନ ଶିବଙ୍କୁ କରନ୍ତୁ ଆରାଧନା : ସବୁ କଷ୍ଟରୁ ମିଳିବ ମୁକ୍ତି

21/07/2020 at 2:47 PM

ଭୁବନେଶ୍ୱର ୨୧/୦୭ : କୁଣ୍ଡଳୀରେ ସମସ୍ତ ଗ୍ରହ ନକ୍ଷତ୍ରଙ୍କର ଭିନ୍ନ ଭିନ୍ନ ପ୍ରଭାବ ପଡିଥାଏ | କେଉଁ ଗ୍ରହ ଭଲ ସମୟ ନେଇ ଆସିଥାନ୍ତି ତ କେଉଁ ଗ୍ରହ ଖରାପ ସମୟ ନେଇ ଆସିଥାନ୍ତି | ଯଦି କୁଣ୍ଡଳୀରେ ରାହୁ କେତୁ ପ୍ରବେଶ କରିଥାନ୍ତି ତାହେଲେ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ | କିନ୍ତୁ ଯଦି ରାହୁ କେତୁ କାହା ଉପରେ ପ୍ରସନ୍ନ ହୁଅନ୍ତି ତାହେଲେ ସବୁ ପ୍ରକାର ସୁଖ ସୁବିଧା ପ୍ରାପ୍ତ ହୋଇଥାଏ | ଶାସ୍ତ୍ରରେ କୁହାଯାଇଛି ଯେ, ଯେତେବେଳେ ସମସ୍ତ ଗ୍ରହ ରାହୁ କେତୁ ମଧ୍ୟକୁ ଆସନ୍ତୁ ସେତେବେଳେ କାଳସର୍ପ ଯୋଗ ହୋଇଥାଏ | ମାତା-ପିତାଙ୍କ ସେବା କରୁଥିବା ବ୍ୟକ୍ତିଙ୍କୁ କେବେ କାଳସର୍ପ ଦୋଷ କଷ୍ଟ ଦେଇନଥାଏ | ଯେଉଁମାନଙ୍କ କୁଣ୍ଡଳୀରେ କାଳସର୍ପ ଦୋଷ ଥାଏ ସେମାନଙ୍କୁ କାଳସର୍ପ ଦୋଷ ଶାନ୍ତିପୂଜା କରାଇବା ଉଚିତ | ରାହୁ ଗ୍ରହ ଭଗବାନ ଶିବଙ୍କ ପରମ ଭକ୍ତ | ସେଥିପାଇଁ ରାହୁଙ୍କୁ ଶାନ୍ତ କରିବାକୁ ଭଗବାନ ଶିବଙ୍କୁ ଆରାଧନା କରିବା ଉଚିତ |

ରାହୁ କେତୁ ପ୍ରକୋପରୁ ରକ୍ଷା ପାଇବା ପାଇଁ ସୋମବାର ବ୍ରତ କରିବା ଉଚିତ ଏବଂ ଶିବଙ୍କୁ ଆରାଧନା କରିବା ଉଚିତ | ସନ୍ଧ୍ୟା ସମୟରେ ଭଗବାନ ଶିବଙ୍କ ପାଖରେ ଦୀପ ଜଳାଇ ଆରାଧନା କରିବା ଉଚିତ | ଧଳା ଭୋଗ ଯେପରିକି କ୍ଷୀରି, ମିଠା, କ୍ଷୀରରେ ତିଆରି ପଦାର୍ଥ ଭୋଗ କରିବା ଉଚିତ | ଯଦି ରାହୁ ମହାଦଶା ଚାଲିଛି ଏବଂ ସୂର୍ଯ୍ୟ, ଚନ୍ଦ୍ର ତଥା ମଙ୍ଗଳଙ୍କ ଅନ୍ତର ଆପଣଙ୍କୁ କଷ୍ଟ ଦେଉଛନ୍ତି ତାହେଲେ ପ୍ରତିଦିନ ଭଗବାନ ଶିବଙ୍କୁ ବେଲ ପତ୍ର ଅର୍ପଣ କରି କଞ୍ଚା କ୍ଷୀରରେ ଅଭିଷେକ କରିବା ଉଚିତ |  

ଯଦି ଆପଣଙ୍କ ଜନ୍ମାଙ୍କରେ ରାହୁ ଗ୍ରହ ଚନ୍ଦ୍ର, ସୂର୍ଯ୍ୟଙ୍କୁ ଦୂଷିତ କରୁଛି ତାହେଲେ ବ୍ୟକ୍ତିଙ୍କୁ ଶ୍ରଦ୍ଧାର ସହ ଭଗବାନ ଶିବଙ୍କୁ ଆରାଧନା କରିବା ଉଚିତ | ରାହୁ ଗ୍ରହକୁ ଶାନ୍ତ କରିବାକୁ ଶିବ ପୁରାଣ ପାଠ କରିବା ଉଚିତ | ଶିବଙ୍କ ମନ୍ତ୍ର ଓଁ ନମଃ ଶିବାୟ ଜପ କରିବା ଉଚିତ | ଏହାଦ୍ୱାରା ସବୁ ପ୍ରକାର କଷ୍ଟରୁ ମୁକ୍ତି ମିଳିଥାଏ |

   Related Posts