ନବରାତ୍ରିରେ ମା' ଦୁର୍ଗାଙ୍କ ପାଇଁ ଅର୍ଦ୍ଧନାରେଶ୍ୱର ରୂପ ଧାରଣ କରନ୍ତି ମହାଦେବ: ଶିବଙ୍କ ବିନା ଅଧୁରା ମା'ଙ୍କ ପୂଜା

Published By : Prameya-News7 Bureau | October 10, 2021 IST

ଭୁବନେଶ୍ୱର ୧୦/୧୦ : ନବରାତ୍ରି ସମୟରେ ୯ ଦିନ ଯାଏଁ ବିଧି ବିଧାନ ଅନୁଯାୟୀ ମା' ଦୁର୍ଗାଙ୍କ ୯ ସ୍ୱରୂପକୁ ପୂଜା କରାଯାଇଥାଏ। ମା' ଦୁର୍ଗାଙ୍କ ପୂଜାରୁ ହିଁ ମହାଦେବଙ୍କୁ ସମ୍ପୂର୍ଣ୍ଣତା ମିଳିଥିଲା। ସେଥିପାଇଁ ନବରାତ୍ରି ସମୟରେ ଭଗବାନ ଶିବଙ୍କୁ ପୂଜା କଲେ ମନୋସ୍କାମନା ପୂରଣ ହୋଇଥାଏ। ସେଥିପାଇଁ ଶ୍ରଦ୍ଧାଳୁ ଶାରଦୀୟ ନବରାତ୍ରିରେ ମା'ଙ୍କ ସହ ମହାଦେବଙ୍କୁ ମଧ୍ୟ ପୂଜା କରିବା ଉଚିତ। ନବରାତ୍ରିର ନବମ ଦିନ ଅର୍ଥାତ ଅନ୍ତିମ ଦିନ ମା' ଦୁର୍ଗାଙ୍କ ସ୍ୱରୂପ ସିଦ୍ଧିଦାତ୍ରୀଙ୍କୁ ସମର୍ପିତ। ମା'ଙ୍କ ଏହି ସ୍ୱରୂପ ସିଦ୍ଧି ପ୍ରଦାନ କରିଥାନ୍ତି।

{"id":525269,"sizeSlug":"full","linkDestination":"none"}

ଦେବି ପୁରାଣ ଅନୁଯାୟୀ, ଭଗବାନ ଶିବଙ୍କୁ ମା'ଙ୍କୁ କୃପାରୁ ସବୁ ସିଦ୍ଧି ପ୍ରାପ୍ତ ହୋଇଥିଲା। ସୃଷ୍ଟିରେ ସଂହାର କାମ ତାପରେ ମିଳିଥିଲା। ମତ ସିଦ୍ଧିଦାତ୍ରୀଙ୍କ କୃପାରୁ ଭଗବାନ ଶିବଙ୍କୁ ଅର୍ଦ୍ଧନାରେଶ୍ୱର କୁହାଯାଏ। ଦେବୀ ଭଗବାନ ଶିବଙ୍କୁ ସମ୍ପୂର୍ଣ୍ଣ କରିଛନ୍ତି। ନବରାତ୍ରିରେ ୯ ଦିନ ଶିବଙ୍କୁ ପୂଜା କଲେ ଦେବୀ ସିଦ୍ଧିଦାତ୍ରୀ ଭକ୍ତଙ୍କ ଉପରେ କୃପା ବର୍ଷା କରିଥାନ୍ତି। ନବରାତ୍ରି ସମୟରେ ମାସିକ ଶିବରାତ୍ରି ପଡିଲେ ମା' ଓ ମହାଦେବଙ୍କ ସଂଯୁକ୍ତ ରୂପକୁ ପୂଜା କଲେ ମନୋସ୍କାମନା ପୁରା ହୋଇଥାଏ। ଶ୍ରଦ୍ଧାଳୁ ମା'ଙ୍କ ସହ ଭଗବାନ ଶିବଙ୍କୁ ମଧ୍ୟ ଆରାଧନା କରିବା ଉଚିତ।

{"id":525263,"sizeSlug":"large","linkDestination":"none"}

ମାର୍କଣ୍ଡେୟ ପୁରାଣ ଅନୁଯାୟୀ ୮ ସିଦ୍ଧି ରହିଛି। ଅଣିମା, ଲଘିମା, ମହିମା, ଗାରିମା, ପ୍ରାପ୍ତି, ପ୍ରାକାମ୍ୟ, ବଶିତ୍ୱ ଓ ଈର୍ଷତ୍ଵ। କିନ୍ତୁ ବ୍ରହ୍ମବବ୍ୟବର୍ତପୁରାଣରେ ମୋଟ ୧୮ ସିଦ୍ଧି ବିଷୟରେ ବର୍ଣ୍ଣନା କରାଯାଇଛି। ସର୍ବକାମାବସାୟିତା, ସର୍ବଯଜ୍ଞ, ଦୂରଶ୍ରବଣ, ପରକାୟପ୍ରଵେଶନ, ବାକସିଦ୍ଧି, କଳ୍ପବୃକ୍ଷତ୍ୱ, ସୃଷ୍ଟି, ସଂହାରକରଣସାମର୍ଥ୍ୟ, ଅମରତ୍ୱ, ସର୍ବନାଶକତ୍ୱ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.